ଜଗତସିଂହପୁର, ତା-୨୩. ୦୪. ୨୦୨୬/ ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲା ଦେବୋଗ (ଚାଟରା) ସ୍ଥିତ ମା' ଉଗ୍ରତାରା ପୀଠରେ ଚଳିତ ବର୍ଷ ବହୁ ଆଡ଼ମ୍ବରରେ ମା'ଙ୍କ ୫୯ ତମ ବିଶ୍ୱଶାନ୍ତି ଦେବୀ ମହାଯଜ୍ଞ ଏବଂ ମନ୍ଦିରର ବାର୍ଷିକ ଉତ୍ସବ ସମ୍ପନ୍ନ ହୋଇଯାଇଛି। ଏହି ତିନି ଦିନିଆ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ସମେତ ଦୂରଦୂରାନ୍ତରୁ ଶତାଧିକ ଭକ୍ତଙ୍କ ସମାଗମ ହୋଇଥିଲା।
ତିନି ଦିନର ଭକ୍ତିମୟ ପରିବେଶ
ମା'ଙ୍କ ସେବକ ବୃନ୍ଦ ଓ ସ୍ଥାନୀୟ ଜନସାଧାରଣଙ୍କ ସହଯୋଗରେ ଏହି ଉତ୍ସବ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ପାଳିତ ହୋଇଥିଲା। କାର୍ଯ୍ୟସୂଚୀ ଅନୁଯାୟୀ:-
ପ୍ରଥମ ଦିବସ (୨୦.୦୪.୨୦୨୬, ସୋମବାର): ବାର୍ଷିକ ଉତ୍ସବର ଶୁଭାରମ୍ଭ ସହ ଘଟ ସ୍ଥାପନ, ଅଗ୍ନି ସ୍ଥାପନ ଏବଂ ମା'ଙ୍କର ଷୋଡ଼ଶ ଉପଚାର ପୂଜା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
ଦ୍ଵିତୀୟ ଦିବସ (୨୧.୦୪.୨୦୨୬, ମଙ୍ଗଳବାର): ମା'ଙ୍କ ପୀଠରେ ସପ୍ତସତୀ ଚଣ୍ଡୀ ଆହୁତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇ ବିଶ୍ୱଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା।
ଅନ୍ତିମ ଦିବସ (୨୨.୦୪.୨୦୨୬, ବୁଧବାର): ଉତ୍ସବର ଶେଷ ଦିନରେ ପୂର୍ଣ୍ଣାହୁତି ପ୍ରଦାନ କରାଯାଇଥିଲା। ଦିବା ୧ଟା ସମୟରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ବେଳେ ରାତି ୧୦ଟାରେ ପୂର୍ଣ୍ଣାହୁତି ସହ ଉତ୍ସବର ସାଙ୍ଗ ହୋଇଥିଲା। ପୂଜାର୍ଚ୍ଚନା ସହିତ ପ୍ରତିଦିନ ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯାହା ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମା'ଙ୍କ ଆଶୀର୍ବାଦ ଭିକ୍ଷା କରିବା ପାଇଁ ସମଗ୍ର ଦେଭୋଗ ଅଞ୍ଚଳ ଏକ ଭକ୍ତିମୟ ପରିବେଶରେ ଉତ୍ସବମୁଖର ହୋଇଉଠିଥିଲା।
"ଜଗତର କଲ୍ୟାଣ ଓ ଶାନ୍ତି ପାଇଁ ମା' ଉଗ୍ରତାରାଙ୍କ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଦୀର୍ଘ ୫୯ ବର୍ଷ ଧରି ପରମ୍ପରା ଅନୁଯାୟୀ ଅନୁଷ୍ଠିତ ହୋଇଆସୁଛି।"
ରାଜ୍ୟ
ଶ୍ରଦ୍ଧାଳୁଙ୍କ ଗହଳିରେ ମା' ଉଗ୍ରତାରାଙ୍କ ୫୯ ତମ ବିଶ୍ୱଶାନ୍ତି ମହାଯଜ୍ଞ ଓ ବାର୍ଷିକ ଉତ୍ସବ ସମ୍ପନ୍ନ
- Hits: 27








