ରାଜଗାଙ୍ଗପୁର, ୦୧-୦୪-୨୬
ବୁଧବାର ଅପରାହ୍ଣରେ ବିଜୁ ଏକ୍ସପ୍ରେସ୍ ୱେର ରାଣୀବନ୍ଧ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ରାଜଗାଙ୍ଗପୁର କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ ସୁନାନୀ(୪୦)ଙ୍କ ମୃତ୍ୟୁ ଘଟିଛି। ଅପରାହ୍ଣ ପ୍ରାୟ ସାଢ଼େ ୩ଟାବେଳେ ସରୋଜ ନିଜ ମୋଟର ବାଇକ୍ରେ ରାଜଗାଙ୍ଗପୁର ବ୍ଲକ୍କୁ କାମ ସାରି ଘରକୁ ଫେରୁଥିଲାବେଳେ ରାଣୀବନ୍ଧ ନିକଟରେ ଭାରସାମ୍ୟ ହରାଇ ରାଜପଥର ଡିଭାଇଡରରେ ପିଟି ହୋଇଥିଲେ | ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ରାଜଗାଙ୍ଗପୁର ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଚଳାଇଛି








