ହେଡଲାଇନସ୍:

ନୟାଗଡରେ ଚିନିକଳ ସ୍ଥାପନ ପାଇଁ ସର୍ଭେ ଆରମ୍ଭ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 


ନୟାଗଡ଼(ବିଶ୍ୱଜିତ ନାୟକ) :- ନୟାଗଡରେ ଚିନିକଳ ସ୍ଥାପନ ପାଇଁ ପ୍ରକ୍ରୀୟା ଆରମ୍ଭ ହୋଇଛି । ପୁରୁଣା ଚିନିକଳର ପୁନଃରୁଦ୍ଧାର ଏବଂ ନୂତନ ଚିନିକଳ ପ୍ରତିଷ୍ଠା ନୟାଗଡବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ହୋଇ ରହିଛି । ନିର୍ବାଚନ ସମୟରେ ନେତାମାନେ ଚିନିକଳ ପ୍ରତିଷ୍ଠା କରିବାକୁ ବିଭିନ୍ନ ସମୟରେ ପ୍ରତିଶୃତି ଦେଇ ନିର୍ବାଚନ ଜିତିଛନ୍ତି । ଗତ ୨୦୨୪ ନିର୍ବାଚନ ସମୟରେ ଚିନିକଳ ପ୍ରତିଷ୍ଠା କରିବାକୁ ବିଜେପି ପ୍ରତିଶୃତି ଦେଇଥିଲା । କିଛିମାସ ପୂର୍ବେ ମୂଖ୍ୟମନ୍ତ୍ରୀ ନୟାଗଡରେ ଏକ ସଭାରେ ଯୋଗଦେଇ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ କହିଥିଲେ । କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ସାହା ତାଙ୍କର ଓଡିଶା ଗସ୍ତ ସମୟରେ ନୟାଗଡରେ ଚିନିକଳ ପ୍ରତିଷ୍ଠା କରାଯିବ ବୋଲି ମଧ୍ୟ ଘୋଷଣା କରିଥିଲେ । ଆଜି ଇଣ୍ଡିଆନ୍ ପଟାସ୍ ଲିମିଟେଡ୍‌ର ଦୁଇଜଣ ଅଧିକାରୀ , ବଡମ୍ବା ଚିନିକଳର ଡାଇରେକ୍ଟର୍ , ରାଜ୍ୟ ସମବାୟ ବିଭାଗର ଅଧିକାରୀ ଏବଂ ସାଂସଦ ସମ୍ବିତ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ବୈଠକ କରି ଆଲୋଚନା କରିଛନ୍ତି । ଏହାସହିତ ଚିନିକଳ ସ୍ଥାପନ ପାଇଁ ୭୦ ଏକର ଯାଗାର ଆବଶ୍ୟକତା ରହିଥିବାରୁ ଟିମ୍ ଜିଲ୍ଲାପାଳ ମଧୁମିତା ରଥ ଏବଂ ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କ ସହିତ ବିଭିନ୍ନ ଯାଗା ବୁଲି ଦେଖିଛନ୍ତି । ନୟାଗଡ ଚିନିକଳ ଉପରେ ବିଭିନ୍ନ ମାମଲା ରହିଥିବାବେଳେ ଏହା ଏବେ ସୁପ୍ରିମ୍‌କୋର୍ଟରେ ବିଚାରାଧିନ ଥିବାରୁ ଏହାର ପୁନଃରୁଦ୍ଧାର ପରିର୍ବେ ନୂତନ ଚିନିକଳ ପ୍ରତିଷ୍ଠା ଠିକ୍ ହେବ ବୋଲି ଟିମ୍ ଅନୂଭବ କରିଛି । ତେବେ କେଉଁ ସ୍ଥାନରେ ହେବ ତାହା ସର୍ଭେ ପରେ ଜଣାପଡିବ ବୋଲି ଟିମ୍ ଅଧିକାରୀମାନେ କହିଛନ୍ତି । ଜିଲ୍ଲାପାଳ ମଧୁମିତା ରଥ, ଆଇପିଏଲ ର ଡେପୁଟି ଜେନେରାଲ ମ୍ୟାନଜର ସଞ୍ଜୀବ ସିଂନା, ଗ୍ରୁପ୍ ଟେକ୍ନିକାଲ ମନୀଷ ଚନ୍ଦ୍ର ତ୍ୟାଗୀ, ଢେଙ୍କାନାଳ ସୁଗାର୍ ମିଲ ଜେନେରାଲ ମ୍ୟାନେଜର ବିକାଶ କୁମାର ଚୌଧୁରୀ, ଅତିରିକ୍ତ ଜିଲ୍ଲାପାଳ ରୋଜିନା ଦାଶ , ଉପ ଜିଲ୍ଲପାଳ କର୍ଣ୍ଣଦେବ ସମାଦ୍ଦାର, ନୟାଗଡ଼ ତହସିଲଦାର ରାଜେଶ କେଶରୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ। ଆଇ.ପି.ଏଲ୍‌. ଢେଙ୍କାନାଳ ସୁଗାର୍ ମିଲ୍ ଏବଂ କଳାହାଣ୍ଡିରେ ଥର୍ମାଲ୍ ପ୍ଲା୍ ଚଳାଉଥିବାରୁ ନୟାଗଡରେ ଅତିଶିଘ୍ର ଚିନିକଳ କାର୍ଯ୍ୟ ଆରମ୍ଭ ହେବ ବୋଲି ସସସ୍ତେ ଆଶା ରଖିଛନ୍ତି ।

0
0
0
s2sdefault