ହେଡଲାଇନସ୍:

ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରରେ ଉତ୍କଳ ଦିବସ ଓ ପୋଲିସ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ଓଡଗାଁ, ୧।୦୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ମଶାବାରୀ ଗାୟତ୍ରୀ ବିଦ୍ୟାମନ୍ଦିରେ ୯୧ତମ ଉତ୍କଳ ଦିବସ ସହ ପୋଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଛାତ୍ରଛାତ୍ରୀମାନେ ଓଡ଼ିଶା ଗଠନରେ ଅବଦାନ ରଖିଥିବା ମହାନୁଭବମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ। ପରେ ବିଦ୍ୟାଳୟ ପକ୍ଷରୁ ଓଡ଼ଗାଁ ଆଦର୍ଶ ଥାନାର ପୋଲିସ ଅଧିକାରୀ ଓ କର୍ମଚାରୀମାନଙ୍କୁ ଫୁଲ-ଚନ୍ଦନ ଓ ରକ୍ଷାସୂତ୍ର ବନ୍ଧନ କରି ସମ୍ମାନ ଜଣାଇଥିଲେ। ପୋଲିସଙ୍କ ନିଷ୍ଠା ଓ ସେବାଭାବକୁ ସମ୍ମାନ ଜଣାଇ ଏହି ପଦକ୍ଷେପକୁ ଆଇଆଇସି ସତ୍ୟନାରାୟଣ ବାରିକ ଓ ସବ୍‌-ଇନ୍ସପେକ୍ଟର ଚକ୍ରଧର ସିଂ ସ୍ବାଗତ କରିଥିଲେ। ଅଧ୍ୟକ୍ଷ ବିରେନ୍ଦ୍ର ସାହୁଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଅନୁଷ୍ଠାନର ଶିକ୍ଷକ-ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ। ଆର୍ମି ଭେଟରାନ ଆଦର୍ଶ କୁମାର ପଟ୍ଟନାୟକ ଦେଶପ୍ରେମର ଆବଶ୍ୟକତା ଉପରେ ମତ ପ୍ରକାଶ କରିଥିଲେ।

0
0
0
s2sdefault