ହେଡଲାଇନସ୍:

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଓଡ଼ିଆ ପକ୍ଷର ଶୁଭାରମ୍ଭ ଓ ଉତ୍କଳ ଦିବସ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ବାଲୁଗାଁ:(ସେକ୍ କୌସର):ରାଜ୍ୟ ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ପରାମର୍ଶ ଅନୁଯାୟୀ ବାଲୁଗାଁ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା, ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ, ଯୁବ ରେଡ଼କ୍ରସ ଓ ରୋଭର୍ସ ରେଞ୍ଜର ପକ୍ଷରୁ ମିଳିତ ଭାବେ ମହାବିଦ୍ୟାଳୟ ପରିସରରେ ଉତ୍କଳ ଦିବସ ପାଳନ ହେବା ସହ ଓଡ଼ିଆ ପକ୍ଷର ଶୁଭାରମ୍ଭ କରାଯାଇଛି l ଉକ୍ତ କାର୍ଯ୍ୟକ୍ରମକୁ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ଉଦଘାଟନ କରିଥିଲେ l ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ଡକ୍ଟର କୈଳାସ ଚନ୍ଦ୍ର ମହାରଣା, ଅଧ୍ୟାପିକା ଡକ୍ଟର ମୋନାଲିସା ମାନସିଂ, ଡକ୍ଟର ମନସ୍ବିନୀ ପଟ୍ଟନାୟକ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ର ଉତ୍ଥାନରେ ସମସ୍ତ ଓଡ଼ିଆ ସାମିଲ ହେବା ସହ ଆମ ଉତ୍ତରପିଢ଼ି ଓଡ଼ିଆରେ ଲେଖିବା ଓ ପଢିବା ପାଇଁ ପ୍ରତିବଦ୍ଧ ହେବା ନିମନ୍ତେ ବକ୍ତବ୍ୟ ପ୍ରଦାନ କରିଥିଲେ l ପ୍ରାରମ୍ଭରେ ଅଧ୍ୟକ୍ଷ, ଅଧ୍ୟାପକ ଓ ଅଧ୍ୟାପିକା ମାନେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ସୁଶ୍ରୀ ପ୍ରଜ୍ଞାସ୍ମିତା ସାହୁ ମଧୁସୂଦନ ଦାସଙ୍କ ରଚିତ" ତୁ ପରା ବୋଲାଉ ଉତ୍କଳ ସନ୍ତାନ " କବିତା ପାଠ କରିଥିଲେ l ଅଧ୍ୟକ୍ଷ ଡକ୍ଟର ଲଷ୍ମୀଧର ସୁବୁଦ୍ଧି ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅବଦାନ ରଖିଥିବା ମାଟିର ମହାପୁରୁଷଙ୍କ ତ୍ୟାଗପୂତ ଜୀବନ ଓ ସଂଘର୍ଷ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ l ଏହାପରେ ଛାତ୍ରୀ ବିଜୟଲକ୍ଷ୍ମୀ ପଣ୍ଡା, ପଦ୍ମିନୀ ରାଉତ, ପ୍ରତିଭା ଜାଲି, ପ୍ରଜ୍ଞାସ୍ମିତା ସାହୁ, ସୁମିତ୍ରା ସେଠି, ଶାଶ୍ଵତୀ ମିଶ୍ର ପ୍ରମୁଖ ଓଡିଶା ଦିବସ ସମ୍ପର୍କିତ ସ୍ୱରଚିତ ଉଦବୋଧନୀ କବିତା ପାଠ କରିଥିଲେ l ଧନ୍ୟବାଦ ଅର୍ପଣ କରିଥିଲେ ସୁଶ୍ରୀ ଜସ୍ମିନ ବେଗମ l ଶେଷରେ ସମସ୍ତେ ରାଜ୍ୟ ସଂଗୀତ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ l

0
0
0
s2sdefault