ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦଶମ ସିବିଏସଇ ପରୀକ୍ଷାରେ ଗଜପତି ଜିଲ୍ଲାର ୭ଟି ଓଡିଶା ଆଦର୍ଶ ବିଦ୍ୟାଳୟ ଅଭୂତପୂର୍ବ ଫଳାଫଳ ସୃଷ୍ଟି କରିଛି।
ମୋହନା ବ୍ଲକର ଗୁଣ୍ଡିମା ଠାରେ ଥିବା ଏହି ବିଦ୍ୟାଳୟରେ ମୋଟ ୭୭ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।ଏଥିରେ ଏ୧ରେ - ୩ , ଏ୨ରେ - ୪ , ବି ୧ରେ - ୧୦ , ବି୨ରେ - ୨୫ , ସି୧ରେ -୨୮, ସି ୨ରେ ୭ ଜଣ ପାସ୍ କରିଛନ୍ତି।
ଆର୍. ଉଦୟଗିରି ବ୍ଲକର ଛେଳିଗଡ ଓଏଭିରେ ଏ୧ରେ - ୧ , ଏ୨ରେ - ୩ , ବି୧ରେ - ୬ , ବି୨ରେ - ୭ , ସି୧ରେ - ୨୪ ଏବଂ ସି ୨ରେ - ୧୮ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମସ୍ତ ୬୦ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ନୂଆଗଡ ବ୍ଲକର ପରିମଳ ଓଏଭିରେ ଏ ୨ରେ - ୧ , ବି ୧ରେ - ୬ ବି୨ ରେ - ୯ , ସି ୧ରେ - ୧୪ , ସି ୨ରେ - ୮ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୩୮ ଜଣ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୩୭ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ରାୟଗଡ଼ ବ୍ଲକ କଇଠପଦର ଓଏଭିରେ ଏ ୨ରେ - ୧ , ବି୧ରେ - ୪ , ବି୨ରେ - ୨୦ , ସି୧ରେ - ୨୨ , ସି୨ରେ - ୭ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୫୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଗୋଷାଣି ବ୍ଲକ ଲିଂଗିପୁର ଓଏଭିରେ ଏ୧ରେ - ୨ , ଏ ୨ରେ - ୮, ବି ୧ରେ - ୯ , ବି୨ ରେ - ୨୦ , ସି ୧ରେ - ୧୫ , ସି ୨ରେ - ୧୬ ଉତ୍ତୀର୍ଣ୍ଣ ହୋଇଛନ୍ତି। ମୋଟ ୭୦ରୁ ୬୪ ଜଣ ପରୀକ୍ଷାର୍ଥୀଙ୍କ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିଭଳି ଗୁମ୍ମା ବ୍ଲକର ଗୁମ୍ମା ଓଏଭିରେ ଏ ୨ରେ - ୮, ବି୧ରେ - ୧୪ , ବି୨ରେ - ୩୪ , ସି୧ରେ - ୪ ଏବଂ ସି ୨ରେ - ୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମସ୍ତ ୬୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
କାଶୀନଗର ବ୍ଲକର ଅଲଡା ଓଏଭିରେ ଏ ୨ରେ - ୨ , ବି୧ରେ - ୧୩ , ବି୨ରେ - ୧୫ , ସି୧ରେ - ୨୧ ଏବଂ ସି ୨ରେ - ୧୧ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସମୁଦାୟ ୭୦ ଛାତ୍ରଛାତ୍ରୀଙ୍କ ମଧ୍ଯରୁ ୬୨ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ସବୁ ଅନୁଷ୍ଠାନର ଅଧ୍ଯକ୍ଷ/ ଅଧ୍ଯକ୍ଷା ସଫଳ ପାଇଥିବା ଛାତ୍ରଛାତ୍ରୀଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। ବିଶେଷ କରି ଆଦିବାସୀ ଅଧୂଷିତ ଅଂଚଳରେ ସେମାନଙ୍କ ପରିଶ୍ରମର ମୂଲ୍ଯ ପାଇଛନ୍ତି।
ରାଜ୍ୟ
ଗଜପତି ଓଏଭିରେ ଦଶମ ସିବିଏସଇର କୃତିତ୍ୱ
- Hits: 18








