ହେଡଲାଇନସ୍:

ଆଦିତ୍ୟ ଆଲୁମିନିୟମ ରିଫାଇନାରି ପ୍ରୋଜେକ୍ଟ କୌଶଲ୍ ଅଧୀନରେ ସ୍ଥାନୀୟ ଯୁବତୀଙ୍କ ପାଇଁ ପୋଷାକ ତିଆରି ତାଲିମ ପ୍ରାୟୋଜକତା କରୁଛି

User Rating: 1 / 5

Star ActiveStar InactiveStar InactiveStar InactiveStar Inactive
 

ରାୟଗଡା ରୁ ବୈକୁଣ୍ଠ ଦୁରିଆ -ଆଦିତ୍ୟ ବିର୍ଲା ଗ୍ରୁପର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ଏକ ୟୁନିଟ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ତାହାର ଅଗ୍ରଣୀ ପ୍ରୟାସ ପ୍ରୋଜେକ୍ଟ କୌଶଲ ଅଧୀନରେ ସ୍ଥାନୀୟ ଯୁବତୀଙ୍କ ପାଇଁ ପୋଷାକ ପ୍ରସ୍ତୁତି ତାଲିମକୁ ପ୍ରୋତ୍ସାହିତ କରି ଦକ୍ଷତା ବିକାଶ ଓ ମହିଳା ସଶକ୍ତିକରଣ ପ୍ରତି ନିଜର ପ୍ରତିବଦ୍ଧତାକୁ ପୁନଃ ସୁଦୃଢ଼ୀକରଣ କରିଛି।
ଏହି କାର୍ଯ୍ୟକ୍ରମକୁ ଶ୍ରୀ ମଜହର ବେଗ, ୟୁନିଟ ହେଡ୍ ତଥା ପ୍ରେସିଡେଣ୍ଟ, ସ୍ଥାନୀୟ ନେତୃବୃନ୍ଦ, ହିତାଧିକାରୀଙ୍କ ପିତା ମାତା, ପ୍ରାୟ ୨୦୦ ଗ୍ରାମବାସୀ ଓ ଶ୍ରୀ ରମେଶ ଚନ୍ଦ୍ର ଦୁଭାଡ଼ା, ହେଡ଼ - କନ୍ ଷ୍ଟ୍ରକସନ୍; ଶ୍ରୀ ପି.କେ. ପାଢ଼ୀ; ଶ୍ରୀ ବାସୁଦେବ ରାଓ ଘାନ୍ତା, ଏଭିପି- ପ୍ରୋସେସ ଆଣ୍ଡ ପ୍ରୋଜେକ୍ଟସ; ଶ୍ରୀ ଦୀପକ ମହାନ୍ତି, ହେଡ, ଏଚଆର, ଆଇଆର ଓ ସିଏସଆର; ଶ୍ରୀ ମଧୁମାଲ୍ୟ ଦ୍ବିବେଦୀ, ସେଫ୍ଟି ଓ ଫାୟର ହେଡ୍; ଏବଂ ଶ୍ରୀ ତନ୍ମୟ ମହାନ୍ତି, ପ୍ରୋଜେକ୍ଟ ମ୍ୟାନେଜର - ସିଏସଆର୍ ଓ ଆର ଏନ୍ ଆର୍ ଆଦି ବରିଷ୍ଠ କାର୍ଯ୍ୟକର୍ତ୍ତା ବୃନ୍ଦ ଓ ଅନ୍ୟ ବରିଷ୍ଠ ରିଫାଇନାରି ଅଧିକାରୀଙ୍କ ଉପସ୍ଥିତିରେ ଉଦଘାଟନ କରିଥିଲେ।
ପ୍ରୋଜେକ୍ଟ କୌଶଲର ଚତୁର୍ଥ ବ୍ୟାଚ ଅଧୀନରେ ମୁଖ୍ୟତଃ ଆଦିବାସୀ ସମୁଦାୟରୁ ୨୪ ଜଣ ସ୍ଥାନୀୟ ଯୁବତୀଙ୍କୁ ପୋଷାକ ପ୍ରସ୍ତୁତି ତାଲିମ ନିମନ୍ତେ ମନୋନୀତ କରାଯାଇଛି। ଏହି ବ୍ୟାଚ୍ ସହିତ ଏହି ପ୍ରୟାସ ଦ୍ଵାରା ମୋଟ ୯୦ ଜଣ ଯୁବତୀ ଉପକୃତ ହୋଇଛନ୍ତି। ମନୋନୀତ ପ୍ରାର୍ଥୀମାନେ ଏବିଏଲବିଏଲ, ଭୁବନେଶ୍ୱରରେ ପୂର୍ଣ୍ଣ ରହିବା ଓ ଖାଇବା ସହିତ ଦୁଇ ବର୍ଷ ପୂର୍ଣ୍ଣକାଳୀନ ପୋଷାକ ପ୍ରସ୍ତୁତି ତାଲିମ ନେବେ।

ଏହି କାର୍ଯ୍ୟକ୍ରମ ପୋଷାକ ପ୍ରସ୍ତୁତି କ୍ଷେତ୍ରରେ ଶିଳ୍ପ ଉପଯୋଗୀ ଦକ୍ଷତା ଏବଂ ବାସ୍ତବ ପ୍ରାକ୍ଟିକାଲ ତାଲିମ ପ୍ରଦାନ କରି ନିଯୁକ୍ତିବତ୍ତା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ମଜହର ବେଗ କହିଥିଲେ ଯେ,ପ୍ରୋଜେକ୍ଟ କୌଶଳ ସ୍ଥାନୀୟ ଯୁବବର୍ଗ, ବିଶେଷକରି ଆଦିବାସୀ ସମୁଦାୟର ଯୁବତୀମାନଙ୍କୁ ବଜାର ସଂଯୁକ୍ତ ଦକ୍ଷତାରେ ସୁସଜ୍ଜିତ କରି ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁଯୋଗ ଯୋଗାଇ ଦେବା ଉପରେ ଦୃଷ୍ଟିନିବଦ୍ଧ କରୁଛି। ସେ କହିଥିଲେ ଯେ, ମାତା ପିତା, ସ୍ଥାନୀୟ ନେତୃବୃନ୍ଦ ଏବଂ ଗ୍ରାମବାସୀଙ୍କର ମଜଭୁତ ଅଂଶଗ୍ରହଣ ଦକ୍ଷତା ଭିତ୍ତିକ ବିକାଶ ପ୍ରୟାସଗୁଡ଼ିକ ପ୍ରତି ଜନସାଧାରଣଙ୍କ ବର୍ଦ୍ଧିତ ଆସ୍ଥାକୁ ପ୍ରତିଫଳିତ କରୁଛି।
ପ୍ରୋଜେକ୍ଟ କୌଶଳ ଜରିଆରେ ଆଦିତ୍ୟ ଆଲୁମିନା ରିଫାଇନାରି ପ୍ରୋଜେକ୍ଟ ଉକ୍ତ ଅଂଚଳରେ ଗୋଷ୍ଠୀ ବିକାଶ, ଦକ୍ଷତା ପରିବର୍ଦ୍ଧନ ଏବଂ ସମାବେଶୀ ସାମାଜିକ - ଅର୍ଥନୈତିକ ଅଭିବୃଦ୍ଧି ଦିଗରେ ନିଜର ପ୍ରତିବଦ୍ଧତାକୁ ନିରନ୍ତର ସୁଦୃଢ଼ୀକରଣ କରୁଛି।

0
0
0
s2sdefault