ହେଡଲାଇନସ୍:

ରାଉରକେଲା ବିଜୁ ଜନତା ଦଳ ତରଫରୁ ପ୍ରବାଦ ପୁରୁଷ ବିଜୁବାବୁଙ୍କର ୨୯ ତମ ତିରୋଧାନ ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ରାଉରକେଲା,(ବସନ୍ତ କୁମାର ଜେନା): ଓଡିଶାବିକାଶର କର୍ଣଧାର,ମହ।ନ ଜନନାୟକ,ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁବାବୁ ଙ୍କର ୨୯ ତମ ତିରୋଧାନ ଦିବସକୁ ‘’ପ୍ରବାଦ ପୁରୁଷ ଦିବସ’’ ଭାବରେ,ରାଉରକେଲା ବିଜୁ ଜନତା ଦଳ ମାନ୍ୟବର ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ସାରଦା ପ୍ରସାଦ ନାୟକଙ୍କ ନେତୃତ୍ବରେ ପାଳନ କରାଯାଇଛି । ଛେଣ୍ଡ କଲୋନୀ କଳିଙ୍ଗ ବିହାର ସ୍ଥିତ ଦେଶର ବରପୁତ୍ର ବିଜୁବାବୁଙ୍କ ପ୍ରତିମୂର୍ତି ରେ,ବିଧାୟକ,ଜିଲ୍ଲାସଭାପତି,ମହିଳା ଜିଲ୍ଲା ସଭାନେତ୍ରୀ,ରାଜ୍ୟ ଯୁବ ପଦଧିକାରୀ, ବିଜେଡ଼ିର ସକ୍ରିୟ କର୍ମୀମାନଙ୍କ ସହିତ ରାଉରକେଲା ବିଜୁ ପରିବାରର ବରିଷ୍ଠ ନାଗରିକ,ମା ଭଉଣୀ ,ଯୁବକ ଓ ଛାତ୍ର ମାନଙ୍କ ଦ୍ଵାରା ମାଲ୍ୟାର୍ପଣ ଓ ପୂଜାଅର୍ଚନା କରାଯାଇ ଶ୍ରଦ୍ଧାସୁମନ ଜଣାଇଥିଲେ । ନିକଟରେ ଥିବା ପଡିଆରେ ନଗର ସଭାପତି ଗଗନ ପଣ୍ଡାଙ୍କ ସଭାପତିତ୍ଵରେ ଆଲୋଚନା ସଭା, ଯାହାର ବିଷୟ ଥିଲା ‘’ବିଜୁବାବୁଙ୍କର ଦେଶ ପ୍ରେମ ଏବଂ ଓଡିଶା ବିକାଶରେ ଅବଦାନ’’ କରଯାଇଥିଲା । ସଭାରେ ମୁଖ୍ୟଅତିଥି ଭାବେ ମାନ୍ୟବର ବିଧାୟକ ସାରଦା ପ୍ରସାଦ ନାୟକ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ,ବିଜୁବାବୁ ଖାଲି ସ୍ଵାଧୀନତା ସଂଗ୍ରାମୀ ନଥିଲେ,ଦକ୍ଷ ପାଇଲଟ ଭାବେ ସଫଳ କାର୍ଯ୍ୟକରି ଦେଶ ବିଦେଶରେ ସୁନାମ ଅର୍ଜନ କରିଥିଲେ । ଅର୍ଦ୍ଧ ଶତାବ୍ଦୀ ଧରି ଓଡିଶା ତଥା ଜାତୀୟ ରାଜନୀତିରେ ଅନେକ ତରଂଗ ସୃଷ୍ଟି କରିଥିଲେ,ଓଡ଼ିଶାକୁ ଶିଳ୍ପ ଓ ଶିକ୍ଷ।ର ସମୃଦ୍ଧି କରିବାପାଇଂ ଓ ଟି ଏମ,ଜାତୀୟ ରାଜପଥ,ସୁନାବେଡା ମିଗ କାରଖାନା,ବରଗଡ ସିମେଣ୍ଟ କାରଖାନା,ଆର ଇ ସି,ବୁର୍ଲା ଇଂଜିନିଯରିଂ କାଲେଜ ,ବୁର୍ଲା,ବ୍ରହ୍ମ ପୁର ମେଡିକାଲ କାଲେଜ,କୃଷି ଓ ବୌଷୟିକ ବିଶ୍ୱବିଦ୍ୟାଳୟ,ସୈନିକ ସ୍କୁଲ ପ୍ରମୁଖ କ।ର୍ଜୟକାରୀ ହୋଇଥିଲା । ୧୯୬୦ ରୁ ଆଜିପର୍ଜ୍ଯନ୍ତ ଓଡିଶା ରାଜନୀତି ଓ ଜନଜୀବନ ଇତିହାସରେ ବିଜୁବାବୁଙ୍କର ଅପରାଜୟ ପ।ଦଚିହ୍ନକୁ ଲିଭେଇବା ସହଜ ନୁହେଁ । ଏବେ ଓଡିଶାରେ ବିଜୁ ଲିଗାସୀ ନାମରେ କିଛି ସ୍ଵାର୍ଥପର ନେତା ଓଡିଶା ବାସୀଙ୍କୁ ଭୁଲ ତଥ୍ୟ ଦେଇ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି । ତାହା କେବେ ସଫଳ ହେବେନାହି ବୋଲି ଦୃଢତାର ସହିତ କହିଥିଲେ । ଅନ୍ୟତମ ସମ୍ମାନୀୟ ଅତିଥି ଜିଲ୍ଲା ସଭାପତି ପ୍ରଦୀମ୍ନ ତ୍ରିପାଠୀ ,ବିଜୁବାବୁଙ୍କ ଉପରେ ବିଜେପି ଏମ ପି ମିଥ୍ୟା ଆରୋପ କରି,ପୁନର୍ବାର ଭୁଲ ମାଗିବା,ଓଡିଆ ଲୋକଙ୍କୁ ଆଘାତ କରିଛିବୋଲି କହିଥିଲେ । ମହିଳା ଓ ଯୁବକ ମାନଙ୍କୁ ଆମ ଦଳ ଅଗ୍ରାଧିକାର ଦେଉଛି,ସମସ୍ତଙ୍କୁ ନେଇ ଆମେ ନିଜେ ଶୃଙ୍ଖଳିତଭାବେ କାର୍ଯ୍ୟକଲେ ଦଳ ଅଧିକ ଶକ୍ତିଶାଳୀ ହୋଇପାରିବ ବୋଲି ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ଭିତରେ ବରିଷ୍ଠ ନେତା, ଅଭୟ ଦାସ,ସୁଦାମ ଦାଶ,ବିରେନ ସେନାପତି,ଜୟନ୍ତ କୁମାର ମିଶ୍ର,ସୁରେନ୍ଦ୍ର ଜେନା,ସୁରେନ୍ଦ୍ର ରାଉତ,ରଶ୍ମିବଳା ମିଶ୍ର,ଯୋଷ୍ଣା ନାୟକ,ଜୟଶ୍ରୀ ପାନିଗ୍ରାହୀ ପ୍ରମୁଖ ବିଜୁବାବୁଙ୍କ ଜୀବନୀ ଆଲୋକ ପାତ କରିଥିଲେ । ଆଲୋଚନା ଶେଷରେ ଜିଲ୍ଲା ସଭାନେତ୍ରୀ ସନ୍ଧ୍ୟା ଲକ୍ରା ସଭା ସଫଳ ହୋଇଥିବାରୁ ଧନ୍ୟବାଦ ଦେଇଥିଲେ । ଏହାପରେ ସରକାରୀ ଡାକ୍ତର ଖାନାରେ ନାରିନେତ୍ରୀ ସନ୍ଧ୍ୟା ଲକ୍ରା ଓ ଜୋଷ୍ଣା ନାୟକ ଙ୍କ ନେତୃତ୍ବରେ ରୋଗୀମାନଙ୍କୁ ଫଳ ବଣ୍ଟା ଯାଇଥିଲ ।ଏବଂ ଯୁବକ ମାନଙ୍କ ଦ୍ଵାରା ରକ୍ତଦାନ ଶିବିର କରାଯାଇ ୫୧ ଇଉନିଟ ରକ୍କ୍ତ ସଂଗ୍ରହ କରଯାଇଥିଲା । କାର୍ଜ୍ୟକ୍ରମରେ ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁବାଶ ସ୍ଵାଇଁ,ସୁଶାନ୍ତ ଦାସ,ରାଜ୍ୟ ଛାତ୍ର କାର୍ଜ୍ୟକାରୀ ସଭାପତି ବାବୁଖାନ, ରାଜ୍ୟ ଛାତ୍ରସାଧାରଣ ସମ୍ପାଦକ ଦୁଷ୍ମନ୍ତ ରାଉତରାୟ, ପ୍ରଶାନ୍ତ ସେଠୀ,ଆଲୋକ ବୋସ,ଗୋବିନ୍ଦ ରାମ ଅଗ୍ରୱାଲ, ନାରାୟଣ ପ୍ରଧାନ, ଚକ୍ରଧର ମଲ୍ଲିକ,ଶିଶିର ମୁଦାଳି, ବୁଲୁ ମହାନ୍ତି,ହରମୋହନ ମୋହାପାତ୍ର,ସୁନନ୍ଦା ସେନାପତି, ତରେଣୀ ଶେଠୀ,ସୁଶାନ୍ତ ରାଉତ,କାବୁଲି ପ୍ରତିହାରୀ, ବାଇନ ସାମଲ,ସଞ୍ଜିତ ଛୋଟରାୟ, ପିତାବାଶ କାଣ୍ଡି,ଜଗନ୍ନାଥ ପାତ୍ର ପ୍ରମୁଖ ସାମିଲ ହୋଇଥିଲେ ।

0
0
0
s2sdefault