ସାମ୍ବାଦିକଙ୍କ ଅକାଳ ବିୟୋଗ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଖୋରଧା:(ସେକ୍ କୌସର ):ଖୋରଧାର ଜଣେ କାର୍ଯ୍ୟରତ ସାମ୍ବାଦିକ ଅୟେସ କାନ୍ତ ମହାନ୍ତି, ଭୁବନେଶ୍ୱରର ସମ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ ଆଜି ଦିନ ୧୦ ଟାରେ ତାଙ୍କର ଶେଷ ନିଃଶ୍ୱାସ ତ୍ୟାଗ କଲେ। ସେ ଆମକୁ ଛାଡି ଅଫେରା ରାଇଜକୁ ଚାଲିଗଲେ, ସେ ଜଣେ ଧର୍ମପରାୟଣ, ସମାଜସେବୀ ଏବଂ ପର ଉପକାରୀ ବ୍ୟକ୍ତି ଥିଲେ। ଜଣେ ସିନେମା ଡାଇରେକ୍ଟର ସହ ଉତ୍ତମ ଫୋଟ ଗ୍ରାଫର୍ ଥିଲେ, ଖୋରଧା ସତ୍ୟ ସାଇଙ୍କ ଭକ୍ତ ଥିଲେ ତାଙ୍କର ଏକ ସାନଭାଇ ୪ ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି। ଏବଂ ବାପାଙ୍କର ମଧ୍ୟ ବହୁ ଆଗରୁ ଦେହାନ୍ତ ହୋଇଯାଇଛି। ଏବେ ଦୁଇ ଭାଉଣି ଏବଂ ମାଆ ଅଛନ୍ତି ଗୋଟିଏ ଭଉଣି ବିବାହିତ ଏବଂ ସାନ ଭଉଣୀ ଅବିବାହିତ ଅଛନ୍ତି। ଭଗବାନ ତାଙ୍କୁ ଧର୍ଯ୍ୟ ଦିଅନ୍ତୁ। ଅୟେସ ସମସ୍ତଙ୍କ ଠାରୁ ବଡ଼ ଥିଲେ। ତାଙ୍କର ଭଉଣୀ ଭିଣୋଇ ତାଙ୍କର ସମସ୍ତ ଦାୟିତ୍ୱ ତୁଲାଇ ଥିଲେ। ଜୁଆଇଁ ସବୁ କାର୍ଯ୍ୟ ସମ୍ପାଦନ କରୁଛନ୍ତି। ଅୟେସ ଦୈନିକ ଖବର କାଗଜରେ ସାମ୍ବାଦିକ କରୁଥିଲେ। ସେ ଖୋର୍ଦ୍ଧା ଜିଲ୍ଲା ଓୟୁଜେର ସଦସ୍ୟ ଥିଲେ। ତାଙ୍କ ମୃତ୍ୟୁ ଖବର ଶୁଣି ଖୋର୍ଦ୍ଧାରେ ସୋକର ଛାୟା ଖେଳିଯାଇଛି। ତାଙ୍କ ମୃତ୍ୟୁ ଖବର ପାଇ ଖୋର୍ଦ୍ଧାର ସମସ୍ତ ସାମ୍ବାଦିକ ଓ ସାମ୍ବାଦିକା, ଏବଂ ନେତାଙ୍କ ଠାରୁ ନେଇ ବନ୍ଧୁବାନ୍ଧବ, ପରିବାରବର୍ଗ, ସାଙ୍ଗ ସାଥି ଓ ବୁଦ୍ଧିଜୀବୀ ତାଙ୍କ ବାସଭବନ ଠାରେ ଉପସ୍ଥିତ ରହି ଶେଷ।ଦର୍ଶନ କରିଥିଲେ। ଏବଂ ତାଙ୍କ ମୃତ୍ୟୁ ଶରୀରକୁ ପୁରୀରେ ଶେଷକୃତ୍ୟ କରାଯାଇଥିଲା

0
0
0
s2sdefault