ରାଜ୍ୟ ସିଏମ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସଂସ୍କରଣ ଉଦଘାଟିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟିଏସଏଫ ମୁର୍ଗା ୧୬-୨ ଏବଂ ଟିଏସଏଫ ଯୋଡ଼ା ୩-୦ ଗୋଲରେ ବିଜୟୀ

କେନ୍ଦୁଝର,ତା୧୦/୪- ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ କେନ୍ଦୁଝର ଜିଲ୍ଲା କ୍ରୀଡା ସଂସ୍ଥା ମିଳିତ ସହଯୋଗରେ ଶଙ୍କରପୁରସ୍ଥିତ ଧରଣୀଧର ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଆଜି ଏକ ବର୍ଣ୍ଣlଢ୍ୟ ପରିବେଶରେ ସିଏମ ଫୁଟବଲ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ଆଜି ଉଦଘାଟିତ ହୋଇଯାଇଛି।୧୪ବର୍ଷରୁ କମ ବାଳିକା ମାନଙ୍କର ଏହି ଫୁଟବଲ ପ୍ରତିଯୋଗିତାକୁ ଆଜି ମୁଖ୍ୟ ଅତିଥି ଭାବେ କେନ୍ଦୁଝର ନଗରପାଳ ଉଦଘାଟନ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଖେଳ ଆରମ୍ଭ ହେବ ପୂର୍ବରୁ ଖେଳାଳୀ ମାନଙ୍କ ସହ ଅତିଥି ମାନଙ୍କୁ ପରିଚିତ କରାଇ ଦିଆଯାଇଥିଲା। ଲିଗ ପଦ୍ଧତିରେ ଆଜି ଅନୁଷ୍ଠିତ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ, ମୁର୍ଗା ଆର ଏମ ହାଇସ୍କୁଲ ନିଉଣ୍ଡି ବିପକ୍ଷ ୧୬-୨ ଏକ ବିପୁଳ ବିଜୟ ହାସଲ କରି ପୁରା ପଏଣ୍ଟ ହାସଲ କରିଥିବା ବେଳେ ଦ୍ୱିତୀୟ ଖେଳରେ ଟାଟା ଷ୍ଟିଲ ଫାଉଣ୍ଡେସନ ଯୋଡ଼ା ତାରିଣୀ ଫୁଟବଲ ଏକାଡେମୀ ବିପକ୍ଷରେ ୩-୦ ବିଜୟୀ ହୋଇ ପୁରା ପଏଣ୍ଟ ହାସଲ କରିଛି। ଆଜିର ଏହି ପ୍ରତିଯୋଗିତାରେ ଖେଳାଳୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲା କ୍ରୀଡା ଅଧିକାରୀ ସରୋଜ କୁମାର ମଲ୍ଲିକ, ଜିଲ୍ଲା କ୍ରୀଡା ସଂସ୍ଥା ପକ୍ଷରୁ ସାଧାରଣ ସମ୍ପାଦକ ସଂଗ୍ରାମ କେଶରୀ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରବୀନ୍ଦ୍ର କୁମାର ପାଢ଼ୀ କୋଷାଧକ୍ଷ ସରୋଜ କୁମାର ରଣା, କାଉନସିଲ ସଦସ୍ୟ ରାଜ କୁମାର ମିଶ୍ର, ସୁରେଶ ରଣା, ଗିରୀଶ ଚନ୍ଦ୍ର ହୋତା ପ୍ରମୁଖ ଉପସ୍ଥିତ ଥିଲେ।ଫାଓ ପକ୍ଷରୁ ମ୍ୟାଚର ସୁପରିଚାଳନା ପାଇଁ ବୀରେନ୍ଦ୍ର କୁମାର ମହାନ୍ତ ମ୍ୟାଚ କମିଶନର ଭାବେ ନିଯୁକ୍ତି ପାଇ ଆଜିର ଖେଳରେ ଉପସ୍ଥିତ ଥିଲେ।

0
0
0
s2sdefault