ହେଡଲାଇନସ୍:

କେନ୍ଦ୍ରାପଡ଼ାରେ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ପାଳିତ ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:୦୧/୦୪(ପ୍ରଫୁଲ୍ଲ କୁମାର ମଲ୍ଲ) କେନ୍ଦ୍ରାପଡା ଜିଲ୍ଲା ସଂସ୍କୃତି ଭବନ ଠାରେ ଆଜି ଜିଲ୍ଲାସ୍ତରୀୟ ଓଡିଶା ଦିବସ ଓ ଜିଲ୍ଲା ପ୍ରତିଷ୍ଠା ଦିବସ ଭବ୍ୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମାନ୍ୟବର ମନ୍ତ୍ରୀ, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତାଙ୍କ ଅଭିଭାଷଣରେ ସେ ଓଡିଶା ଗଠନରେ ବୀର ପୁତ୍ରମାନଙ୍କ ଅପୂର୍ବ ଅବଦାନକୁ ସ୍ମରଣ କରିବା ସହ ରାଜ୍ୟ ଓ ଜିଲ୍ଲାର ସମଗ୍ର ବିକାଶ ଉପରେ ଜୋର ଦେଇଥିଲେ। ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ମହାକାଳପଡ଼ା ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ସାଂସଦଙ୍କ ପ୍ରତିନିଧି ଶୋଶାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଲିଲିତା ଦାସ, କେନ୍ଦ୍ରାପଡ଼ା ମୁନିସିପାଲିଟି ଅଧ୍ୟକ୍ଷା ସରିତା ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ନବ କୃଷ୍ଣ ଜେନା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ରବୀନ୍ଦ୍ର କୁମାର ମଲ୍ଲୀକ ଓ ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ମଞ୍ଚାସୀନ ଥିଲେ। ବିଶିଷ୍ଟ ଶିକ୍ଷାବିଦ ନିରଞ୍ଜନ ମେକାପ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ମାର୍ଶାଘାଇ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ କାର୍ଯ୍ୟକ୍ରମଟି ସୁଚାରୁ ଭାବେ ସଞ୍ଚାଳନ କରିଥିଲେ।
ପ୍ରଧାନମନ୍ତ୍ରୀଙ୍କ “ମନ କି ବାତ” କାର୍ଯ୍ୟକ୍ରମରେ ଉଲ୍ଲେଖିତ ଚାନ୍ଦୋଳ ଏଚଏନଏସ ମହାବିଦ୍ୟାଳୟର ଛାତ୍ର ଓମ ପ୍ରକାଶ ରଥଙ୍କୁ ମାନ୍ୟବର ମନ୍ତ୍ରୀ ସମ୍ବର୍ଦ୍ଧନା କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ଅବସରରେ ଆଜିଠାରୁ ୧୪ ଏପ୍ରିଲ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା “ଓଡିଆ ପକ୍ଷ”ର ଲୋଗୋ ମୁକ୍ତି କରାଯାଇଥିଲା। ଉପଜିଲ୍ଲାପାଳ ଅରୁଣ କୁମାର ନାୟକ ନିଜେ ଫୋଟ ଉତ୍ତୋଳନ କରିଥିବା ସୁନ୍ଦର ଫୋଟ ଚିତ୍ରକୁ ତୋଳା ମାନ୍ୟବର ମନ୍ତ୍ରୀଙ୍କୁ ସ୍ମୃତିଚିହ୍ନ ଭାବେ ପ୍ରଦାନ କରିଥିଲେ | ପରବର୍ତ୍ତୀକାଳରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ପରିବେଷଣ କରାଯାଇଥିଲା। ସାଂସ୍କୃତିକ ବିଭାଗ ପକ୍ଷରୁ ଭାବଗ୍ରାହୀ କଳା ନିକେତନ, ଗୋକୁଳଚନ୍ଦ୍ର ସଙ୍ଗୀତ ସଦନ, ରୟାଲ୍ ଡ୍ୟାନ୍ସ ଏକାଡେମୀ ଓ ନୁପୁର ଡ୍ୟାନ୍ସ ଏକାଡେମୀର କଳାକାରମାନେ ମଞ୍ଚକୁ ରଙ୍ଗିନ କରିଥିଲେ।ଏହା ସହିତ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଆଳି ଉଚ୍ଚ ବିଦ୍ୟାଳୟ,ଜିଲ୍ଲା ମଙ୍ଗଳ ଅଧିକାରୀ ପକ୍ଷରୁ ତିଖିରି ରେସିଡେନ୍ସିଆଲ ସ୍କୁଲ, ଜିଲ୍ଲା ସାମାଜିକ ସୁରକ୍ଷା ପକ୍ଷରୁ ଆରତୀ ଦେବୀ ସୋସାଇଟି, ମାର୍ଶାଘାଇର ଶ୍ରବଣବାଧିତ ଛାତ୍ରଛାତ୍ରୀ ଓ ଜିଲ୍ଲା ଶିଶୁ ସୁରକ୍ଷା ପକ୍ଷରୁ ପଲ୍ଲୀଶ୍ରୀ ମହିଳା ସମିତି, କୋରୁଆ, ଗରଦପୁର ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ମନୋହର ପ୍ରଦର୍ଶନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ସମଗ୍ର କାର୍ଯ୍ୟକ୍ରମ ଜନସାଧାରଣଙ୍କ ମଧ୍ୟରେ ଦେଶଭକ୍ତି ଓ ଓଡିଆ ଅସ୍ମିତାର ଭାବନାକୁ ଜାଗୃତ କରିଥିଲା।

0
0
0
s2sdefault