ହେଡଲାଇନସ୍:

ମାଟ୍ରିକ ପରୀକ୍ଷା ଫଳ ୨୦୨୬: ଓଡ଼ଗାଁ ବ୍ଲକରେ ବିଷ୍ଣୁ ପ୍ରସାଦ ସାହୁ ବ୍ଲକ ଟପ୍ପର, ୧୦ ଜଣଙ୍କ ଏ-୧ ସଫଳତା,

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡ଼ଗାଁ, ୩।୫(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ପୁଣିଥରେ ଶିକ୍ଷା କ୍ଷେତ୍ରରେ ନିଜ ସ୍ୱତନ୍ତ୍ର ପରିଚୟକୁ ସୁଦୃଢ଼ କରିଛି। ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳାଫଳରେ ବ୍ଲକର ୧୦ ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍‌ରେ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ଏହି ସଫଳତା ଓଡ଼ଗାଁ ବ୍ଲକକୁ ଜିଲ୍ଲା ସ୍ତରରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରିଛି। ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଗତ ଶନିବାର ଅପରାହ୍ନରେ ପ୍ରକାଶିତ ଫଳାଫଳରେ ଜନତା ନୋଡାଲ ହାଇସ୍କୁଲ, କୁରୁମବାଙ୍କତରାର ଛାତ୍ର ବିଷ୍ଣୁ ପ୍ରସାଦ ସାହୁ ୫୫୭ ନମ୍ବର ରଖି ବ୍ଲକ ଟପ୍ପର ହୋଇଛନ୍ତି। ସେହିପରି ଦଧିବାମନ ଜିଉ ହାଇସ୍କୁଲ, ଶିଖରପୁରର ଛାତ୍ରୀ ଅପର୍ଣ୍ଣା ରଥ ୫୫୪ ନମ୍ବର, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ଛାତ୍ର ଅଂଶୁମାନ ସାହୁ ଓ ପିଏମ୍ ଶ୍ରୀ ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଚିନ୍ମୟୀ ପଟ୍ଟନାୟକ ପ୍ରତ୍ୟେକ ୫୪୯ ନମ୍ବର ହାସଲ କରିଛନ୍ତି। ଏଥିସହ ବିକେ ନୋଡାଲ ବିଦ୍ୟାପୀଠ, ବାଉଁଶଗାଡ଼ିଆର ମାମୁନି ପରିଡ଼ା, ରାହାସ ବିଦ୍ୟାପୀଠ, ସାକେରୀର ସୋନାଲି ପ୍ରଧାନ, ରାଧାକାନ୍ତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସ୍ୱୟଂ ପ୍ରଜ୍ଞା ମହାନ୍ତି, ରଘୁନାଥ ସରକାରୀ ଉଚ୍ଚ ବିଦ୍ୟାପୀଠର ନାରାୟଣ ସାହୁ, କୁରାଳ ନୋଡାଲ ହାଇସ୍କୁଲର ସ୍ଥିତପ୍ରଜ୍ଞ ପାଣିଗ୍ରାହୀ ଓ କୁବେର ଲୋକନାଥ ହାଇସ୍କୁଲ, ବଡଗୋରଡାର ସ୍ୱାଗତ ପରିଡ଼ା ପ୍ରତ୍ୟେକ ୫୪୦ ନମ୍ବର ରଖି ଏ-୧ ଗ୍ରେଡ୍‌ରେ ଉତ୍ତୀର୍ଣ୍ଣ ହୋଇଛନ୍ତି।
ଏକାଥରେ ୧୦ ଜଣ ଛାତ୍ରଛାତ୍ରୀଙ୍କ ଏ-୧ ସଫଳତା ଓଡ଼ଗାଁ ବ୍ଲକର ଶିକ୍ଷା ମାନଦଣ୍ଡର ଉନ୍ନତିକୁ ପ୍ରତିଫଳିତ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଅତିରିକ୍ତ ଶିକ୍ଷାଧିକାରୀ ଗୀତାଞ୍ଜଳି ସାହୁ, ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀମାନେ ସମସ୍ତ ସଫଳ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇବା ସହ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

0
0
0
s2sdefault