ଜଗତସିଂହପୁର-ତା ୧୦.୦୪.୨୦୨୬/ସୁମନ୍ତ କୁମାର ଦାସ: ଆଜି ପୂର୍ବାହ୍ନରେ ଜଗତସିଂହପୁର ଜିଲ୍ଲା ପରିଷଦ ର ସପ୍ତମ ସାଧାରଣ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ଅଧ୍ଯକ୍ଷତା କରିଥିଲେ । ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଜଗତସିଂହପୁର ଶ୍ରୀ ବିଭୁ ପ୍ରସାଦ ତରାଇ କହିଲେ ଯେ, ସମାଜ ର ଶେଷ ବର୍ଗ ର ଲୋକର ବିକାଶ ହୋଇପାରିଲେ ହିଁ ଜିଲ୍ଲା ତଥା ରାଜ୍ୟର ବିକାଶ ଦ୍ଵିଗୁଣିତ ହୋଇପାରିବ। ଜିଲ୍ଲା ପ୍ରଶାସନ ଏଵଂ ଜନ ପ୍ରତିନିଧି ଙ୍କ ମଧ୍ୟରେ ସମନ୍ଵୟ ରେ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଇଥିଲେ। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ବିଶେଷ କରି ବିଜିବିଓ (ବିକଶିତ ଗାଁ ବିକଶିତ ଓଡ଼ିଶା)ର ସଠିକ ଓ ସମୟାନୁବର୍ତ୍ତି କାର୍ଯ୍ୟନ୍ଵୟନ ବିଷୟରେ ଗୁରୁତ୍ୱାରୋପ କରିଥିଲେ।ଲୋକପ୍ରତିନିଧି ମାନେ ସକାରାତ୍ମକ ଚିନ୍ତାଧାରା ସହ ପ୍ରଶାସନ ସହ ମିଶି କାମକଲେ ନିଶ୍ଚିତ ଭାବେ ସମସ୍ୟା ର ସମାଧାନ ହୋଇପାରିବ ବୋଲି ସାଂସଦ କହିଥିଲେ।ସମ୍ମାନିତ ଅତିଥି ଭାବେ ବାଲିକୁଦା ଏରସମା ବିଧାୟକ ଶ୍ରୀ ସାରଦା ପ୍ରସନ୍ନ ଜେନା ସ୍ଥାନୀୟ ସମସ୍ୟାକୁ ସଠିକ୍ ଭାବେ ପ୍ରଶାସନ ନିକଟ ରେ ପହଞ୍ଚାଇବା ସହ ରାଜନୈତିକ ଇଚ୍ଛାଶକ୍ତି ଏବଂ ପ୍ରଶାସନିକ କଳ ର ସମନ୍ଵୟ ରେ ଜିଲ୍ଲା ର ଅଗ୍ରଗତି ହେବ ବୋଲି ସେ କହିଥିଲେ। ଯୋଜନା ପ୍ରଣୟନ ଏବଂ ଏହାର କାର୍ଯ୍ୟକାରିତା ସଠିକ୍ ଭାବରେ ହୋଇପାରିଲେ ବିକାଶ ସୁନିଶ୍ଚିତ ବୋଲି ଶ୍ରୀ ଜେନା କହିଥିଲେ। ବିଜିବିଓ ର କାର୍ଯ୍ୟକାରିତା ନେଇ ଉପୁଜୁଥିବା ସମସ୍ୟା ଓ ପରିଷଦ ସଭ୍ୟ ମାନଙ୍କ ଦାବି ବିଷୟରେ ସମୀକ୍ଷା କରିଥିଲେ।ଏହାପରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ମଧ୍ୟ ଜନପ୍ରତିନିଧି ଓ ପ୍ରଶାସନ ର ମିଳିତ ଉଦ୍ୟମ ରେ ଜିଲ୍ଲା ର ଉନ୍ନତି ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ସଭା ର ସଭାପତି କାର୍ଯ୍ୟସୂଚୀ ଅନୁଯାୟୀ ଗୃହକୁ ଆଗେଇ ନେଇଥିଲେ। ପ୍ରଥମେ କୃଷି ବିଭାଗ ର ବିଭିନ୍ନ କାର୍ଯ୍ୟାବଳୀ ଉପରେ ଆଲୋଚନା ହୋଇଥିଲା। ସାର, ଖତ ଆଦି କ୍ରୟ ବିକ୍ରୟ ରେ ଜନପ୍ରତିନିଧି, ଚାଷୀ ଓ କୃଷିବିଭାଗ ମିଶି କାମ କରିବାକୁ କହିଥିଲେ। ରାଜ୍ୟ ସରକାର ଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନା କୁ କୃଷି ମନ୍ତ୍ରୀ ଙ୍କ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଇବା, ଜିଲ୍ଲା ରେ ମୃତ୍ତିକା ସର୍ବେକ୍ଷଣ କରାଯାଇ କେଉଁ ଠାରେ କେଉଁ ଚାଷ କରାଯିବ ତାହାର ତାଲିକା ପ୍ରସ୍ତୁତ ଆଦି ଉପରେ ବୈଠକ ରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ଧରତି ମାତା ବଚାଓ ଅଭିଯାନ ରେ ଜୈବିକ ପଦ୍ଧତିରେ ଚାଷ, ପି ଏମ୍ କିଷାନ୍, ସି ଏମ୍ କିଷାନ୍, ପ୍ରଧାନ ମନ୍ତ୍ରୀ ଫସଲ ବୀମା ଯୋଜନା,ଡିଜିଟାଲ କ୍ରପ ସର୍ଭେ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ରେ ସମସ୍ତ ରାଜସ୍ୱ ଗ୍ରାମ ର ମୃତ୍ତିକା ପରୀକ୍ଷା ଏଵଂ ଜିଲା ରେ ସୋରିଷ , ଚୀନା ବାଦାମ, ସୂର୍ଯ୍ୟମୁଖୀ ପରି ତୈଳବୀଜ ଚାଷ ଉପରେ ଆଲୋଚନା ହୋଇଥିଲା।ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମୌଳିକ ସୁବିଧା ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା। ଗ୍ରାମ ସଭା ଦ୍ୱାରା ଏଚ ପି ଭି କାର୍ଯ୍ଯକ୍ରମ ର ପ୍ରଚାର ପ୍ରସାର କରିବା, ବିଦ୍ୟାଳୟ ମହାବିଦ୍ୟାଳୟ ସ୍ତରରେ ମଧ୍ୟ ଏଡଲୋସେଣ୍ଟ ଝିଅ ମାନଙ୍କୁ ସଚେତନ କରିବା ନେଇ ଆଲୋଚନା ହୋଇଥିଲା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ରେ ଶିକ୍ଷକ ନିଯୁକ୍ତି, ଜଳ ସେଚନ ବିଭାଗ ରେ ଖରା ଦିନ ହୋଇଥିବାରୁ ଅକାମୀ ଉଠା ଜଳ ସେଚନ ବ୍ୟବସ୍ଥା କୁ ପୁନଃ କାର୍ଯ୍ୟକ୍ଷମ କରିବା ବିଷୟ ରେ ଆଲୋଚନା ହୋଇଥିଲା। ନିୟମିତ ଭାବେ କେନାଲ ସଫେଇ, ଖନନ, ଜଳ ଯୋଗାଣ ଓ ଆବଣ୍ଟନ ବିଷୟ ରେ ଆଲୋଚନା ହୋଇଥିଲା। ଜିଲ୍ଲା ସମାଜ ମଙ୍ଗଳ ଵିଭାଗ, ଜିଲ୍ଲା ସାମାଜିକ ସୁରକ୍ଷା ଵିଭାଗ,ଡ୍ରେନେଜ୍ ବିଭାଗ, ମହାନଦୀ ଦକ୍ଷିଣ ବିଭାଜନ, କଟକ,ଉପ-ନିର୍ଦ୍ଦେଶକ ଉଦ୍ୟାନ ବିଭାଗ, ମୃତ୍ତିକା ସଂରକ୍ଷଣ ବିଭାଗ ବିଷୟରେ ଆଲୋଚନା ହୋଇଥିଲା।
ଗ୍ରାମ୍ୟ ପରିମଳ ଓ ପାନୀୟ ଜଳ ଯୋଗାଣ , ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ,ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା , ପୂର୍ତ୍ତ, ଗୃହ ନିର୍ମାଣ ଓ ଗ୍ରାମ ଉନ୍ନୟନ ବିଭାଗ,ସମବାୟ ବିଭାଗ ବିଷୟ ରେ ଆଲୋଚନା ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ମନୋଜ କୁମାର ଭୋଇ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରି ଥିବା ବେଳେ ଜିଲ୍ଲା ପରିଷଦ ଉପ ସଭାପତି ଶ୍ରୀମତୀ ସୁଜାତା ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକ ରେ ଜିଲ୍ଲା ପରିଷଦ ମୁଖ୍ୟ ବିକାଶ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଅକ୍ଷୟ ପିଲ୍ଳେ,ଜିଲ୍ଲା ପରିଷଦ ସଭ୍ୟସଭ୍ୟା, ପଂଚାୟତ ସମିତି ଅଧକ୍ଷ ଅଧ୍ଯକ୍ଷା,ବି.ଡି.ଓ, ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।
ରାଜ୍ୟ
ଜଗତସିଂହପୁର ଜିଲ୍ଲା ପରିଷଦ ର ସପ୍ତମ ସାଧାରଣ ବୈଠକ
- Hits: 7








