ହେଡଲାଇନସ୍:

ଓଡ଼ଗାଁ ଏନ୍ଏସି ରାଜ୍ୟ ସ୍ତରୀୟ ରାଜସ୍ୱ ଆଦାୟ ଶୀର୍ଷରେ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ, ୧୭।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍ଏସି) ଚଳିତ ୨୦୨୫-୨୬ ଆର୍ଥିକ ବର୍ଷରେ ଓଡ଼ିଶା ରାଜ୍ୟରେ ରାଜସ୍ୱ ଆଦାୟ କ୍ଷେତ୍ରରେ ଶିର୍ଷସ୍ଥାନ ଅଧିକାର କରିଛି। ଏହି ସଫଳତା ପରେ ଏନ୍ଏସି କାର୍ଯ୍ୟାଳୟରେ ଆନନ୍ଦର ଲହରୀ ଦେଖିବାକୁ ମିଳିଛି। ଏନ୍ଏସିର କାର୍ଯ୍ୟନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା କହିଛନ୍ତି ଯେ, ଏହି ଉପଲବ୍ଧି କେବଳ ଜଣେ ବ୍ୟକ୍ତିର ପ୍ରୟାସରେ ସମ୍ଭବପର ହୋଇନଥାଏ । ରାଜସ୍ୱ ଆଦାୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କ ଏହା ସାଙ୍ଗଠନିକ ଉଦ୍ୟମର ଫଳ। ନିଷ୍ଠାପର କର୍ତ୍ତବ୍ୟ କେବେ ବ୍ୟର୍ଥ ଯାଏନାହିଁ। ୨୦୧୭ ମସିହା ଅଗଷ୍ଟ ୧୭ ତାରିଖରେ ସ୍ଥାପିତ ଏହି ଏନ୍ଏସି, ଅତି ସ୍ୱଳ୍ପ ସମୟରେ ଦ୍ରୁତ ବିକାଶ ହାସଲ କରି ପ୍ରଥମ ଥର ପାଇଁ ଏଭଳି ସଫଳତା ଲାଭ କରିପାରିଛି। ନଗରବାସୀଙ୍କ ସହଯୋଗକୁ ଏହାର ମୁଖ୍ୟ କାରଣ ଭାବେ ଉଲ୍ଲେଖ କରି ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।
ସହରବାସୀଙ୍କ ସହଯୋଗ ଲାଗି ରହିଲେ ଆଗାମୀ ଦିନରେ ଅଧିକ ବିକାଶମୂଳକ କାର୍ଯ୍ୟ ଆଗେଇ ପାରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ସହରର ପରିମଳ ବ୍ୟବସ୍ଥା ସୁଦୃଢିକରଣ ହୋଇଥିବା ବେଳେ ଆଖୁପଦରରେ ନିର୍ମିତ କଲ୍ୟାଣୀ ମଣ୍ଡପ କାମ ସମ୍ପ୍ରତି ଶେଷ ହୋଇଥିବା ବେଳେ, ମହୋତ୍ସବ ପଡ଼ିଆ କଲ୍ୟାଣୀ ମଣ୍ଡପ ଓ ଓଡ଼ଗାଁ ବସ୍‌ଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଯଥାଶୀଘ୍ର ଶୀଘ୍ର ସମାପ୍ତ ହେବ ବୋଲି ଜଣାପଡ଼ିଛି। ସୂଚନା ଥାଉକି ୭୭ ଲକ୍ଷ୨୨ ହଜାର ଆଦାୟ ନିମନ୍ତେ ଲକ୍ଷଧାର୍ଯ୍ୟ ରହିଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ୧ କୋଟି ୨୮ ଲକ୍ଷ ୯୦ ହଜାର ଟଙ୍କା ଆଦାୟ ହୋଇଛି । ତେବେ କେତେକ ସହରବାସୀ ବିଭିନ୍ନ ଆଳରେ ଲକ୍ଷ ଲକ୍ଷ ଟଙ୍କା ଜମା ନଦେଇ ରହିଥିବା ବେଳେ ଏନେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡିଛି ।

0
0
0
s2sdefault