ଝାରସୁଗୁଡା : ସମାସିଂହା ହରିଜନ ପଡା ସ୍ଥିତ ଯଜ୍ଞମଣ୍ଡପ ଠାରେ ଅଖଣ୍ଡ ନାମଯଜ୍ଞ ସମାପନ ହୋଇଯାଇଛି l ବୁଧୁବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା l ଗୁରୁବାର ନାମଯଜ୍ଞକାର୍ଯ୍ୟ ଆରମ୍ଭ ହୋଇଥିଲା । ଯଜ୍ଞରେ କ୍ଷମା ରଣବିଡା ଓ ତାଙ୍କ ଧର୍ମପତ୍ନୀ ନୀଲାବତୀ ରଣବିଡା କର୍ତ୍ତା ଦାୟିତ୍ଵ ତୁଲାଇଥିଲେ l ସ୍ଥାନୀୟ ଗୌର ଭକ୍ତ ବୃନ୍ଦ ଙ୍କ ନେତୃତ୍ୱରେ ତଥା ଆଖପାଖ ଅଂଚଳର ଶତାଧିକ ମହିଳା ଓ ଯୁବତୀ ସ୍ଥାନୀୟ ପୋଖରୀରୁ ଏକ କଳସ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା ସହ ନାମଯଜ୍ଞ ପୂଜାମଣ୍ଡପରେ ସ୍ଥାପନ କରିଥିଲେ l ଶୁକ୍ରବାର ଅପରାହ୍ନରେ ନାମସମାପନ, ନଗରଭ୍ରମଣ, ଦଧି ହାଣ୍ଡି ଭଞ୍ଜନ, ମହାପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଶନିବାର ଶୀତଲ ଦୀପ ଏବଂ ସଭ୍ଯାରାଣୀ ବାଗଙ୍କ ମଧ୍ୟରେ ବୈଠକ କିର୍ତନର ଅନୁଷ୍ଠିତ ହୋଇଥିଲା
ସମାସିଂହା,ଧୂତୁରା, ଦୁଲର୍ଗା ସୁନ୍ଦରଗଡ, କାତିକେଲା ଆଦି ଗ୍ରାମର କିର୍ତନ ଦଳ ଏଥିରେ ଭାଗ ନେଇଥିଲେ l ପୂଜକ ପ୍ରମୋଦ ଜୟପୁରିଆ ଏବଂ ଗୋବର୍ଧନ କୁଶୁମ ଙ୍କ ସହଯୋଗରେ ଯଜ୍ଞା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନାମଯଜ୍ଞ କମିଟି ର ସଭାପତି ପ୍ରଶାନ୍ତ ବୁଡା,ସମ୍ପାଦକ ଅତୁଲ୍ୟ ଚାନ୍ଦ,କୋଷାଧ୍ୟକ୍ଷ ରୂପାନନ୍ଦ ବାଗ,କୋଶଲ ଜୟପୁରିଆ, ପୂର୍ଣଚନ୍ଦ୍ର ଚାନ୍ଦ, ଯଯାତି ଜୟପୁରିଆ,ଟଙ୍କଧର କୁଆ,ନିର୍ମଲ ଚାନ୍ଦ,ରମେଶ ଗର୍ଡିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସକ୍ରିୟ ସହଯୋଗ
କରିଥିଲେ । ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଧାର୍ମିକ ଭକ୍ତ ମଣ୍ଡଳି ପୁରୁଷ-ମହିଳା ଯୁବକ ଯୁବତୀ ଏଥିରେ ଯୋଗଦେଇ ସହଯୋଗ କରିଥିଲେ l
ରାଜ୍ୟ
ସମାସିଂହାରେ ଅଖଣ୍ଡ ଅଷ୍ଟପ୍ରହର ନାମଯଜ୍ଞ
- Hits: 14








