ପୁରୀ, ୨୧/୩: ପୁରୀ ଜିଲ୍ଲା ସାକ୍ଷୀଗୋପାଳ ସ୍ଥିତ ଐତିହ୍ୟସମ୍ପନ୍ନ ଗ୍ରାମ ଶ୍ରୀରାମଚନ୍ଦ୍ରପୁର ଶାସନ ପ୍ରଥମ ଖଣ୍ଡିର ସ୍ୱର୍ଗତ ପଣ୍ଡିତ ମହେଶ୍ବର ଦାଶଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବ ଏକ ଭାବବିହ୍ବଳ ପରିବେଶରେ ପାଳିତ ହୋଇଯାଇଛି।
ଏହି ଅବସରରେ ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ଓ ସ୍ଥାନୀୟ ନାଗରିକମାନେ ଯୋଗଦେଇ ସ୍ୱର୍ଗତ ଦାଶଙ୍କ ଫଟୋଚିତ୍ରରେ ପୁଷ୍ପାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।
ସ୍ୱର୍ଗତ ପଣ୍ଡିତ ମହେଶ୍ବର ଦାଶ ଜଣେ ମେଳାପୀ, ନିଷ୍ଠାବାନ, ସରଳ ହୃଦୟ ଓ ପରୋପକାରୀ ବ୍ୟକ୍ତିତ୍ୱ ଭାବେ ପରିଚିତ ଥିଲେ। ସେ ଜୀବନର ଶେଷ ପର୍ଯ୍ୟନ୍ତ ଅସ୍ତରଙ୍ଗ ନିକଟସ୍ଥ ପାଟଳଦା ହାଇସ୍କୁଲରେ ସଂସ୍କୃତ ପଣ୍ଡିତ ଭାବେ କାର୍ଯ୍ୟରତ ରହି ଶିକ୍ଷାଦାନ ସହ ଆଖପାଖ ଅଞ୍ଚଳର ଲୋକଙ୍କ ପାଇଁ ନିଃସ୍ୱାର୍ଥ ସେବା କରିଥିଲେ। ତାଙ୍କର ସ୍ନେହ, ଶ୍ରଦ୍ଧା, ତ୍ୟାଗ, କର୍ତ୍ତବ୍ୟନିଷ୍ଠା, ଧୈର୍ୟ ଓ ଉଦାରତା ସଭିଙ୍କ ହୃଦୟରେ ଆଜି ବି ଜୀବିତ ଅଛିବୋଲି ଉପସ୍ଥିତ ପରିଜନମାନେ ପ୍ରକାଶ କରିଥିଲେ। ପରିବାର ସଦସ୍ୟମାନେ କହିଥିଲେ ଯେ, ତାଙ୍କ ବିୟୋଗରେ ପରିବାରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି, ଯାହା କେବେ ପୂରଣ ହେବା ସମ୍ଭବ ନୁହେଁ।
ଏହି କାର୍ଯ୍ୟକ୍ରମକୁ ତାଙ୍କ ପୁତ୍ର ସିଦ୍ଧାର୍ଥ ଦାଶ ଓ ଶ୍ରୀପତି ଦାଶ ପରିଚାଳନା କରିଥିଲେ। ଏଥିରେ ତାଙ୍କ ବଡ଼ଭାଇ ନିଳାମ୍ବର ଦାଶ, ଦିଗାମ୍ବର ଦାଶ, ସାନଭାଇ ପଣ୍ଡିତ ବିଶ୍ବମ୍ଭର ଦାଶ, ଗ୍ରାମ ପ୍ରଥମ ଖଣ୍ଡିର ସମ୍ପାଦକ ଚିତ୍ତରଞ୍ଜନ ତ୍ରିପାଠୀ ଓ ସହ ସମ୍ପାଦକ ପବିତ୍ର କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
ଶ୍ରୋତ୍ରୀୟ ବ୍ରାହ୍ମଣମାନଙ୍କ ସହ ଆଖପାଖ ଗ୍ରାମର ଅନେକ ଲୋକ ଯୋଗଦେଇ ପୁଷ୍ପମାଲ୍ୟାର୍ପଣ କରି ସ୍ମୃତି ଚାରଣ କରିଥିଲେ। ପରିବାରର ଝିଅ-ଜୋଇଁ, ପୁତୁରା-ବୋହୁ, ପୁତୁରା, ଝିଅରୀ, ନାତି-ନାତୁଣୀ ସହ ଆତ୍ମୀୟସ୍ବଜନ ଓ ବନ୍ଧୁବାନ୍ଧବମାନେ ଉପସ୍ଥିତ ରହି ତାଙ୍କ ଅମର ଆତ୍ମାର ଶାନ୍ତି କାମନା କରିଥିଲେ। ଶେଷରେ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସ୍ୱର୍ଗତ ଦାଶଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା। ଗ୍ରାମ କ୍ଲବର ଯୁବ ସଦସ୍ୟମାନେ କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ ।
ରାଜ୍ୟ
ଶ୍ରାଦ୍ଧବାର୍ଷିକୀ ଅବସରରେ ପଣ୍ଡିତ ମହେଶ୍ବର ଦାଶଙ୍କୁ ଶ୍ରଦ୍ଧାଞ୍ଜଳି
- Hits: 8








