ହେଡଲାଇନସ୍:

ନୟାଗଡ଼ ଜିଲ୍ଲା ଶ୍ରେଷ୍ଠ ଏସ୍ଆଇ ପୁରସ୍କାର ପାଇଲେ ଚକ୍ରଧର ସିଂ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଓଡ଼ଗାଁ,୧।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ନୟାଗଡ଼ ରିଜର୍ଭ ପୋଲିସ ପଡ଼ିଆ ଠାରେ ଆୟୋଜିତ ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଜିଲ୍ଲାର ବେଷ୍ଟ ସବଇନ୍ସପେକ୍ଟର ଭାବେ ଓଡ଼ଗାଁ ଆଦର୍ଶ ଥାନା ସବଇନ୍ସପେକ୍ଟର (ଏସ୍ଆଇ) ଚକ୍ରଧର ସିଂ ବୁଧବାର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏସ ସୁଶ୍ରୀଙ୍କ ଠାରୁ ପୁରସ୍କାର ଗ୍ରହଣ କରିଛନ୍ତି। ଏସ୍ଆଇ ଚକ୍ରଧର ସିଂ ପ୍ରାୟ ୩ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଓଡ଼ଗାଁ ଆଦର୍ଶ ଥାନାରେ କାର୍ଯ୍ୟରତ ରହିଥିବା ବେଳେ ଥାନାକୁ ଆସୁଥିବା ବେଳେ ଅଭିଯୋଗକାରୀ ହୁଅନ୍ତୁ ଅଥବା ଅଭିଯୁକ୍ତ ମାନଙ୍କୁ ଉତ୍ତମ ବ୍ୟବହାର ସହିତ ସୁପରାମର୍ଶ ଦିଅନ୍ତି। ବିଶେଷ କରି ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ କଳହ ଯୋଗୁଁ ଥାନାକୁ ଅଭିଯୋଗ ଆସିଲେ ପ୍ରଥମେ ସେ ଉଭୟଙ୍କୁ ଡାକି ବୁଝାସୁଝା କରନ୍ତି। ଅନ୍ୟଥା ମାମଲା ରୁଜୁ ହୋଇଥାଏ। ଅପହୃତା ନାବାଳିକା ଉଦ୍ଧାର ଏବଂ ଅପହରଣକାରୀକୁ ଗିରଫ କୋର୍ଟ ଚାଲାଣ କରିବା ସହିତ ଏହିପରି ଅନ୍ୟ କାର୍ଯ୍ୟଗୁଡ଼ିକୁ ସୁଚାରୁରୂପେ ସମାଧାନ କରୁଥିବାରୁ ତାଙ୍କୁ ଗତ ୨୦୨୪ ପୋଲିସ ପ୍ରତିଷ୍ଠା ଦିବସରେ ମଧ୍ୟ ପୁରସ୍କୃତ କରାଯାଇଥିଲା।

0
0
0
s2sdefault