କେନ୍ଦ୍ରାପଡ଼ାରେ ଅବକାରୀ ବିଭାଗର ବଡ଼ ଚଢ଼ାଉ: ୧୬୦ ଲିଟର ଅବୈଧ ମଦ ଜବତ, ୬ ଗିରଫ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡା:୧୦/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡ଼ା ଜିଲ୍ଲାରେ ଅବୈଧ ମଦ ବ୍ୟବସାୟ ଉପରେ ଅବକାରୀ ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ଆଜି ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଶେଷ ଚଢ଼ାଉ କରାଯାଇ ବ୍ୟାପକ ପରିମାଣରେ ଅବୈଧ ମଦ ଜବତ କରାଯାଇଛି। ଜିଲ୍ଲାପାଳ ଶ୍ରୀ ରଘୁରାମ ଆର୍ ଆୟରଙ୍କ ନିର୍ଦ୍ଦେଶକ୍ରମେ ଅବକାରୀ ଅଧିକ୍ଷକ ଶ୍ରୀ ବିପ୍ର ଚରଣ ମଣ୍ଡଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ମାର୍ଶାଘାଇ, ରାଜନଗର,ଆଳି ଓ ମହାକାଳପଡ଼ା ଥାନା ଅଞ୍ଚଳରେ ଏହି ଚଢ଼ାଉ ଅଭିଯାନ ଚାଲିଥିଲା।ଚଢ଼ାଉ ସମୟରେ ମଧ୍ୟପଡ଼ା ଗ୍ରାମର ସାରୋଜ ଜେନାଙ୍କ ଠାରୁ ୨୪ ଲିଟର ବିଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଥିଲା। ସେପରି କାହାରପୁର ଗ୍ରାମର ରତ୍ନାକର ଜେନାଙ୍କ ଠାରୁ ୧୩ ଲିଟର ଦେଶୀ ମଦ, ହାବୁଲଗଣ୍ଡ ଗ୍ରାମର କେଦାରନାଥ ସେଠୀଙ୍କ ଠାରୁ ୨୬ ଲିଟର ବିଦେଶୀ ମଦ ଜବତ ହୋଇଥିଲା।
ଏହାସହ କାନପୁର ଗ୍ରାମର ସଞ୍ଜୟ କୁମାର ପରିଡାଙ୍କ ଠାରୁ ୨୯ ଲିଟର, ବିଜୟନଗର ଗ୍ରାମର ପ୍ରକାଶ ଚନ୍ଦ୍ର ସେଠୀଙ୍କ ଠାରୁ ୪୫ ଲିଟର ଓ ନଛିପଡ଼ା ଗ୍ରାମର ଚଗଲା ଦାସଙ୍କ ଠାରୁ ୨୩ ଲିଟର ବିଦେଶୀ ମଦ ଜବତ କରାଯାଇଥିଲା।
ମୋଟ ୧୬୦ ଲିଟର ବିଦେଶୀ ଓ ଦେଶୀ ମଦ ସହ ଗୋଟିଏ ମୋଟରସାଇକେଲ ଜବତ ହୋଇଥିବାବେଳେ, ଏହି ଘଟଣାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇ କୋର୍ଟକୁ ଚାଲାଣ କରାଯାଇଛି।
ଏହି ଚଢ଼ାଉରେ ଅବକାରୀ ଉପ-ନିରୀକ୍ଷକ ଶ୍ରୀ ଛାୟାକାନ୍ତ ନାୟକ, ଶ୍ରୀମତୀ କଳ୍ପନା ରାଉତ, ମିସ୍ ଋତୁପ୍ରଭା ସ୍ୱାଇଁ ସହ ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ। ଅବକାରୀ ବିଭାଗ ଆଗାମୀ ଦିନରେ ମଧ୍ୟ ଏଭଳି ଚଢ଼ାଉ ଜାରି ରଖିବ ବୋଲି ସୂଚନା ମିଳିଛି।

0
0
0
s2sdefault