ହେଡଲାଇନସ୍:

ମୁଖ୍ୟ ଶାସନସଚିବଙ୍କ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କାର୍ଯ୍ୟ ସମୀକ୍ଷା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଉତ୍କର୍ଷତା ହାସଲ ପାଇଁ ବିଭିନ୍ନ ପଦକ୍ଷେପ ସଂପର୍କରେ ପରାମର୍ଶ

ଭୁବନେଶ୍ୱର, ତା-୨୧ .୦୩ .୨୦୨୬ : ମୁଖ୍ୟ ଶାସନ ସଚିବ,ଓଡ଼ିଶା ତଥା ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ( ଓଏସପିସିବି)ର ଅଧ୍ୟକ୍ଷ ଶ୍ରୀମତୀ ଅନୁ ଗର୍ଗ ଆଜି ଭୁବନେଶ୍ୱରସ୍ଥିତ ଓଏସପିସିବି ମୁଖ୍ୟାଳୟରେ ବୋର୍ଡର ବିଭିନ୍ନ କାର୍ଯ୍ୟକ୍ରମର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି।
ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ ପରିପ୍ରେକ୍ଷୀରେ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ଏବଂ ଆଗାମୀ ପ୍ରସ୍ତୁତି ସଂପର୍କରେ ସେ ବୋର୍ଡର ସଦସ୍ୟ ସଦସ୍ୟାମାନଙ୍କ ସହିତ ବିସ୍ତୃତ ଆଲୋଚନା କରିଥିଲେ । ଆଗାମୀ ଦିନରେ ବୋର୍ଡ ରାଜ୍ୟରେ ପ୍ରଦୂଷଣ ନିୟନ୍ତ୍ରଣ କ୍ଷେତ୍ରରେ ଏହାର ବିଭିନ୍ନ ପଦକ୍ଷେପ ସଂପର୍କିତ କାର୍ଯ୍ୟାନ୍ୱୟନକୁ ଅଧିକ ପ୍ରଭାବୀ ଓ ସଫଳତାର ସହିତ କାର୍ଯ୍ୟକାରୀ କରି ଯେପରି ଉତ୍କର୍ଷତା ପ୍ରତିପାଦନ କରିବ, ସେ ଦିଗରେସେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ ।

0
0
0
s2sdefault