ବାସୁଦେବପୁର - ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ଥିବା ରାଧାବଲ୍ଲଭପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ସ୍ୱର୍ଣ୍ଣ। କ୍ଷରି ଦୁଇ ଦିନ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ଦିନ ଗୁରୁବାର ରେ ଉଦ୍ ଘାଟନ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ବିଧାୟକ ଆଶୋକ ଦାସ, ମୁଖ୍ୟ ବକ୍ତା ଭାବେ ପଣ୍ଡିତ ସଂଗ୍ରାମ ଆଚାର୍ଯ୍ୟ, ସମ୍ମାନୀତ ଅତିଥି ଭାବେ ସୁରେଶ ଚନ୍ଦ୍ର ମହାନ୍ତି, ଅଚ୍ୟୁତାନନ୍ଦ ପାଢୀ,କାଉନସିଲର ଭକ୍ତ ରଞ୍ଜନ ପଟ୍ଟନାୟକ, କାର୍ତ୍ତିକ ଖିଲାର, ରେବତୀ ସେଣ୍ଡ ଯୋଗ ଦେଇଥିଲେ। ସାମ୍ବାଦିକ ତଥା ପୁରାତନ ଛାତ୍ର ବୌଲୋଚନ ସାହୁ ଙ୍କ ସଂଯୋଜନାରେ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ସଭାପତି ଆଲୁମିନି କମିଟି ରାଜୀବ କୁମାର ବେହେରା ସଭାପତିତ୍ବ କରିଥିଲେ। ସ୍ୱାଗତ ଭାଷଣ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା ପ୍ରଦାନ କରିଥିଲେ। ଅତିଥି ମାନେ ବହୁ ମୂଲ୍ୟବାନ କଥା ନିଜ ନିଜର ବକ୍ତବ୍ୟ ରେ କହିଥିଲେ। ସେହିପରି ଦ୍ୱିତୀୟ ଦିନ ରେ ପ୍ରଶାନ୍ତ ନାୟକ ଙ୍କ ସଭାପତିତ୍ବ ରେ ସଭା କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇଥିଲା ବେଳେ ତପନ କୁମାର ମହାନ୍ତି ସଂଯୋଜନା କରିଥିଲେ। ମୁଖ୍ୟ ଅତିଥି ଭାବେ ପୌର ଅଧ୍ୟକ୍ଷା ନିବେଦିତା ବେହେରା ଓ ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ଅଧ୍ୟାପକ ପବିତ୍ର ମୋହନ ପାଣିଗ୍ରାହୀ, ବରେଣ୍ୟ ଅତିଥି ଭାବେ ଜିଲ୍ଲା ସହ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସର୍ବେଶ୍ୱର ମହାନ୍ତି, ମହେନ୍ଦ୍ର ବେହେରା ଯୋଗ ଦେଇଥିଲେ। ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ମହାରଣା ସ୍ୱାଗତ ଭାଷଣ ଓ ବିବରଣୀ ପ୍ରଦାନ କରିଥିଲେ। ଅତିଥି ପରିଚୟ ବସନ୍ତ କୁମାର ବାରିକ୍ ପ୍ରଦାନ କରିଥିଲେ। ଏହି ଅବସର ରେ ପତ୍ରିକା ସ୍ୱର୍ଣ୍ଣ। କ୍ଷରୀ ଉନ୍ମୋଚନ ହୋଇଥିଲା। ଦୁଇ ଦିନ ରେ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ମରୋଣଟ୍ଟୋର ସମ୍ମାନ, ଅବସର ପ୍ରାପ୍ତ ଶିକ୍ଷକ, ପ୍ରତିଷ୍ଠାତା ସଭ୍ୟ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଦୁଇ ଦିନ ରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସଂସ୍କୃତିକ କାର୍ଯ୍ୟ କ୍ରମ ଅନୁଷ୍ଠିତ ହୋଇ ଯାଇଛି। ଦୁଇ ଦିନ ଧରି ସମସ୍ତ ସଦସ୍ୟ, ଗ୍ରାମ ବାସୀ, ପୁରାତନ ଛାତ୍ର ଛାତ୍ରୀ,ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ଅଭିଭାବିକା ମାନେ ଉପସ୍ଥିତ ରହି ସଫଳ କରାଇ ଛନ୍ତି।
ରାଜ୍ୟ
ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରାଧାବଲ୍ଲଭପୁର ର ସ୍ୱର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ।
- Hits: 45







