ହେଡଲାଇନସ୍:

ଯକ୍ଷ୍ମା ସ୍କ୍ରିନିଙ୍ଗ ରେ କେନ୍ଦ୍ରାପଡ଼ା ରାଜ୍ୟରେ ଏକ ନମ୍ବର ।

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

କେନ୍ଦ୍ରାପଡ଼ା:21/03(ପ୍ରଫୁଲ୍ଲ କୁମାର ମଲ୍ଲ) ୨୧ ମାର୍ଚ୍ଚ: ଜିଲ୍ଲା ସ୍ୱାସ୍ଥ୍ୟ ସମିତି କେନ୍ଦ୍ରାପଡ଼ା ଆନୁକୂଲ୍ୟରେ ଆୟୋଜିତ ଜିଲ୍ଲାସ୍ତରୀୟ ବିଭିନ୍ନ ସ୍ୱାସ୍ଥ୍ୟ ବୈଠକ ଓ ସମୀକ୍ଷା ଜିଲ୍ଲାପାଳ ଶ୍ରୀ ରଘୁରାମ ଆର. ଆୟର ଙ୍କ ଅଧ୍ୟକ୍ଷତାରେ ପୁରୁଣା ମେଡିକାଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।ବୈଠକରେ ମାତୃ ସ୍ୱାସ୍ଥ୍ୟ, ପ୍ରଜନନ ସ୍ୱାସ୍ଥ୍ୟ, ନବଜାତ ଶିଶୁ ଯତ୍ନ ଓ ଶିଶୁ ମୃତ୍ୟୁ ସମୀକ୍ଷା ସହିତ ଅମ୍ଲାନ, ଟୀକାକରଣ, ପରିବାର ନିୟୋଜନ ଓ ପିସିପିଏନଡିଟି କାର୍ଯ୍ୟକ୍ରମ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବିଶେଷକରି ଏଚପିଭି ଟୀକାକରଣ ମାଧ୍ୟମରେ ଜରାୟୁ କର୍କଟ ପ୍ରତିରୋଧ ଉପରେ ଗୁରୁତ୍ୱ ଦିଆଯାଇଥିଲା।ଫେବୃଆରୀ ମାସରେ ଆଳି, କେନ୍ଦ୍ରାପଡ଼ା ଓ ରାଜନଗର ବ୍ଲକରେ ଘଟିଥିବା ଶିଶୁ ମୃତ୍ୟୁ ଘଟଣା ଉପରେ ସମୀକ୍ଷା କରାଯାଇଥିଲା। ଆଶା ଓ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କ ଭୂମିକାକୁ ଗୁରୁତ୍ୱ ଦେଇ ଜିଲ୍ଲାପାଳ “ମମତା ଦିବସ” କୁ ଗୁଣାତ୍ମକ ଦିଗ ଓ ସମସ୍ତ ଆବଶ୍ୟକୀୟ ପରୀକ୍ଷା, ଔଷଧ, ଯୁଗ୍ମ ପରିଦର୍ଶନ ଓ ତଦାରଖ ପ୍ରଭୃତି କରିବାକୁ ପରାମର୍ଶ ଦେଇଥିଲେ।ଜିଲ୍ଲାପାଳ ଗର୍ଭବତୀଙ୍କ ପଞ୍ଜିକରଣ, ଡାକ୍ତରଖାନା ରେ ପ୍ରସବ ଓ ଜନ୍ମ ପରବର୍ତ୍ତୀ ଯତ୍ନକୁ ସୁଦୃଢ କରିବା ସହିତ ବ୍ଲକ ସ୍ତରରେ ଯୁଗ୍ମ ବୈଠକକୁ ତ୍ବରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡିଶାରେ ଯକ୍ଷ୍ମା ସ୍କ୍ରିନିଂରେ ୨୦୨୫ କ୍ୟାଲେଣ୍ଡର ବର୍ଷରେ ନାଟ୍ ମେସିନ୍ ମାଧ୍ୟମରେ ୬୭୧୮୯ ଜଣକୁ ସ୍ପୁଟମ ସାମ୍ପଲ ନେଇ ସ୍କ୍ରିନିଂ କରି କେନ୍ଦ୍ରାପଡ଼ା ଜିଲ୍ଲା ରାଜ୍ୟରେ ପ୍ରଥମ ସ୍ଥାନ ପାଇଥିବାରୁ ଜିଲ୍ଲାପାଳ ସମସ୍ତ ସ୍ୱାସ୍ଥ୍ୟ ସେବା ରେ ନିୟୋଜିତ ଥିବା ସେବା ପ୍ରଦାନକାରୀ ଓ ଅଧିକାରୀବୃନ୍ଦ ଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରକାଶ ଥାଉକି ଏହି ସ୍କ୍ରିନିଙ୍ଗ ମାଧ୍ୟମରେ ୪୪୫ ଜଣ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସେମାନଙ୍କୁ ତୁରନ୍ତ ଚିକିତ୍ସା ଆରମ୍ଭ କରାଯାଇଛି l ଏହା ସହିତ ପୁଷ୍ଟି ପୁନର୍ବାସ କେନ୍ଦ୍ରରୁ ଫେରୁଥିବା ପିଲାମାନଙ୍କ ପାଇଁ ଅତିରିକ୍ତ ଖାଦ୍ୟ ସହାୟତା(food kit) ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।
ବୈଠକରେ ସିଡିଏମଓ ଡ଼. ମନୋରଞ୍ଜନ ରାଉତ, ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼. ସଚ୍ଚିଦାନନ୍ଦ ମିଶ୍ର, ଡ଼. ଶ୍ୟାମ ସୁନ୍ଦର ଟୁଡୁ, ଏଡିଏମ ମେଡିକାଲ ଡ଼. କିଶୋର ଚନ୍ଦ୍ର ମିଶ୍ର, ପ୍ରଶାସନିକ ଅଧିକାରୀ ଦିଲ୍ଲୀପ କୁମାର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ସୁଷମା ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ଫାଇନାନ୍ସସିଆଲ ଅଫିସର ଆଶୁତୋଷ ତ୍ରିପାଠୀ, ଡିପିଏମ ଡ଼. ମନୋରଞ୍ଜନ ସାହୁ, ଏପିଡେମିଓଲୋଜିଷ୍ଟ ଡ଼ ଅଶୋକ କୁମାର ସାହୁ, ଡି ପି ଏଚ୍ ସି ଓ ଶୁଭ ନାରାୟଣ ନାୟକ, ଡି ପି ସି ବିଶ୍ୱରଞ୍ଜନ ଦାସ ଏବଂ ଆସିଷ୍ଟାଣ୍ଟ ମ୍ୟାନେଜର ଜିତେନ୍ଦ୍ର ଖଡିରତ୍ନ ଙ୍କ ସମେତ ସମସ୍ତ ମେଡିକାଲ ଅଫିସର ଇନ୍ ଚାର୍ଜ, ସିଡିପିଓ, ଵିପିଏମ, ପିଏଚଇଓ, ଜିଲ୍ଲା ଓ ବ୍ଲକସ୍ତରୀୟ ଜାତୀୟ ସ୍ୱାସ୍ଥ୍ୟ ମିଶନର କର୍ମକର୍ତ୍ତା ଉପସ୍ଥିତ ଥିଲେ |ଶେଷରେ ଡ଼. ସୁକାନ୍ତ କୁମାର ପ୍ରଧାନ, ଡେପୁଟୀ ମ୍ୟାନେଜର, ପ୍ରଜନ ଓ ଶିଶୁ ସ୍ୱାସ୍ଥ୍ୟ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।

0
0
0
s2sdefault