ହେଡଲାଇନସ୍:

ଗଜପତି ଜିଲ୍ଲା ମୁଖ୍ଯ କାର୍ଯ୍ୟାଳୟ ପାରଳାଖେମୁଣ୍ଡି ସରକାରୀ ହାଇସ୍କୁଲର ଶିକ୍ଷା ବ୍ଯବସ୍ଥାର ସମୀକ୍ଷା ଦରକାର

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଦଶମ ହାଇସ୍କୁଲ ସାର୍ଟିଫିକେଟ ବୋର୍ଡ ପରୀକ୍ଷାଫଳ ପ୍ରକାଶିତ ହୋଇଛି। ଏଥିରେ ଗଜପତି ଜିଲ୍ଲା ଓଡିଶାର ସର୍ବଶ୍ରେଷ୍ଠ ୯୯.୩୧℅ ପାସ୍ ହାର ରଖିଛି। ଗତବର୍ଷ ମଧ୍ଯ ୯୯.୩୫℅ ପାସ୍ ହାର ରଖି ରାଜ୍ଯରେ ପ୍ରଥମସ୍ଥାନ ଅଧିକାର କରିଥିଲା। ଏଥର ୬ ଜଣ ଏ୧ରେ ଉତ୍ତୀର୍ଣ୍ଣ ହୋଇଛନ୍ତି। କିନ୍ତୁ ଦୁଃଖର ବିଷୟ ସମସ୍ତ ଏ୧ ଟପର୍ ଗ୍ରାମାଞ୍ଚଳ ବିଶେଷ କରି ଆଦିବାସୀ ଅଧୂଷିତ ବ୍ଲକର ୫ ଜଣ ଥିବାବେଳେ ଜଣେ ଗୋଷାଣି ବ୍ଲକର ଅଟନ୍ତି। ସେଥିରୁ ୫ ଜଣ ଝିଅ ଓ ଜଣେ ପୁଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ଗଜପତି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ପାରଳାଖେମୁଣ୍ଡିରେ ୩ଟି ସରକାରୀ ଉଚ୍ଚ ବିଦ୍ୟାଳୟ ଅଛି। ସେଥିରୁ ୧୦୦ ବର୍ଷର ପୁରାତନ ୨ଟି ବିଦ୍ୟାଳୟ ଯଥା :- ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଓ ମହାରାଜାଙ୍କ ବାଳିକା ଉଚ୍ଚ ବିଦ୍ୟାଳୟ।
ଏହି ବିଦ୍ୟାଳୟରେ ଗତ ୨୦୦୦ ମସିହା ପର୍ଯ୍ୟନ୍ତ ଭଲ ପରୀକ୍ଷାଫଳ କରୁଥିଲା। ବର୍ତ୍ତମାନ ଏଥିରେ ଏ୧ ପରୀକ୍ଷାଫଳ ହାସଲ କରିବା ମୁସ୍କିଲ ହୋଇ ପଡିଛି। ଆଉଗୋଟିଏ ମହେନ୍ଦ୍ରଗିରି (ପୌର)ସରକାରୀ ଉଚ୍ଚ ବିଦ୍ୟାଳୟ ରହିଛି। ସେଠାରେ ମଧ୍ୟ ବର୍ତ୍ତମାନ ଏ୧ ପାଇବା କାଠିକର ପାଠ। ଏହାଛଡା ଅନ୍ୟାନ୍ୟ ବେସରକାରୀ ବିଦ୍ୟାଳୟ ଯଥା :- ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା କେନ୍ଦ୍ର ରହିଛି। ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ କ୍ରମାନ୍ୱୟରେ ଏ୧ ରହି ଆସୁଥିବା ବେଳେ ଏହି ବର୍ଷ କେହି ଏ୧ରେ ପାସ୍ କରିନାହାନ୍ତି। ତଥାପି ସେଠାରେ ଶତପ୍ରତିଶତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହିସବୁ ଅନୁଶୀଳନ କଲେ ଗୁଣାତ୍ମକ ଶିକ୍ଷାର ଅଭାବ ସରକାରୀ ସ୍କୁଲରେ ପରିଲିକ୍ଷିତ ହୋଇଛି। ବରଂ କେତେକ ଆଦିବାସୀ ଅଧୂଷିତ ବିଦ୍ୟାଳୟରେ ସେଠାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଛାତ୍ରଛାତ୍ରୀ ମାନେ ଏ୧ ହାସଲ କରିବାରେ ସଫଳ ହୋଇଛନ୍ତି।ଉଦାହରଣ ସ୍ୱରୂପ ଆର୍.ଉଦୟଗିରି ବ୍ଲକର କେ.ଏମ୍.ଭାଲିଆସାହି ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀ ଶିକ୍ଷାସହ ପ୍ରତ୍ୟେକ ଦିନ ସକାଳ ୭.୩୦ ରୁ ୯.୩୦ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କର ନିୟମିତ ସନ୍ଦେହ ଦୂର କରିବା ସହ ସ୍ୱତନ୍ତ୍ର ଶିକ୍ଷାଦାନର ବ୍ୟବସ୍ଥା ହୋଇଥାଏ। ଯାହାଫଳରେ ଗତ ୨୦୨୫ ଦଶମ ବୋର୍ଡ ପରୀକ୍ଷାରେ ୪ ଜଣ ଏ୧ ପାଇଥିଲେ। ଏଥର ଯଦିଓ ଏ୧ ପାଇବାରେ ବିଫଳ ହୋଇଛନ୍ତି ତଥାପି ଭଲ ପରୀକ୍ଷାଫଳ ହୋଇଛି ବୋଲି କହିଛନ୍ତି ସେହି ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ଦଳବେହେରା।
ସେହିପରି ଆର୍. ଉଦୟଗିରି ବ୍ଲକର ରଣ୍ଡିବା ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ପଞ୍ଚାନନ ସ୍ୱାଇଁଙ୍କ ତତ୍ୱାବଧାନରେ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ଦାୟୀତ୍ୱ ଯୋଗୁଁ ଏହିବର୍ଷ ଜଣେ ନିଜ ପିତାଙ୍କୁ ହରାଇଥିବା ଛାତ୍ର ଏ୧ ପାଇଛନ୍ତି। ତେଣୁ ଏହି ଫଳାଫଳକୁ ଲକ୍ଷ୍ଯ କଲେ ପାରଳାଖେମୁଣ୍ଡି ସରକାରୀ ବିଦ୍ୟାଳୟରେ କିଛି ଅନୁସ୍ରୁଜନ ଚିନ୍ତାଧାରା ବ୍ୟବସ୍ଥା ଜରୁରୀ ବୋଲି କହିଛନ୍ତି ଶିକ୍ଷାବିତ୍ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ବିନୋଦ ଚନ୍ଦ୍ର ଜେନା। ଗୋଟିଏ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଡକାଇ ଗୁଣାତ୍ମକ ଶିକ୍ଷାର ତର୍ଜମା ଆବଶ୍ଯକତା ରହିଛି ବୋଲି କହିଛନ୍ତି ରାଜ୍ଯ ପୁରସ୍କାର ପ୍ରାପ୍ତ ଶିକ୍ଷକ ବିଚିତ୍ରାନନ୍ଦ ବେବର୍ତ୍ତା।
୨୦୧୯-୨୦ ଶିକ୍ଷାବର୍ଷରେ ସୁପର ୩୦ ଶ୍ରେଣୀ ଦ୍ୱାରା ଛାତ୍ରଛାତ୍ରୀ କୃତିତ୍ୱ ହାସଲ କରିଥିଲେ। ସେହିଭଳି ବ୍ୟାପକ ଚିନ୍ତାଧାରାର ଆବଶ୍ଯକତା ରହିଛି ବୋଲି କହିଛନ୍ତି ଆଉଜଣେ ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ପାଢୀ।

0
0
0
s2sdefault