ହେଡଲାଇନସ୍:

ଚୋରା ମଦ ଜବତ : ୯ କୋର୍ଟ ଚାଲାଣ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୧୭/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲ।ପାଳ ଶ୍ରୀ ରଘୁରାମ ଆୟର ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳ ପ୍ରତ୍ୟକ୍ଷ ତତ୍ୱାବଧାନରେ କେନ୍ଦ୍ରାପଡ଼ା ଜିଲ୍ଲାର ଜମ୍ବୁମେରାଇନ, କୁଦାନଗରୀ, କେନ୍ଦ୍ରାପଡ଼ା ଟାଉନ, କେନ୍ଦ୍ରାପଡ଼ା ଟାଉନ ଓ ନିକିରେଇ ଥାନା ଅଧିନିସ୍ଥ ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ପ୍ରଭାକରପୁର ଗ୍ରାମର ଦୀପ୍ତି ଖିଲାର (ବୟସ-୨୬) ଙ୍କ ଠାରୁ ୩୫ ଲିଟର ଦେଶୀ ରନ୍ଧା ମଦ, ରୋହିତ ଖିଲାର (ବୟସ-୩୦) ଙ୍କ ଠାରୁ ୧୦୦୦ ଲିଟର ଗୁଡ଼ାପୋଚ, ରବି ଖିଲାର (ବୟସ-୪୨) ଙ୍କ ଠାରୁ ୯୦୦ ଲିଟର ଗୁଡପୋଚ, ମାହାଙ୍ଗା ଗ୍ରାମର ରମାକାନ୍ତ ବେହେରା (ବୟସ-୬୨) ଙ୍କ ଠାରୁ ୩୨ ଲିଟର ବିଦେଶୀ ମଦ, ବଡହାଟ ଗ୍ରାମର ମୁନା ମହାରଣା (ବୟସ-୪୦) ଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ, ବଳଗଣ୍ଡି ଗ୍ରାମର କଳ୍ପନା ସାହୁ (ବୟସ-୪୧) ଙ୍କ ଠାରୁ ୨୦ ଲିଟର ଦେଶୀ ରନ୍ଧା ମଦ, କୋର ଗ୍ରାମର ଅଭିମନ୍ୟୁ ବେହେରା (ବୟସ-୪୯) ଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ, ଗୁଲନଗର ଗ୍ରାମର ଅଶୋକ ମଳିକ (ବୟସ-୪୦) ଙ୍କ ଠାରୁ ୩୦ ଲିଟର ଦେଶୀ ମଦ ଓ ଜଳନ୍ଧର ଗ୍ରାମର (ବୟସ-୩୮) ଙ୍କ ଠାରୁ ୨୫ ଲିଟର ଦେଶୀ ମଦ ଜବତ କରାଯାଇ ଏମାନଙ୍କୁ ଗିରଫ କରାଯାଇ ଅଛି । ଏମାନଙ୍କ ପାକ୍ଷରୁ ସମୁଦାୟ ୨୦୮୯ ଲିଟର ବିଦେଶୀ, ଦେଶୀ, ଦେଶୀ ରନ୍ଧା ମଦ ଓ ଗୁଡ଼ପୋଚ ଜବତ କରାଯାଇ ୦୯ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଅଛି । ଏହି ଚଢ଼ାଉରେ ଅବକାରୀ ଉପ ନିରିକ୍ଷକ ଶ୍ରୀ ପ୍ରିୟଦର୍ଶୀ ମାନସ ରଞ୍ଜନ ମିଶ୍ର, ମିସ ଋତୁପ୍ରଭା ସ୍ବାଇଁ ଓ ଅନ୍ୟ କର୍ମଚାରି ସାମିଲ ଥିଲେ ।

0
0
0
s2sdefault