ହେଡଲାଇନସ୍:

ଦିନଶା ପକ୍ଷରୁ ବିନୋଦ କାମ୍ବଲିଙ୍କୁ ନେଇ ନୂଆ ‘ଦିଲଦାରି’ ଅଭିଯାନର ଶୁଭାରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଦେଶର ଅଗ୍ରଣୀ ଆଇସକ୍ରିମ ବ୍ରାଣ୍ଡ ଦିନଶା ପକ୍ଷରୁ କ୍ରିକେଟ ତାରକା ବିନୋଦ କାମ୍ବଲିଙ୍କୁ ନେଇ ନୂଆ ଦିଲଦାରି ଅଭିଯାନର ଶୁଭାରମ୍ଭ କରାଯାଇଛି । ଏଥିରେ କୋନ ଆଇସକ୍ରିମ ଅନୁଭୂତିକୁ ପୁନଃକଳ୍ପନା କରାଯାଇଛି ଯାହାର ଶେଷ ଆଡ଼କୁ ତିନି ଗୁଣା ଅଧିକ ଶକ୍ତ ଚକୋଲେଟ ରହିଛି । ଏହି ଅଭିଯାନରେ ଆବେଗ, ସ୍ମୃତି ଓ କରୁଣାକୁ ଏକତ୍ରୀତ କରି ଏକ ସ୍ପଷ୍ଟ ସୂଚନା ଦିଆଯାଇଛି ଯାହା ହେଉଛି ଅଧିକାଂଶ ସମୟରେ ବଡ଼ ପ୍ରଭାବ ସୃଷ୍ଟି କରିଥାଏ । ଏହି ଅଭିଯାନର କେନ୍ଦ୍ରସ୍ଥୂରେ ରହିଛି ଦିନଶାର ଉନ୍ନତ କୋନ ଯାହା ଦିଲଦାରିର ଭାବକୁ ଦର୍ଶାଉଛି । କୋନର ଶେଷ ଆଡ଼କୁ ଅଧିକ ଶକ୍ତ ଚକୋଲେଟ ଖଣ୍ଡ ରହୁଥିବାରୁ ଆଇସକ୍ରିମର ଶେଷ ସ୍ୱାଦ ଚମକôାର ରହିବ ବୋଲି ଏହା ଜଣାଉଛି ।
ସାଧାରଣତଃ ଅଣଦେଖା ହୋଇ ରହିଯାଉଥିବା ମୁହୂର୍ତରେ ଉନ୍ନତି ଆଣି କମ୍ପାନି ଦୈନନ୍ଦିନ ଖାଇବାକୁ ଏକ ଅଧିକ ସ୍ମରଣୀୟ ଅନୁଭୂତିରେ ପରିଣତ କରିଛି । ଏହି ଅଭିଯାନର ସିନେମାରେ ବିନୋଦ କାମ୍ବଲିଙ୍କୁ ଦେଖାଯାଇଛି ଯାହାଙ୍କ ଯାତ୍ରା୍ର ଅଂଶ ଥିଲା ପ୍ରତିଶ୍ରୁତି, ଧକ୍କା ଓ ସହନଶୀଳତା ଯାହା ଏହି କାହାଣୀରେ ଅସଲିପଣ ଭରିଦେଇଛି । ଏହି ସିନେମାର ଟ୍ୟାଗଲାଇନ ରହିଛି ‘ଯାହାଙ୍କୁ ଜୀବନରେ ଟିକେ କମ ମିଳିଲା, ସେମାନଙ୍କ ପାଇଁ ଟିକେ ଅଧିକ’ ।
ଏହି ଅଭିଯାନ ସମ୍ପର୍କରେ ଦିନଶାର ନିଦେ୍ର୍ଧଶକ ଜେଭରିନ ରାଣା କହିଛନ୍ତି ଯେ, ‘ଗ୍ରାହକମାନେ ପ୍ରକୃତରେ କଣ ଭଲ ପାଆନ୍ତି, ତାହାକୁ ବୁଝିବା ଦ୍ୱାରା ସବୁଠୁ ଅର୍ଥପୂର୍ଣ୍ଣ ନବସୃଜନ ହୋଇଥାଏ ବୋଲି ଆମର ସର୍ବଦା ବିଶ୍ୱାସ ରହିଛି । ଅଧିକାଂଶ ଲୋକଙ୍କ ପାଇଁ କୋନର ଶେଷ ଭାଗକୁ ଖାଇବା ହେଉଛି ସବୁଠୁ ସନ୍ତୋଷଜନକ ବିଷୟ । ତାହାକୁ ଅଧିକ ସ୍ୱାଦିଷ୍ଟ କରି ଆମେ ଏଭଳି କିଛି ସୃଷ୍ଟି କରିବାକୁ ଚାହିଛୁ ଯାହା ଉଭୟ ଆନନ୍ଦଦାୟକ ଓ ଚିନ୍ତାଶୀଳ ମନେହେବ । ଅଳ୍ପ କିଛି ଅଧିକ ଦେବାର ଭାବକୁ ଆମେ ଦିଲଦାରି ଜରିଆରେ ପାଳନ କରିଛୁ ଯାହା ସରଳ, ପ୍ରାସଙ୍ଗିକ ଓ ସ୍ମରଣୀୟ ମନେ ହେବ ।’’
ନୂଆ ୩ଏr ଚକୋଲେଟ କୋନ ବର୍ଗମାଳା ବାଦାମ ରୋଷ୍ଟେଡ, ବଟରସ୍କଚ, କାରାମେଲ ଡୋଲସି, ଚୋକୋ ଚିପ, ଚକୋଲେଟ ବ୍ରାଉନି, ଚକୋଲେଟ ଗାନାଚି, କୁକିଜ ଏନ କ୍ରିମ, ମିସିସିପି ଡାର୍କ ଓଏବଂ ମୋଚା ବ୍ଲାକ ଆଣ୍ଡ ହ୍ୱାଇଟ ଭଳି ୯ ପ୍ରକାର ସ୍ୱାଦରେ ଉପଲବ୍ଧ ହୋଇଛି । ପ୍ରତି ଭାରିଆଂଟକୁ ଚକୋଲେଟର ସ୍ୱାଦ ପ୍ରଦାନ କରିବା ଏବଂ ଏକ ସନ୍ତୋଷଜନକ ଅନୁଭୂତି ଦେବା ପାଇଁ ପ୍ରସ୍ତୁତ କରାଯାଇଛି ।
ଏ ସମ୍ପର୍କରେ ୱମ୍ବର ବରିଷ୍ଠ କ୍ରିଏଟିଭ ପାର୍ଟନର ଗୁଜଂନ ଗାବା କହିଛନ୍ତି ଯେ, ‘ଅନେକ ସମୟରେ ଜୀବନ ଉଚିତ ନ୍ୟାୟ କରିନଥାଏ ଓ ଅସମାନତାରେ ପରିପୂର୍ଣ୍ଣ । କିନ୍ତୁ ଜୀବନ ମଧ୍ୟ ସବୁଠୁ ବଡ଼ ସମାନତା ପ୍ରଦାନକାରୀ । ତାହା ସବୁବେଳେ ବଡ଼ କିମ୍ବା ନାଟକୀୟ ହୋଇନପାରେ । କିନ୍ତୁ ଛୋଟ ଓ ଅପ୍ରତ୍ୟାଶିତ ଖୁସି ଆକାରରେ ମିଳିଥାଏ । ସେହି ସମାନ ଚିନ୍ତାଧାରା ‘ଯେଉଁମାନଙ୍କୁ ଜୀବନ ଟିକେ ଅଳ୍ପ ମିଳିଲା, ତାଙ୍କ ପାଇଁ ଟିକେ ଅଧିକ’ ତାହାକୁ ନେଇ ଦିନଶା ପାଇଁ ଆମର ଏହି ଅଭିଯାନ ପ୍ରସ୍ତୁତ କରାଯାଇଛି । ୩ ଗୁଣା ଚକୋଲେଟ ଟିମ ଜରିଆରେ ଦିନସଜର ଦିଲଦାରି ଦର୍ଶନ ସହ ଏହା ସମନ୍ୱିତ ହୋଇଛି । ଆମେ ଚାହୁଥିଲୁ ଜଣେ ଏମିତି ବ୍ୟକ୍ତି ଯିଏ ସେଭଳି ଜୀବନ ବଂଚିଛନ୍ତି । ଆମ ପାଇଁ ଦରକାର ଥିଲା ଏଭଳି ଜଣେ ବିନୋଦ କାମ୍ବଲି ଯିଏ ଆମ ପାଇଁ ବ୍ୟାଟିଂ କରିଛନ୍ତି, ଚମକôାର ପ୍ରତିଭା, ଆଗୁଆ ପ୍ରତିଭାବାନ, ଅସମ୍ପୂର୍ଣ୍ଣ ଯାତ୍ରାର ପ୍ରତୀକ ଏବଂ ଜୀବନ ଆଉ କେତେ ଦରକାର କରେ’ ସେଭଳି ଅନୁଭବ ।’’

0
0
0
s2sdefault