ହେଡଲାଇନସ୍:

ଡାବୁଗାଁ ରେ ଗୋ ସମ୍ମାନ ଅଭିଯାନ ,ବିଶ୍ଵ ହିନ୍ଦୁ ପରିଷଦ ତରଫରୁ ତହସିଲଦାର ଙ୍କୁ ଦାବୀପତ୍ର ପ୍ରଦାନ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ ) ତା ୨୭/୦୪/୨୬ ଡାବୁଗାଁ ବିଶ୍ଵ ହିନ୍ଦୁ ପରିଷଦ ପକ୍ଷରୁ ଗୋ ସମ୍ମାନ ଅଭିଯାନ ପରିପ୍ରେକ୍ଷି ରେ ଆଜି ଡାବୁଗାଁ ତହସିଲଦାର ଗୀତା ମୁର୍ମୁ ଙ୍କୁ ମହା ମହିମ ରାଷ୍ଟ୍ରପତି ,ପ୍ରଧାନ ମନ୍ତ୍ରୀ , ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି। ଦାବିପତ୍ରରେ ଗୋ ସୁରକ୍ଷା ଆଇନ ପ୍ରଣୟନ , ଗୋ ଚାଲାଣ ବନ୍ଦ କରିବା, ଗୋ ହତ୍ୟା ବନ୍ଦ, ତଥା ଗୋ ମାଫିଆ ମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେଇ ଦାବୀ କରାଯାଇଛି। ସାରା ଭାରତ ବର୍ଷରେ ଗୋ ହତ୍ୟା ସମ୍ପୂର୍ଣ ବନ୍ଦ ସହ ଗୋ ମାତା କୁ ରାଷ୍ଟ୍ର ମାତାର ଦାବୀ ପ୍ରଦାନ କରିବା ନେଇ ଆଜି ଠାରୁ ସଚେତନ କରାଯାଉଛି। ଏହି ଜାତୀୟ ଅଭିଯାନର ଅଂଶ ସ୍ୱରୂପ ଆଜି ଡାବୁଗାଁ ବିଶ୍ଵ ହିନ୍ଦୁ ପରିଷଦ ର ଗୋ ରକ୍ଷକ ,ଗୋ ପ୍ରେମୀ,ସ୍ୱେଚ୍ଛା ସେବକ ଓ ସମାଜ ସେବୀ ମାନେ ଏକତ୍ରିତ ହୋଇ ଗୋ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ୨୦୦ ରୁ ଉର୍ଦ୍ଧ ଦସ୍ତଖତ ସହ ଦାବୀପତ୍ର ପ୍ରଦାନ କରିଥିଲେ। ସାରା ଭାରତ ବର୍ଷରେ ଗୋ ସୁରକ୍ଷା ନେଇ ଜନ ଜାଗରଣ ସୃଷ୍ଟି କରିବା ଏହାର ଲକ୍ଷ୍ୟ ରହିଛି। ଏହି ଦାବୀ ପାତ୍ର ଦେବା ସମୟରେ ବିଶ୍ଵ ହିନ୍ଦୁ ପରିଷଦ ର ଜିଲ୍ଲା ମଠ ମନ୍ଦିର ପ୍ରମୁଖ ଭଗବାନ ମହାନ୍ତି,ମୁଖ୍ୟ ପ୍ରଭାରୀ ଲକ୍ଷ୍ମୀକାନ୍ତ ରଥ,ପ୍ରଭାରୀ ଦିବ୍ୟ ରଞ୍ଜନ ପାତ୍ର,ସହ ପ୍ରଭାରୀ ସୁରେଶ ଚନ୍ଦ୍ର ସାମଲ,ସହ ସଂଯୋଜକ ସପନ କୁମାର ଦେ,କେ ରମେଶ ରାଓ,ଅଭିଯାନ ପ୍ରମୁଖ କୈଳାଶ ସିଂ,ଶୋଭାଯାତ୍ରା ପ୍ରମୁଖ ନିତ୍ୟାନନ୍ଦ ମହାନ୍ତି,ଫୁଲ ସିଂ ଜାନି ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।

0
0
0
s2sdefault