ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ରାଷ୍ଟ୍ରନୀତିଜ୍ଞ, ସ୍ଵାଧୀନୋତ୍ତର ଓଡ଼ିଶା ବିକାଶର ଅନନ୍ୟ ସ୍ତପତି ବିଜୁ ପଟ୍ଟନାୟକଙ୍କ ୨୯ତମ ତିରୋଧାନ ଦିବସ ଦିବସକୁ “ ପ୍ରବାଦ ପୁରୁଷ ଦିବସ” ରୂପେ ପାଳନ କରିବା ପାଇଁ ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ତରଫରୁ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ ଙ୍କ ନେତୃତ୍ୱରେ ବିଜେଡି ଜିଲ୍ଲା କାର୍ଯ୍ୟାଳୟ ରେ ପ୍ରବାଦ ପୁରୁଷ ଦିବସ ପାଳନ କରାଯାଇଛି । ଏହି ମହତ୍ତ୍ଵପୂର୍ଣ ଦିବସରେ ମାଲକାନଗିରି ଜିଲ୍ଲା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିବା ସହ ମାଲକାନଗିରି ଜିଲ୍ଲା ବିଜେଡି ଜିଲ୍ଲା କାର୍ଯ୍ୟଳୟ ଲାଠିଆଗୁଡା ଠାରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଓ ଫଟୋଚିତ୍ରରେ ତିଳତର୍ପଣ ଓ ମାଲ୍ୟାର୍ପଣ ସହିତ ଅଞ୍ଚଳରେ ଥିବା ଓଡ଼ିଶାର ଅନ୍ୟାନ୍ୟ ବରପୁତ୍ର ମାନଙ୍କର ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରି ସମ୍ମାନ ଜଣା ଯାଉଛି । ବିଜୁ ବାବୁଙ୍କ ଆଦର୍ଶରେ ଏକବିଂଶ ଶତାବ୍ଦୀର ପ୍ରଥମ ପାଦରେ ପ୍ରିୟ ନେତା ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶା ବିକାଶର ଫଳପ୍ରସୂ ଅଧ୍ୟାୟରେ ଉଲ୍ଲେଖନୀୟ କାର୍ଯ୍ୟକ୍ରମ ଓ ଏହାର ସଫଳ କାର୍ଯ୍ୟାନ୍ଵୟନ ହୋଇଛି । ବିରୋଧୀ ଦଳ ଭାବେ ଆସୀନ ହୋଇଥିଲେ ମଧ୍ଯ ଜନଗଣ ପାଇଁ ଓଡ଼ିଶାର ବିକାଶ ଯାତ୍ରାକୁ ଆଗକୁ ନେବା ସହିତ ବର୍ତ୍ତମାନ ସରକାରର ଜନବିରୋଧୀ ନୀତି ବିରୁଦ୍ଧରେ ଗଣତାନ୍ତ୍ରିକ ସ୍ୱର ଉତ୍ତୋଳନ କରୁଛୁ ଓ କରିଚାଲିବା ଏଥିପାଇଁ “ପ୍ରବାଦ ପୁରୁଷ ଦିବସ”ରେ ଏକ ସଶକ୍ତ, ସ୍ଵାଭିମାନୀ ଓ ସମୃଦ୍ଧ ଓଡିଶା ଗଠନ ପାଇଁ ସଂକଳ୍ପ ନେଲେ । ଆଜିର ଉକ୍ତ “ ପ୍ରବାଦ ପୁରୁଷ ଦିବସ” କାର୍ଯ୍ୟକ୍ରମ ରେ ସମସ୍ତ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ମାନସ ମାଡକାମୀ ଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷା ତଥା ଜିଲ୍ଲା ମହିଳା ନେତ୍ରୀ ସମାରି ତାଙ୍ଗୁଲ , ଜିଲ୍ଲା ଯୁବ ସଭାପତି ଶ୍ରୀନିବାସ ମୁଦୁଲି ,ଜିଲ୍ଲା ଛାତ୍ର ସଭାପତି ସୁବ୍ରତ କୁମାର ଦାସ ,ବରିଷ୍ଠ ବିଜେଡି ନେତା ଗୋପାଳ କୃଷ ପଣ୍ଡା , ବରିଷ୍ଠ ନେତା ସି ଏଚ୍ ଏଙ୍ଗଲି , ବରିଷ୍ଠ ନେତା ଧନୁର୍ଜୟ ମାଡକାମୀ , ବରିଷ୍ଠ ନେତା ରାଜେନ୍ଦ୍ର କୂଳଦୀପ ,ବିଜେଡି ଉପ ସଭାପତି ଉଦୟ ନାଥ ମାଦ୍ରୀ, ବିଜେଡି ଜିଲ୍ଲା ସାଧାରଣ ସମ୍ପାଦକ ନାକା ନକାଲ ରାଜୁ , ମାଲକାନଗିରି ପୌର ପରିଷଦ ଉପାଧ୍ୟକ୍ଷା କବିତା ମହନ୍ତ ,ସମସ୍ତ ବ୍ଲକ ଅଧ୍ୟକ୍ଷ,ଅଧ୍ୟକ୍ଷା ,ସମସ୍ତ ବ୍ଲକ,ପୌର ପରିଷଦ,ଏନ ଏ ସି ବିଜେଡି ସଭାପତି ,ସମସ୍ତ ନିର୍ବାଚିତ ଜନ ପ୍ରତିନିଧି ପ୍ରମୁଖ ଙ୍କ ସହ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ରାଜ୍ୟ
ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳ ପକ୍ଷରୁ ୨୯ ତମ ପ୍ରବାଦ ପୁରୁଷ ବିଜୁ ବାବୁ ଙ୍କ ୨୯ତମ ତିରୋଧାନ ଦିବସ ପାଳିତ ।
- Hits: 6








