ହେଡଲାଇନସ୍:

ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ବୃନ୍ଦାବନ ସୁଆର ସ୍ମୃତି ସଂସଦ ତରଫରୁ ପାରଳାଖେମୁଣ୍ଡି ସ୍ଥିତ କବିଚନ୍ଦ୍ର ସାହିର କାର୍ଯ୍ୟାଳୟରେ ଆଜି ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ସଭାପତି ହର ପ୍ରସାଦ ସୁଆର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି।
ଏଥିରେ ମୁଖ୍ୟ ଅତିଥି ଭାବେ ବିନୋଦିନୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଓ ମହିଳା ସ୍ନାତକ ମହାବିଦ୍ୟାଳୟ ର ଅଧ୍ୟାପିକା ଡ. ଭାରତୀ ପାଣିଗ୍ରାହୀ , ପ୍ରଗତି ମହିଳା ସଂଗଠନ ସମ୍ପାଦିକା ତନୁଜା ଶତପଥୀ ଯୋଗ ଦେଇ ବୃନ୍ଦାବନ ସୁଆର ଙ୍କ ଜୀବନୀ ଏବଂ କବିତା , ପୁସ୍ତକ ବିଷୟ ରେ ଆଲୋଚନା କରିଥିଲେ। ଆଗାମୀ ଦିନ ରେ କେମିତି ଏହି କବିତା ଏବଂ ତାଙ୍କ ଜୀବନୀ କୁ ନେଇ ପ୍ରତ୍ୟେକ ସ୍କୁଲ୍ କଲେଜ୍ ରେ କୁଇଜ୍ ପ୍ରତିଯୋଗିତା ହେବ ସେ ବିଷୟ ରେ ଆଲୋଚନା କରାଯାଇଥିଲା।
ବୃନ୍ଦାବନ ସୁଆର ଙ୍କ ଆଗାମୀ ଜନ୍ମ ତିଥି ରେ ଏକ ସ୍ମରଣିକା ପତ୍ରିକା ଉନ୍ମୋଚନ କରିବା ପାଇଁ ନିଷ୍ପତି ନିଆଯାଇଥିଲା।
ବିଜୟ କୁମାର ପଣ୍ଡା , ବସନ୍ତ କୁମାର ପଣ୍ଡା , ସୁରେଶ କୁମାର ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା ରେ ସହଯୋଗ କରିଥିବା ବେଳେ ଶେଷରେ ଉପସ୍ଥିତ ସମସ୍ତଙ୍କୁ ସମ୍ପାଦକ ସିଦ୍ଧାର୍ଥ ଶଙ୍କର ପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault