ହେଡଲାଇନସ୍:

ସିବଏସ୍ଇ ଦଶମ ପରୀକ୍ଷାରେ ଗଜପତି ଛାତ୍ରଛାତ୍ରୀଙ୍କ କୃତିତ୍ୱ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ନିକଟରେ ଦଶମ ଶ୍ରେଣୀ ସିବିଏସଇ ପରୀକ୍ଷାଫଳ ପ୍ରକାଶ ପାଇଛି।
କେନ୍ଦ୍ରୀୟ ବିଦ୍ୟାଳୟର ଛାତ୍ର ରୁଦ୍ର ପ୍ରତାପ ପଣ୍ଡା ୯୫.୨୦℅ , ଜବାହର ନବୋଦୟ ବିଦ୍ୟାଳୟର ଛାତ୍ରୀ ରୋଜମେରୀ ଗଣନାୟକ ୯୫.୨℅ ଓ ସୂର୍ଯ୍ୟା ଟେକ୍ନ ସ୍କୁଲର ଛାତ୍ରୀ
ଗୁଡଲା ବିଦ୍ୟା ୯୪.୪℅ , ଏମ୍. ରୂପା ୮୪.୮℅ ,
ଭି.ପବନ କୁମାର ୭୬.୮℅ ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି।
କେନ୍ଦ୍ରୀୟ ବିଦ୍ୟାଳୟରେ ୬୩ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୬୦ଜଣ ପାସ୍ କରିଛନ୍ତି। ତନ୍ମଧ୍ୟରୁ ୯୦℅ରୁ ଉର୍ଦ୍ଧ୍ବ ମାର୍କ ରଖି ୭ ଜଣ ପାସ୍ କରିଛନ୍ତି। ସେହିପରି ଜବାହର ନବୋଦୟ ବିଦ୍ୟାଳୟରୁ ସମସ୍ତ ୮୩ ଜଣ ପାସ୍ କରିଛନ୍ତି। ସେଥିରୁ ୮୦℅ ଉର୍ଦ୍ଧ୍ବ ମାର୍କ ରଖି ୨୧ ଜଣ ପାସ୍ କରିଛନ୍ତି। ସେହିପରି ସୂର୍ଯ୍ୟା ଟେକ୍ନ ସ୍କୁଲର ୨୫ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେମାନଙ୍କର କୃତିତ୍ୱ ପାଇଁ ଉପରୋକ୍ତ ଶିକ୍ଷା ଅନୁଷ୍ଠାନର ଅଧ୍ୟକ୍ଷ /ଅଧ୍ୟକ୍ଷା ତଥା ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ ଶୁଭେଚ୍ଛା ଜଣାଇଛନ୍ତି

0
0
0
s2sdefault