ପୁରୀ,(ଅନିମେଶ ପଟ୍ଟନାୟକ): ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ତରଫରୁ ବଳିଆ ପଣ୍ଡା ସ୍ଥିତ ସେଭେନ ହିଲ ହୋଟେଲ ପରିସରରେ ଚାଳିତ ବର୍ଷ ୧ ସେପ୍ଟେମ୍ବର ରୁ ୭ ସେପ୍ଟେମ୍ବର ପର୍ଯ୍ୟନ୍ତ ସାପ୍ତାହିକ ଶ୍ରୀମଦ ଭାଗବତ କଥା ଆୟୋଜିତ ହେବାକୁ ଯାଉଛି | କଥା ବ୍ୟାସ ରୂପେ ଭାରତ ବର୍ଷର ଚର୍ଚିତ ଚେହେରା ଉତ୍ତରପ୍ରଦେଶ ବୃନ୍ଦାବନ ସ୍ଥିତ ଵାତ୍ସଲ୍ୟ ଗ୍ରାମ ପରମ ଶକ୍ତିପୀଠ ର ମୁଖ୍ୟ ଦିଦିମା ତଥା ଶ୍ରୀରାମ ମନ୍ଦିର ଆନ୍ଦୋଳନ ର ମୁଖ୍ୟ ନାୟିକା ପଦ୍ମ ଭୂଷଣ ସ୍ୱାଧୀ ଋତୁମ୍ବରା ଜୀ ନିଜର ଔଜସ୍ୱିନୀ ଶବ୍ଧ ସଂଯୋଜନା ମାଧ୍ୟମରେ ଭାଗବତ କଥା ବାଚନ କରିବେ | ଏହି ପରିପ୍ରେକ୍ଷୀରେ ପୁରୀ ସର୍କିଟ ହାଉସ ଠାରେ ପୁରୀ ଲୋକସଭା ସାଂସଦ ଡଃ ସମ୍ବିତ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି |ଏଥିରେ ଶକ୍ତିପୀଠ ର ସ୍ୱାଧୀ ଶିରୋମଣୀ ଜୀ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜୟ ଭଗବାନ ଅଗ୍ରୱାଲ,ଓଡିଶା ର ବରିଷ୍ଠ ବିଜେପି ନେତା ତଥା ସମାଜସେବୀ ଉମେଶ ଖଣ୍ଡେଲୱାଲ, ରାକେଶ ଦାସ, ପ୍ରଶାନ୍ତ ସାହୁ,ବେଲ୍ଳା ଗାନ୍ଧୀ,ଗଣମାଧ୍ୟମ ସଂଯୋଜକ ବରିଷ୍ଠ ସାମ୍ବାଦିକ ବିଷ୍ଣୁଦତ୍ତ ଦାସ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ |ଏହି ସପ୍ତ ଦିବସିୟ କାର୍ଯ୍ୟକ୍ରମ ରେ ଦେଶ ବିଦେଶ ରୁ ୧ ହଜାର ଶ୍ରଦ୍ଧାଳୁ ଙ୍କ ସମେତ ସାଧୁ, ସନ୍ଥ, ଜଗତଗୁରୁ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡିଶା ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଓଡିଶା ର ମନ୍ତ୍ରୀ ମଣ୍ଡଳ ସଦସ୍ୟ, ବିଭିନ୍ନ ରାଜ୍ୟର ସାଂସଦ ଶ୍ରଦ୍ଧାଳୁ ରୂପେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି |ପୁରୀ ଧାମରେ ଏଭଳି କାର୍ଯ୍ୟକ୍ରମ ଆୟୋଜିତ ର ମୁଖ୍ୟ ଉଦେଶ୍ୟ ହେଉଛି ପୁରୀରେ ପଚାଶ ଏକର ଜମିରେ ବୃନ୍ଦାବନ ର ଵାତ୍ସଲ୍ୟ ଗ୍ରାମ ଭଳି କନ୍ୟା ସନ୍ତାନ ବାଳିକା ମାନଙ୍କ ସାମରିକ ଶିକ୍ଷା ମହାବିଦ୍ୟାଳୟ ମାଧ୍ୟମରେ ପ୍ରଶିକ୍ଷିତ କରାଯାଇ ଦେଶର ସେନା ବାହିନୀରେ ନିୟୋଜିତ କରିବାର ଲକ୍ଷ ରଖାଯାଇଛି ବୋଲି ବୈଠକ ରେ ଆଲୋଚନା କରାଯାଇଥିଲା |ବୈଠକ ପରେ ପ୍ରତିନିଧି ମଣ୍ଡଳୀ ପୁରୀ ଏସପି ପ୍ରତୀକ ସିଂ ଙ୍କ ସହିତ ସୁରକ୍ଷା ପାଇଁ ଆଲୋଚନା କରିଥିଲେ |
ରାଜ୍ୟ
ସେପ୍ଟେମ୍ବର ୧ ରୁ ପୁରୀରେ ଭାଗବତ କଥା
- Hits: 16








