
ବେଲଗୁଣ୍ଠା,୨୧/୦୩-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ ସ୍ଥିତ ଦୀନବନ୍ଧୁ ବିଦ୍ୟାପୀଠ ନିକଟ ଆମ୍ବ ତୋଟାରେ ଘୁମୁସର ତାଲୁକା ସମାଜର ନୂତନ କର୍ମକର୍ତ୍ତାଙ୍କ ଶପଥପାଠ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ଏଥିରେ ସୋରଡା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ହାଡି ସମାଜର ଲୋକେ ନିଶା ଠାରୁ ଦୂରେଇ ରହିବା ସହ ଶିକ୍ଷାକୁ ଗୁରୁତ୍ୱ ଦେଲେ ସେମାନେ ଆଗକୁ ବଢ଼ି ପାରିବେ ବୋଲି ପରାମର୍ଶ ଦେଇଥିଲେ I ଏହା ସହ ସେ ମାଆ ଓ ଭଉଣୀ ମାନଙ୍କୁ କିପରି ସଂସ୍କାରି ହେବେ ଏବଂ ହାଡ଼ି ସମାଜ ମୁଖ୍ୟ ସ୍ରୋତରେ ସାମିଲ୍ ହେବା ପାଇଁ ବିଭିନ୍ନ ସାଂଗଠନିକ ଓ ସଂସ୍କାର ମୂଳକ କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ପରାମର୍ଶ ଦେଇଥିଲେ I ଏଥିରେ ଅନ୍ୟତମ ଅତିଥି ରୂପେ ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଦଳିତ ସମାଜ ରାଜ୍ୟ ଅଧ୍ୟକ୍ଷ ଚିନ୍ତାମଣି ନାୟକ, ଘୁମୁସର ତାଲୁକା ସଭାପତି ପଞ୍ଚାନନ ନାୟକ,ପାଇଲିପଡ଼ା ମୁଠା ସଭାପତି ପବିତ୍ର ନାୟକ, ଘୁମୁସୁର ତାଲୁକା ସଚିବ ତୀର୍ଥ ଚୌଧୂରୀ, ଘୁମୁସର ତାଲୁକା ପୂର୍ବତନ ସଭାପତି ଦଣ୍ଡପାଣି ନାୟକ, ସଂଯୋଜକ କାହ୍ନୁଚରଣ ନାୟକ, ଜିଲ୍ଲା ସଭାପତି ମନୋରଞ୍ଜନ ନିମାଇଁ,ଜିଲ୍ଲା ସମ୍ପାଦକ ରୋହିତ ନାୟକ ଏବଂ ଉପଦେଷ୍ଟା ସାହେବ ନାୟକ ପ୍ରମୁଖ ମଞ୍ଚାସୀନ ଥିଲେ I ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଦାମୋଦର ନାୟକ ପରିଚାଳନା କରିଥିବା ବେଳେ ଉଚ୍ଚ ଶିକ୍ଷା ଲାଭ କରି ସମାଜ ପାଇଁ ଉଦାହରଣ ପାଲଟିଥିବା ତିନି ଜଣ ଉଚ୍ଚ ଶିକ୍ଷିତା ଝିଅ ବର୍ଷା, ଲିଟିଲ୍ ଓ ସୋନାଲିଙ୍କୁ ସମାଜ ତରଫରୁ ବିଧାୟକଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା I ଆଜି ଶପଥଗ୍ରହଣ କରିଥିବା ଘୁମୁସର ହାଡ଼ି ସମାଜର ନୂତନ କର୍ମକର୍ତ୍ତାମାନେ ହେଲେ ସଭାପତି ପଞ୍ଚାନନ ନାୟକ, ଉପସଭାପତି ସୁବାଷ ନାୟକ, କାର୍ଯ୍ୟକାରୀ ସଭାପତି ଜଗନ୍ନାଥ ନାୟକ,ସାଧାରଣ ସମ୍ପାଦକ କାର୍ତ୍ତିକ ନାୟକ,ଯୁଗ୍ମ ସମ୍ପାଦକ ନାରାୟଣ ନାୟକ, କୋଷାଧ୍ୟକ୍ଷ ଚିନ୍ମୟ ନାୟକ, ସହ କୋଷାଧ୍ୟକ୍ଷ ରବୀନ୍ଦ୍ର ନାୟକ ଏବଂ ଉପଦେଷ୍ଟା କମିଟି ହରିହର ନାୟକ, ହରିହର ବେହେରା,ସମୀକ୍ଷକ କମିଟି ମୁଖ୍ୟ ସୁଧୀର ନାୟକ, ସୂର୍ଯ୍ୟନାରାୟଣ ନାୟକ ଏବଂ ପ୍ରଭାକର ନାୟକ I କାର୍ଯ୍ୟକ୍ରମରେ ପ୍ରଥମେ ଅତିଥି ମାନଙ୍କୁ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ଉପଢ଼ୌକନ, ମାନପତ୍ର,ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା I ବିଧାୟକ ଶ୍ରୀ ବିଷୋୟୀଙ୍କ ଦ୍ୱାରା ନୂତନ କର୍ମକର୍ତ୍ତାଙ୍କୁ ଜଗନ୍ନାଥଙ୍କ ନାମ ନେଇ ସମାଜର ଉନ୍ନତି ମୂଳକ କାର୍ଯ୍ୟରେ ସହଯୋଗ କରିବା ସହ ସମାଜକୁ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିର ମୁକାବିଲା ଦିଗରେ ପରସ୍ପରକୁ ସାହାଯ୍ୟ କରିବା ପାଇଁ ଶପଥପାଠ କରାଯାଇଥିଲା I ଏଥିରେ ଘୁମୁସର ତାଲୁକା ଅନ୍ତର୍ଗତ ସମସ୍ତ ଅଠରଟି ମୁଠାର ସମସ୍ତ କର୍ମକର୍ତ୍ତା ଏବଂ ଏକ ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଏବଂ ମହିଳା ଯୋଗ ଦେଇଥିଲେ I ପାଇଲିପଡା ମୁଠା ସମ୍ପାଦକ ସୁଧୀର ନାୟକ ଧନ୍ୟବାଦ ଜ୍ଞାପନ କରିଥିଲେ I








