ହେଡଲାଇନସ୍:

ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଉପ-ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ବୈଠକ ଆଜି ( ଗୁରୁବାର) ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀ ମୁନିନ୍ଦ୍ର ହୋନନାଗାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ଆସନ୍ତା ୨୫ ଓ ୨୬ ତାରିଖରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତି ପରିଡ଼ାଙ୍କ ୨ଦିନିଆ ଗଜପତି ଜିଲ୍ଲା ଗସ୍ତକୁ ନେଇ ବିଭିନ୍ନ ଲାଇନ ବିଭାଗୀୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପଙ୍ଖ ଆଲୋଚନା କରଯାଇଛି । ଶ୍ରୀମତୀ ପରିଡ଼ା ଆସନ୍ତା ୨୫ ତାରିଖ ଦିନ ଜିରାଙ୍ଗ ଠାରେ ନିର୍ମାଣ ହେବାକୁଥିବା ପ୍ରତୀକ୍ଷା ଗ୍ରୁପ୍ରରେ ପଞ୍ଚତାରକା ହୋଟେଲର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ରହିଅଛି। ସେହିପରି ଉକ୍ତ ଦିନ ଅପରାହ୍ନରେ କଇଁପୁର ଠାରେ ୨ ଦିନିଆ ମହେନ୍ଦ୍ରଗିରି ଇକୋ ଏଡଭେନ୍ଚର ଫେଷ୍ଟ ୨୦୨୬ ର ଶୁଭ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଅଛି। ଏଥି ନିମନ୍ତେ ସମସ୍ତ କାର୍ଯକ୍ରମ ଶେଷ ପର୍ଯ୍ୟାୟ ରେ ପହଞ୍ଚିଥିବା ବୈଠକ ରେ ଆଲୋଚନା ହୋଇଥିଲା।
ଉକ୍ତ ବୈଠକରେ ଶ୍ରୀ କେ.ନାଗରାଜୁ ବନଖଣ୍ଡ ଅଧିକାରୀ ପାରଳାଖେମୁଣ୍ଡି , ଶ୍ରୀ ଦୟାମୟ ପାଢ଼ୀ , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଗଜପତି , ଶ୍ରୀ ଅଂଶୁମାନ ମହାପାତ୍ର , ପ୍ରକଳ୍ପ ପ୍ରଶାସକ ଆଦିବାସୀ ଉନ୍ନୟନ ସଂସ୍ଥା ପାରଳାଖେମୁଣ୍ଡି , ଶ୍ରୀ ପୃଥ୍ଵୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକରୀ ଜିଲ୍ଲାପରିଷଦ ଗଜପତି , ଶ୍ରୀ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀ ମାଧବନନ୍ଦ ନାୟକ , ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ସମେତ ସମସ୍ତ ଲାଇନ ବିଭାଗୀୟ ଅଧିକାରୀ ପ୍ରମୁଖ ବୈଠକ ଉପସ୍ଥିତ ଥିଲେ।

0
0
0
s2sdefault