ହେଡଲାଇନସ୍:

ସ୍ବର୍ଗତ ସାମ୍ବାଦିକ ଅମର ନନ୍ଦଙ୍କ ସ୍ମୂତିଚାରଣ ସଭା ଅନୁଷ୍ଠିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବାଲେଶ୍ୱର: ଆଜି ବାଲେଶ୍ୱର ଜିଲ୍ଲା ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅମର ନନ୍ଦଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ଏହି ସଭାରେ ସଭାପତିତ୍ୱ କରିଥିଲେ ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀ। ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଧ୍ୱନି ପ୍ରତିଧ୍ୱନିର ଶ୍ରୀ ଯୁକ୍ତ ସୃଷ୍ଟି ଧରି ପରିଡା ଯୋଗଦେଇ କହିଲେ କି ଆମର ନନ୍ଦଙ୍କ ଭଳି ଭଦ୍ର ଓ ନମ୍ରଭାବାପ୍ନ ବ୍ୟକ୍ତି ମିଳିବା କଷ୍ଟକର।ସେ କେବଳ ଜଣେ ସାମ୍ବାଦିକ ନଥୂଲେ ସେ ଏକାଧାରରେ ଜଣେ ଭଲ ସମାଜସେବୀ ଥିଲେ। ସମ୍ମାନିତ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ସେଉଠୁ ଆରମ୍ଭ ଦୈନିକ ଖବରକାଗଜର ଶ୍ରୀ ଯୁକ୍ତ ଶୁଭେନ୍ଦୁ ଦାସ ଯୋଗଦେଇ ସ୍ମୃତିଚାରଣ କରିଥିଲେ ଓ ଏହି ଦିବଙ୍ଗତ ସାମ୍ବାଦିକ ସ୍ମୃତି କମିଟି କିଭଳି ଭାବରେ ଆହୁରି ଆଗକୁ ବଢି ପାରିବ ସେ କହିବା ସହିତ ନିଜେ ବର୍ଷକୁ ବର୍ଷ ୧୦୦୦ଟଙ୍କା ଦେବା ସହିତ ଯେତେବେଳେ ଯାହା ସାହାଯ୍ୟ ଦରକାର ପଡିବ ସେ ଦେବେ ବୋଲି ପ୍ରକାଶ କରିଥିଲେ। ସେହିପରି ଭାବରେ ଅମର ନନ୍ଦଙ୍କ ବାଲ୍ୟକାଳରୁ ବନ୍ଧୁ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗଦାଧର ବାବୁ ଯୋଗଦେଇ ତାଙ୍କ ପିଲାଦିନର କଥା ବଖାଣିଥିଲେ। ସମାଜ ସେବୀ ଶ୍ରୀ ମତୀ ଆଶ୍ରୀତା ତରେଇ ଯୋଗଦେଇ ସ୍ମୃତିଚାରଣ କରିଥିଲେ।ଅମର ନନ୍ଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ବରିଷ୍ଠ ସାମ୍ବାଦିକ ତଥା ପରିବାର ଅଦାଲତର ମୁଖ୍ୟ ଶ୍ରୀ ଯୁକ୍ତ ଶିବ ଦାସ କୁଣ୍ଡୁଙ୍କୁ ମାନପତ୍ର ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ସ୍ମୃତିଚାରଣ ସଭାରେ ସାମ୍ବାଦିକ ବିଦ୍ୟାଧର ମହାନ୍ତି, ତ୍ରିଲୋଚନ ମହାନ୍ତି,ହିତ୍ରିକ ନାୟକ, ସମ୍ବିତ ବେହେରା, ସମ୍ପାଦକ ଗଗନ କୁମାର ସେଠୀ, ପ୍ରମୁଖ ଯୋଗଦେଇ ସ୍ମୃତିଚାରଣ କରିଥିଲେ ସର୍ବଶେଷରେ ସାମ୍ବାଦିକ ତ୍ରିଲୋଚନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault