ହେଡଲାଇନସ୍:

ତନରଡ଼ା ୮ମ ବାଟାଲିୟନ ପରିସରରେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ବେଲଗୁଣ୍ଠା-୧/୪-(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ସ୍ଥିତ ଅଷ୍ଟମ ସ୍ବତନ୍ତ୍ର ଭାରତ ସଂରକ୍ଷିତ ବାହିନୀ (୮ମ ବାଟାଲିୟନ) ପରିସରରେ ୯୧ତମ ଓଡ଼ିଶା ପୋଲିସ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ ହୋଇ ଯାଇଛି। ଏହି ଅବସରରେ ଆୟୋଜିତ ଭବ୍ୟ ମିଳିତ ପ୍ୟାରେଡ୍‌ରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଭିବାଦନ ଗ୍ରହଣ କରିବା ସହ ପତାକା ଉତ୍ତୋଳନ କରିଥିଲେ।ଏହି ଅବସରରେ ବିଧାୟକ ଶ୍ରୀ ବିଷୋୟୀ ନିଜ ଭାଷଣରେ ଓଡ଼ିଶା ପୋଲିସର ଗୌରବମୟ ଇତିହାସ ଓ ସମାଜ ପ୍ରତି ଏହାର ନିର୍ଣ୍ଣାୟକ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ଓଡ଼ିଶାର ଶାନ୍ତି,ଶୃଙ୍ଖଳା ଏବଂ ସାମାଜିକ ନିରାପତ୍ତା ରକ୍ଷା କରିବାରେ ଓଡ଼ିଶା ପୋଲିସର ଅବଦାନ ଅତୁଳନୀୟ। ଜଣେ ପୋଲିସ କର୍ମଚାରୀ ନିଜ ପରିବାର ଓ ସୁଖକୁ ପଛରେ ପକାଇ ଦିନରାତି ଜନସାଧାରଣଙ୍କ ସେବାରେ ନିୟୋଜିତ ରହୁଛନ୍ତି, ଯାହା ସାରା ରାଜ୍ୟ ପାଇଁ ଗର୍ବର ବିଷୟ।ବିଶେଷ କରି ସଂରକ୍ଷିତ ବାହିନୀର କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରି ସେ କହିଥିଲେ, "କେବଳ ଆଇନ ଶୃଙ୍ଖଳା ନୁହେଁ, ବରଂ ବନ୍ୟା, ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯେକୌଣସି ଜରୁରୀକାଳୀନ ସମୟରେ ଏହି ବାହିନୀ ସର୍ବଦା ଆଗଧାଡ଼ିର ଯୋଦ୍ଧା ସାଜି ଜନସାଧାରଣଙ୍କୁ ଉପଯୁକ୍ତ ସେବା ଯୋଗାଇ ଦେଇଛି। ସଂରକ୍ଷିତ ବାହିନୀର ପ୍ରତ୍ୟେକ ଯବାନଙ୍କ ତ୍ୟାଗ ଓ ନିଷ୍ଠାକୁ ମୁଁ ଭୂୟସୀ ପ୍ରଶଂସା କରୁଛି।ଆଜି ଓଡ଼ିଶା ଦିବସ ଅବସରରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ଦେଶପ୍ରେମର ବାର୍ତ୍ତା ଦିଆ ଯାଇଥିଲା।ଦୁର୍ଗପତି ସୁଧାକର ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ନିଜର ଉଲ୍ଲେଖନୀୟ ସେବା ପାଇଁ ବାଟାଲିୟନର ବିଭିନ୍ନ ପୋଲିସ ଅଧିକାରୀ ଓ କର୍ମଚାରୀଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ବାଟାଲିୟନ ପକ୍ଷରୁ ସ୍ଥାପିତ ଏକ ଜଳଛତ୍ରକୁ ମଧ୍ୟ ବିଧାୟକ ଉଦ୍‌ଘାଟନ କରିଥିଲେ।ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ,ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ ଏବଂ ପରିବେଶବିତ୍ ଶୁଳପାଣି ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ବାଟାଲିୟନର ସହ ଦୁର୍ଗପତି ରଂଜିତ ବlର୍ଲା, ମନୋରଞ୍ଜନ ତରାଇ, ସଫାକତ ଖାନ, ଆତୀଶ କୁମାର ସାହୁ, ଇନ୍ସପେକ୍ଟର ଲଷ୍ମୀ କାନ୍ତ ନାୟକ ଙ୍କ ସମେତ ସମସ୍ତ କର୍ମଚାରୀ ଓ ଅଧିକାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା।

0
0
0
s2sdefault