ହେଡଲାଇନସ୍:

ଖଣ୍ଡପଡ଼ା ଏସ୍‌ଡିପିଓଙ୍କୁ ଗିରଫ ଓ ନିଲମ୍ବନ ଦାବି: ଏସ୍‌ପିଙ୍କୁ ଭେଟିଲେ ବିଜେଡି ଟିମ୍‌

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ନୟାଗଡ଼(ବିଶ୍ୱଜିତ୍ ନାୟକ):- ନୟାଗଡ଼ ଜିଲ୍ଲା ଫତେଗଡ଼ ଗ୍ରାମର ରଶ୍ମିତା କହଁରଙ୍କୁ ପ୍ରେମ ନିବେଦନ କରି ଅଡ଼ୁଆରେ ଫସିଥିବା ଏସ୍‌ଡିପିଓ ମଦନ ମୋହନ ପ୍ରଧାନଙ୍କୁ ଗିରଫ କରିବା ପାଇଁ ଦାବି ହୋଇଛି । ଏହା ସହିତ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ପାଇଁ ସ୍ୱର ଉତ୍ତୋଳନ କରି ବିଜେଡି । ଆଜି ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ନୟାଗଡ଼ ଏସ୍‌ପିଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଛନ୍ତି । ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା, ଭାପୁର ଉପାଧ୍ୟକ୍ଷ ବେଣୁଧର ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ ପ୍ରମୂଖ ଏସ୍‌ପିଙ୍କୁ ଭେଟିଛନ୍ତି । ଏହି ଅବସରରେ ଦଶପଲ୍ଲା ବିଧାୟକ ଶ୍ରୀଯୁକ୍ତ ବେହେରା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ଖଣ୍ଡପଡ଼ା ଏସ୍‌ଡିପିଓଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଓ ଗିରଫ ପାଇଁ ଦାବି କରାଯାଇଥିବା କହିଛନ୍ତି । ନତୁବା ଏହି ଘଟଣାକୁ ନେଇ ବିଜୁ ଜନତା ଦଳ ରାଜ ରାସ୍ତାକୁ ଯିବ ବୋଲି କହିଛନ୍ତି ।

ନୟାଗଡ଼ ବିଧାୟକ ଡ. ସାହୁ ତାଙ୍କ ପ୍ରତିକ୍ରିୟାରେ, କିଛି ପୁଲିସ ଅଧିକାରୀ ବିଜେପି କର୍ମୀ ଭାବେ କାମ କରୁଥିବା କହିଛନ୍ତି । ଏହା ଦ୍ୱାରା ସାଧାରଣ ଲୋକେ ଅସନ୍ତୋଷ ହେଉଛନ୍ତି । ବିଜେପି କର୍ମୀଙ୍କ କଥାରେ ପୁଲିସ ପରିଚାଳିତ ହେଉଛି ବୋଲି କହିଛନ୍ତି । ଏସ୍‌ଡିପିଓ ଘଟଣାରେ ପୁଲିସ ବିଭାଗର ମର୍ଜ୍ଜଦାର କଥା, ସମ୍ମାନର କଥା । ପୁଲିସ ବିଭାଗ ନିଜ ସମ୍ମାନ ରକ୍ଷା କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କର ବୋଲି ଦାବି କରିଛନ୍ତି । ଆଇନର ରକ୍ଷକ ଆଇନର ରକ୍ଷା ନକଲେ ସମ୍ମାନ ହାନୀ ହେବ । ଏସଡିପିଓ ଭାରତୀୟ ଜନତା ପାର୍ଟର କର୍ମୀ ଭାବେ କାମ କରୁଥିବାରୁ ତାଙ୍କୁ ସୁରକ୍ଷା ଦିଆଯାଉଛି ବୋଲି କହିଛନ୍ତି । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆମେ ଆନ୍ଦୋଳନକୁ ଓହ୍ଲାଇବୁ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ନୟାଗଡ଼ ଜିଲ୍ଲାର ଅନେକ ବ୍ଲକ ଅଧ୍ୟକ୍ଷ, ଜିଲ୍ଲା ପରିଷଦ ସଦସ୍ୟ ପ୍ରମୂଖ ନୟାଗଡ଼ ଏସପିଙ୍କ କାର୍ଯ୍ୟାଳୟକୁ ଯାଇଥିବା ଦେଖାଯାଇଛି ।

0
0
0
s2sdefault