ହେଡଲାଇନସ୍:

ଦେଶୀ ମଦ ଓ ଜିଞ୍ଜର ସହିତ ସ୍କୁଟି ଜବତ, ୦୫ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର : ବାଲେଶ୍ୱର ଅବକାରୀ ଅଧିକ୍ଷକ ଶ୍ରୀ ମନୋଜ କୁମାର ସେଠୀଙ୍କ ନିର୍ଦ୍ଦେଶକ୍ରମେ ଓ ନୀଳଗିରି ଅବକାରୀ ନିରୀକ୍ଷକ ଶ୍ରୀ କେଶବ ଚନ୍ଦ୍ର ଦାସ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋର ଆଦର୍ଶ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଏବଂ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ଵାରା ସୋର ଥାନା ଅନ୍ତର୍ଗତ ସୋର ବସଷ୍ଟାଣ୍ଡ ଏବଂ ଅନନ୍ତପୁର ଥାନା ଅନ୍ତର୍ଗତ ତେଣ୍ଟେଇ ଗ୍ରାମରେ ଚଢ଼ାଉ କରାଯାଇ ୧୭୦ ଲିଟର ଦେଶୀ ରନ୍ଧା ମଦ, ୧୬.୬୫୦ ଲିଟର ଜିଞ୍ଜର ଏବଂ ଗୋଟିଏ ସ୍କୁଟି (ଓଡି-୦୧ବିଇ-୭୯୭୬) ଜବତ କରାଯିବା ସହିତ କଣ୍ଟାବଣିଆ ଗ୍ରାମର ତପନ ଦାସ, ତେଣ୍ଟେଇ ଗ୍ରାମର କନକ ମଳିକ, ସୀତା ମଳିକ, ସୁରତ ମଳିକ ଓ ମଇନ ମଳିକ ଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି l ଜବତ ହୋଇଥିବା ମଦ, ଜିଞ୍ଜର ଓ ସ୍କୁଟି ର ଆନୁମାନିକ ମୂଲ୍ୟ ୦୧ ଲକ୍ଷ ୪୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢ଼ାଉରେ ସହ ଉପ-ନିରୀକ୍ଷକ ବସନ୍ତ କୁମାର ବାରିକ, କ୍ଷୀରୋଦ କୁମାର ସାହୁ ଓ ଦୀପିକା ପରିଡ଼ା ପ୍ରଭୃତି ସାମିଲ ଥିଲେ । ଏନେଇ ସୋର ଆଦର୍ଶ ଅବକାରୀ ଥାନା ପକ୍ଷରୁ ୦୫ ଗୋଟି ମାମଲା ରୁଜ୍ଜୁ କରାଯାଇଛି ।

0
0
0
s2sdefault