ହେଡଲାଇନସ୍:

୧୪୮ ଲିଟର ଚୋରା ମଦ ଜବତ ୬ କୋର୍ଟ ଚାଲାଣ ।

User Rating: 5 / 5

Star ActiveStar ActiveStar ActiveStar ActiveStar Active
 

କେନ୍ଦ୍ରାପଡ଼ା:୨୭/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲା ର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ରୋମିତା ଗ୍ରାମର ସଂଗ୍ରାମ ପ୍ରଧାନ (ବୟସ-୨୩) ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ, ନରହରିପୁର ଗ୍ରାମର ରଜନୀକାନ୍ତ ଦାସ (ବୟସ-୪୮) ଙ୍କ ଠାରୁ ୩୪ ଲିଟର ବିଦେଶୀ ମଦ, ପାଟକୁରା ଗ୍ରାମର ରଞ୍ଜନ କୁମାର ପରିଡା (ବୟସ-୫୪) ଙ୍କ ଠାରୁ ୨୧ ଲିଟର ବଦେଶୀ ମଦ, ରାଜନଗର ଗ୍ରାମର ମଙ୍ଗୁଳି ଚରଣ ସ୍ବାଇଁ (ବୟସ-୩୭) ଙ୍କ ଠାରୁ ୨୨ ଲିଟର ବିଦେଶୀ ମଦ, କୁରନ୍ତି ଗ୍ରାମର ପ୍ରଦୀପ କୁମାର ନରେନ୍ଦ୍ର (ବୟସ-୫୬) ଙ୍କ ଠାରୁ ୨୯ ଲିଟର ବିଦେଶୀ ମଦ ଜବତ ଏବଂ ଡେରାବିଶି ଥାନା ଅନ୍ତର୍ଗତ କେଉଟ ଖଣ୍ଡିଆ ଗ୍ରାମର ସନ୍ତୋଷ କୁମାର ସେଠି ଙ୍କ ଠା ରୁ ୧୦ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାକ୍ଷରୁ ସମୁଦାୟ ୧୪୮ ଲିଟର ବିଦେଶୀ ଓ ଦେଶୀ ମଦ ସମେତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇ ୬ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ଛାଯାକାନ୍ତ ନାୟକ, ମିସ ଋତୁପ୍ରଭା ସ୍ବାଇଁ, ଶ୍ରୀ ପ୍ରିୟଦର୍ଶି ମାନସ ରଞ୍ଜନ ମିଶ୍ର ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।

0
0
0
s2sdefault