ହେଡଲାଇନସ୍:

ପ୍ରବଳ ବର୍ଷା ପବନରେ ଗଛପଡି ମୃତ୍ୟୁ ଓ ଗୁରୁତର ହୋଇଥିବା ପରିବାରଙ୍କୁ ଭେଟିଲେ ପାରଳା ବିଧାୟକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବାଘଶାଳା ଗ୍ରାମରେ ଶୁକ୍ରବାର ପ୍ରବଳ ବର୍ଷା ପବନରେ ଗଛ ପଡ଼ି ମୃତ୍ୟୁ ହୋଇଥିବା କେ. ମନ୍ମମଥ ରାଓଙ୍କ ପରିବାରବର୍ଗଙ୍କୁ ଭେଟିଛନ୍ତି ପାରଳାଖେମୁଣ୍ଡି ବିଧାୟକ ଇଂ.ରୂପେଶ କୁମାର ପାଣିଗ୍ରାହୀ। ମୃତକପରିବାରଙ୍କୁ ଭେଟି ଆଲୋଚନା କରିବା ସହ ଗଭୀର ସମବେଦନା ଜଣାଇଛନ୍ତି। ସେହିପରି ଏହି ଘଟଣାରେ ଗୁରୁତର ଆଘାତ ପାଇଥିବା ଏ. ଶ୍ରୀନିବାସ ରାଓଙ୍କ ପରିବାର ସହ ସାକ୍ଷାତ କରି ସ୍ବାସ୍ଥ୍ୟ ଅବସ୍ଥା ସମ୍ପର୍କେ ପଚାରି ବୁଝିଥିଲେ।
ଉଭୟ ପରିବାରଙ୍କ ସହ ମିଶି ଆଶ୍ଵାସନା ଦେବା ସହ କିଛି ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହା ସହ ଦୁର୍ଘଟଣାସ୍ଥଳ ତଥା ଦୋକାନ ଉପରେ ଗଛ ପଡ଼ି ମୃତ୍ୟୁ ହୋଇଥିବା ସ୍ଥାନକୁ ଯାଇ ବିଧାୟକ ଦେଖି ତୁରନ୍ତ ବନ ବିଭାଗ ଅଧିକାରୀ କେ. ନାଗରାଜଙ୍କୁ ଫୋନ୍ ମାଧ୍ୟମରେ ଆଲୋଚନା କରି ସେଇ ସ୍ଥାନରୁ ବିପଦଶଙ୍କୁଳ ଅବସ୍ଥାରେ ଥିବା ଗଛ ଓ ଡାଳ ଗୁଡିକୁ ହଟାଇବା ପାଇଁ ଆଲୋଚନା କରିଥିଲେ।
ଏହି ଗ୍ରସ୍ତ ସମୟରେ ବିଧାୟକ ସମେତ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍. ବିରରାଜୁ , ସ୍ଥାନୀୟ ସରପଞ୍ଚ ଟି .ଭୀମରାଜୁ ପ୍ରମୁଖ ଉପସ୍ଥିତ ଥିଲେ।

0
0
0
s2sdefault