ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର: ଓଡ଼ିଆ ପକ୍ଷ ଅବସର ରେ ଆଜି  ଜଗତସିଂହପୁର ପଞ୍ଚାୟତ ସମିତି ର ବୈଠକ ଗୃହ ରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅପରାହ୍ନ ୪ ଘଟିକା ରେ ଅନୁଷ୍ଠିତ ହୋଇ ଯାଇଅଛି। ଏହି ଉପଲକ୍ଷେ ୮୦ ଜଣ କଳାକାର ଙ୍କୁ ପୁଷ୍ପ ଗୁଚ୍ଛ ,ଉତ୍ତରୀୟ ଏବଂ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯିବା ସହ  ଲୋକ କଳା ପ୍ରତି କଳାକାର ମାନଙ୍କ ଅବଦାନ ବିଷୟ ରେ ଆଲୋଚନା କରାଯାଇଥିଲା। ଯୁବ ବର୍ଗ କିପରି ଆମ କଳା ଓ ସଂସ୍କୃତି କୁ ପାଥେୟ କରି ଆଗକୁ ଚାଲିବେ ସେଥିପ୍ରତି ବିଚାର ବିମର୍ଷ କରା ଯାଇଥିଲା। ମଣ୍ଡଳ ଉନ୍ନୟନ ଅଧିକାରୀ ତଥା ବ୍ଲକ କଳା ଓ ସଂସ୍କୃତି ସଂଘ ର ସଭାପତି ଶ୍ରୀଯୁକ୍ତ ଆଶୁତୋଷ ମିଶ୍ର କାର୍ଯ୍ୟକ୍ରମ ର ସଭାପତିତ୍ୱ କରିବା ସହ ବ୍ଲକ କଳା ସଂସ୍କୃତି ସଂଘର ଉପ ସଭାପତି ତଥା ପାଲାକାର ବନମାଳୀ ପତି, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଅଭିରାମ ଶତପଥୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଦିଲୀପ ଜେନା, ସମାଜ ମଙ୍ଗଳ ଅଧିକାରୀ ରାମେଶ୍ୱର ନାୟକ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ନିହାରିକା ସାହୁ, କୁମୁଦ କୁମାର ଜେନା, ରବି ନାରାୟଣ ପତି ଉପସ୍ଥିତ ଥିଲେ। ବ୍ଲକ ସାମାଜିକ ଅଧିକାରିଣୀ ରୂପରେଖା ସାହୁ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହ ସହକାରୀ କର୍ମଚାରୀ ମୋନାଲି ସାମନ୍ତରାୟ, ମମତା ମଲ୍ଲ କାର୍ଯ୍ୟକ୍ରମ କୁ ସଫଳ କରିବା ରେ ସହଯୋଗ କରିଥିଲେ ।

0
0
0
s2sdefault