ହେଡଲାଇନସ୍:

ମାନବ-ବନ୍ୟପ୍ରାଣୀ ସଂଘର୍ଷ ପୀଡ଼ିତକୁ ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୁନିଆରେ ତିଷ୍ଠି ରହିବାକୁ ପ୍ରତି ମୁହୂର୍ତ୍ତରେ ମାନବ ଓ ବନ୍ୟଜନ୍ତୁ ନିଜ ନିଜ ଭିତରେ ସଂଘର୍ଷ କରିଥାନ୍ତି। କିନ୍ତୁ ଏହି ସଂଘର୍ଷରେ ଯେତେବେଳେ ଅକାଳରେ ଜଣେ ପ୍ରାଣ ହରାଇଥାନ୍ତି , ସେତେବେଳେ ତାଙ୍କ ପରିବାର ସାହାଯ୍ୟ ଆଶାରେ ଚାରିଆଡ଼େ ହାତ ପତେଇ ନିରାଶାରେ ଜୀବନ ବିତାଇଥାନ୍ତି।
ସେହିଭଳି ପରିବାରର ସଦସ୍ୟମାନଙ୍କୁ କିପରି ସରକାରୀ ସାହାଯ୍ୟ ମିଳିପାରିବ ତଥା ସେମାନେ କିପରି ପୁଣି ଆଗକୁ ବଢ଼ି ପାରିବେ ଏହି କଥାକୁ ଚିନ୍ତା କରି ଆଜି ଗୁମ୍ମା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ୍ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶ କ୍ରମେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶ୍ରୀ ରାଉଳ ଉପସ୍ଥିତ ଜନସାଧାରଣଙ୍କୁ ବାଲ୍ୟ ବିବାହ ନିରୋଧ ଆଇନ , ପୋସ୍କୋ ଆଇନ , ବନ୍ୟଜନ୍ତୁ ସଂରକ୍ଷଣ ଆଇନ ତଥା ଅନ୍ୟ ଆଇନ କାନୁନ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ମାନବ ବନ୍ୟପ୍ରାଣୀ ସଂଘର୍ଷ ପିଡୀତଙ୍କ ପାଇଁ ରହିଥିବା ସରକାରୀ କ୍ଷତିପୂରଣ ବ୍ୟବସ୍ଥା ଓ ସାଇବର କ୍ରାଇମ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ଆଜିର ଏହି ସଚେତନତା କାର୍ଯ୍ୟକ୍ରମ ପାରା ଲିଗାଲ ଭଲ୍ୟୁଣ୍ଟର ଶଶୀରେଖା ବିଷୋୟୀ , ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ଗୁମ୍ମା ପଞ୍ଚାୟତର ମିଳିତ ସହଯୋଗରେ ସଫଳତାର ସହ ଶେଷ ହୋଇଥିଲା ଓ ସର୍ବଶେଷରେ ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ପିତାମଣି ରାଇତା ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

0
0
0
s2sdefault