ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଗଜପତି ଜିଲ୍ଲା ଶାଖା ଆନୁକୂଲ୍ୟରେ ଏକ ଜରୁରୀ ବୈଠକ ସ୍ଥାନୀୟ ବସନ୍ତ ବିହାର ଠାରେ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ସଭାପତି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷାତାରେ ଅନୁଷ୍ଠିତ ଏହି ଜିଲ୍ଲା ସ୍ତରୀୟ ବୈଠକରେ ଦକ୍ଷିଣ ସମ୍ଭାଗ ର ମୁଖ୍ୟ ଡ. କଲ୍ୟାଣୀ ମିଶ୍ର , ଡ. ପ୍ରୀୟବ୍ରତ ଶତପଥୀ , ସ୍ନିଗ୍ଧା ମିଶ୍ର , ରାଜେନ୍ଦ୍ର କୁମାର ରଥ , ଅରୁପାଞ୍ଜଳି ମହାନ୍ତି , ମନୋଜ ପଣ୍ଡା , ଡି. ପ୍ରିୟଙ୍କା , ଅଞ୍ଜନା ପଟ୍ଟନାୟକ , ସ୍ନେହା ବେହେରା , ଶ୍ଵେତା ପଟ୍ଟନାୟକ , ଅନୁଶ୍ରୀ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ ପ୍ରଭୃତି ଯୋଗଦାନ କରିଥିଲେ।
ନିକଟ ଭବିଷ୍ୟତରେ ପାରଳାଖେମୁଣ୍ଡିରେ ଅନୁଷ୍ଠିତ ହେବାକୁ ଯାଉଥିବା ଥିବା ରାଜ୍ୟ ସ୍ତରୀୟ ମହୋତ୍ସବରେ ସମସ୍ତ ସଭ୍ୟ , ସଭ୍ୟା ବୁଦ୍ଧିଜୀବୀଙ୍କ ସହଯୋଗ କାମନା କରାଯାଇଥିଲା। ଶେଷରେ ଅନୁଷ୍ଠାନର ଉପ ସଭାପତି ତଥା ପ୍ରାକ୍ତନ ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

0
0
0
s2sdefault