ହେଡଲାଇନସ୍:

ମଧ୍ୟ ପ୍ରାଚ୍ୟ ଯୁଦ୍ଧର ପ୍ରଭାବ:ଓଡଗାଁ ଅଂଚଳରେ ପେଟ୍ରୋଲ ଓ ଡିଜେଲ ଅଭାବ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୨୭।୪(ଶ୍ରୀକାନ୍ତ କୁମାର ମିଶ୍ର): ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକ ଅଞ୍ଚଳରେ ମଧ୍ୟ ପ୍ରଭାବ ପଡ଼ିବା ଆରମ୍ଭ ହୋଇଛି । ବିଭିନ୍ନ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲର ଅଭାବ ଘୋର ଅଭାବ ଦେଖାଦେଇଥିବାରୁ ସାଧାରଣ ଲୋକ ଅସୁବିଧାରେ ପଡ଼ିଛନ୍ତି।
କେତେକ ସ୍ଥାନରେ ଗୋଟିଏ ବାଇକକୁ ମାତ୍ର ୧୦୦ ଟଙ୍କାର ପେଟ୍ରୋଲ ଦିଆଯାଉଥିବା ବେଳେ, ଅନ୍ୟ କେତେକ ପମ୍ପରେ ତେଲ ସମ୍ପୂର୍ଣ୍ଣ ଶେଷ ହୋଇ ଯାଇଥିବାରୁ ଯୋଗାଣ ସମ୍ପୁର୍ଣ୍ଣ ବନ୍ଦ ରହିଛି। ଏହା ଫଳରେ ପରିସ୍ଥିତି ଅସ୍ୱାଭାବିକ ହୋଇପଡ଼ିଛି।
ଶରଣକୁଳ କରଡ଼ା ପେଟ୍ରୋଲ ଟାଙ୍କି ସହ ଓଡ଼ଗାଁ ଏନ୍‌ଏସିର କଦଳୀବନ୍ଧ ଅଞ୍ଚଳର ରାଧାକୃଷ୍ଣ ପେଟ୍ରୋଲ ପମ୍ପ, ରଙ୍ଗଣୀପାଟଣା, ଜାମୁସାହି, ପଥରା ଓ ରୋହିବାଙ୍କ ପେଟ୍ରୋଲ ପମ୍ପରେ ଇନ୍ଧନ ନଥିବା ସୂଚନା ମିଳିଛି। କେତେକ ପମ୍ପରେ ଡିଜେଲ ଥିଲେ ମଧ୍ୟ ତାହା ଶୀଘ୍ର ଶେଷ ହେବାର ସମ୍ଭାବନା ରହିଛି।
ଏହି ସମସ୍ୟା ଦୀର୍ଘସ୍ଥାୟୀ ହେଲେ କୃଷି, ପରିବହନ ଓ ଦୈନନ୍ଦିନ ଜୀବନରେ ଗୁରୁତର ପ୍ରଭାବ ପଡ଼ିପାରେ। ତେଣୁ ସରକାର ତୁରନ୍ତ ବିକଳ୍ପ ବ୍ୟବସ୍ଥା ନେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ସେପଟେ ଲୋକମାନେ ଅନାବଶ୍ୟକ ଯାତାୟାତ ବନ୍ଦ କରି ସାଇକେଲ ବ୍ୟବହାରକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଜଣାଯାଇଛି। ପେଟ୍ରୋଲ ପମ୍ପ ମାଲିକମାନେ ଇନ୍ଧନ ପାଇଁ ଅର୍ଥ ଜମା କରିଥିବା ବେଳେ, ଖୁବଶୀଘ୍ର ସମସ୍ତ ପମ୍ପକୁ ଯୋଗାଣ ସାଧାରଣ ହେବ ବୋଲି ଓଡ଼ଗାଁ ବ୍ଲକ ଯୋଗାଣ ଅଧିକାରୀ ମଳୟ ମେହେର ସୂଚନା ଦେଇଛନ୍ତି।

0
0
0
s2sdefault