ଝାରସୁଗୁଡା : କୋଲାବିରା ବ୍ଲକ ଅଞ୍ଚଳରେ ବିଭିନ୍ନ ଗ୍ରାମରେ ପାଣି ସମସ୍ୟା ଦୂର ପାଇଁ ବିଧାୟକ ଟଙ୍କଧର ତ୍ରିପାଠୀ ଙ୍କ ଉଦ୍ୟମରେ ୫ଟି ପାଣି ଟ୍ୟାଙ୍କର ରେ ଶୁଭାରମ୍ଭ ହୋଇଯାଇଛି l ରବିବାର ବିଧାୟକ ଶ୍ରୀ ତ୍ରିପାଠୀ ଫିତା କାଟି ଟ୍ରାକ୍ଟର ସହ ଟ୍ୟାଙ୍କର ର ଶୁଭାରମ୍ଭ କରିଥିଲେ l କୋଲାବିରା ବ୍ଲକ ର ଯେଉଁ ଗାଁ ମାନଙ୍କ ରେ ପାଣି ସମସ୍ୟା ହେବ ଗ୍ରାମବାସୀ ବିଡ଼ିଓ କିମ୍ବା ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହ ଯୋଗାଯୋଗ କରି ଟ୍ୟାଙ୍କର ଦ୍ୱାରା ପାଣି ପାଇବା ସୁବିଧା ପାଇ ପାରିବେ ବୋଲି ବିଧାୟକ ଟଙ୍କଧର ଏ ଅବସରରେ ଘୋଷଣା କରିଥିଲେ l ଏଥିରେ ଜିଲ୍ଲାପରିଷଦ ଉନ୍ନୟନ ଅଧିକାରୀ ବିଶ୍ବରଂଜନ ନାୟକ, ଅତିରିକ୍ତ ବିଡିଓ ରାଜେଶ ରୋଶନ ଗୁଡ଼ିଆ, ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ସହାୟକ ଯନ୍ତ୍ରୀ ରଞ୍ଜିତାବାଲା ଦାସ, କୋଲାବିରା ଭାରପ୍ରାପ୍ତ ସରପଞ୍ଚ ଅଞ୍ଜଳି ବାଗ, ସୋଡାମାଳ ସରପଞ୍ଚ ଚନ୍ଦନ ପଟ୍ଟନାୟକ, ଝିର୍ଲାପାଲି ସରପଞ୍ଚ ତିଳୋତ୍ତମା ଛଛାନ, ପରମାଣପୁର ସରପଞ୍ଚ ଜାହ୍ନବୀ ପ୍ରଧାନ, କୁଲିହାମାଲ ପୂର୍ବତନ ସରପଞ୍ଚ ଅଞ୍ଜନ ପଟେଲ,ବିଜେପି ମଣ୍ଡଳ ଉପ ସଭାପତି ସଞ୍ଜୟ କୁମାର ପୂଜାରୀ,ସାଂସଦ ପ୍ରତିନିଧି ସମରେନ୍ଦ୍ର ରାୟ,ବିଜେପି ମଣ୍ଡଳ ସାଧାରଣ ସମ୍ପାଦକ ଲିଙ୍କନ ଟଣ୍ଡକାର, ଓ ଅଭୟ ନାୟକ କୁଲଦୀପ ନାୟକ,ଜିଲ୍ଲା ବିଜେପି ଉପ ସଭାପତି ସୌଦାମିନୀ କାଲୋ, ମଣ୍ଡଳ ମହିଳା ମୋର୍ଚ୍ଚା ସଭାପତି ଲତିକା ସାହୁ,ମଣ୍ଡଳ ସମ୍ପାଦକ ପ୍ରତିଭା ବେହେରା, ବରିଷ୍ଠ ସଦସ୍ୟ ଅଶୋକ ବେହେରା ପ୍ରମୁଖ ଉପସ୍ଥିତ ଥିଲେ
ରାଜ୍ୟ
କୋଲାବିରାରେ ବିଧାୟକଙ୍କ ଦ୍ଵାରା ୫ ପାଣି ଟ୍ୟାଙ୍କର ଶୁଭାରମ୍ଭ
- Hits: 19








