ହେଡଲାଇନସ୍:

 ‘ଟାଟାଷ୍ଟିଲ କଳିଙ୍ଗନଗର- ପ୍ରତ୍ୟେକ ପଦକ୍ଷେପରେ ଗୌରବାନ୍ୱିତ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଟାଟାଷ୍ଟିଲ ପକ୍ଷରୁ କଳିଙ୍ଗ ନଗର ଇସ୍ପାତ କାରଖାନା ଲୋକାର୍ପଣର ଦ୍ୱିତୀୟ ବାର୍ଷିକୀ ପାଳିତ

କଳିଙ୍ଗନଗର/ଜୟଶଙ୍କର ଦାଶ : ଟାଟାଷ୍ଟିଲ ପକ୍ଷରୁ ନଭେମ୍ବର ୧୮ ତାରିଖ ଦିନ କଳିଙ୍ଗ ନଗର ଇସ୍ପାତ କାରଖାନା ଲୋକର୍ପଣର ଦ୍ୱିତୀୟ ବାର୍ଷିକୀ ପାଳିତ ହୋଇଯାଇଛି । ଏହି ଅବସରରେ ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅବସ୍ଥିତ ଟାଟାଷ୍ଟିଲ ଇସ୍ପାତ କାରଖାନା ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

ଏହା ବ୍ୟତୀତ ‘ଟାଟାଷ୍ଟିଲ କଳିଙ୍ଗନଗର- ପ୍ରତ୍ୟେକ ପଦକ୍ଷେପରେ ଗୌରବାନ୍ୱିତ’ବିଷୟବସ୍ତୁ ଉପରେ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଯାଇଛି । ଗତ ବର୍ଷକ ମଧ୍ୟରେ କାରଖାନାର ବିଭିନ୍ନ ବିଭାଗ ହାସଲ କରିଥିବ ସଫଳତା ଓ ପରିଚାଳନା ଗତ ଉତ୍କର୍ଷ  ଉକ୍ତ ପ୍ରଦର୍ଶନୀରେ ସ୍ଥାନିତ ହୋଇଥିଲା  ।

ଏହି ଅବସରରେ ଟାଟା ଷ୍ଟିଲ ଲିମିଟେଡ଼୍‍ର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଓ ପରିଚାଳନା ନିର୍ଦ୍ଦେଶକ  (ଏମଡି ) ଟି ଭି ନରେନ୍ଦ୍ରନ୍ ଏବଂ ଟାଟାଷ୍ଟିଲ ଟିକ୍ୟୁଏମ୍ ଓ ଷ୍ଟିଲ ବିଜନେସ୍ ବିଭାଗର ସଭାପତି ଆନନ୍ଦ ସେନ୍ ଅତିଥି ରୂପେ ଯୋଗ ଦେଇଥିଲେ ।

ଏହି କାର୍ଯ୍ୟକ୍ରମରେ ଉଦ୍ବୋଧନ  ଦେଇ ଶ୍ରୀ ନରେନ୍ଦ୍ରନ୍ କହିଲେ ଯେ, ସମ୍ପ୍ରତି ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟୁଛି । ଏହାକୁ ବ୍ୟବହାର କରି ପ୍ରଦର୍ଶନ ବୃଦ୍ଧି କରିବ। ଲାଗି ଯଥେଷ୍ଟ ସୁଯୋଗ ରହିଛି । ଟାଟାଷ୍ଟିଲ କାରଖାନାର ସମସ୍ତ କର୍ମଚାରୀଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଶ୍ରୀସେନ୍ କହିଲେ ଯେ ଟାଟାଷ୍ଟିଲ କଳିଙ୍ଗନଗରରେ ଉତ୍ପାଦିତ  ସମସ୍ତ ସାମଗ୍ରୀ ଗ୍ରାହକଙ୍କ ଦ୍ୱାରା ପ୍ରଶଂସିତ ହୋଇଛି । ଟାଟାଷ୍ଟିଲ  ଉତ୍ପାଦିତ ସାମଗ୍ରୀକୁଏହା ଅଧିକ ସୁଦୃଢ଼ କରୁଛି ବୋଲି ସେଏହି ଅବସରରେ ପ୍ରକାଶ କରିଥିଲେ ।

ପ୍ରକାଶ ଥାଉକି, ପରିବେଶ ଉପରେ ନ୍ୟୁନତମ ପ୍ରଭାବ ପକାଇ ଉଚ୍ଚ ଉତ୍ପାଦକତା  ସୁନିଶ୍ଚିତ କରିବା ପାଇଁ କାରଖାନା ପକ୍ଷରୁ ସର୍ବଶ୍ରେଷ୍ଠ ଜ୍ଞାନକୌଶଳ ଗ୍ରହଣ କରାଯାଉଛି । ସର୍ବଶ୍ରେଷ୍ଠ  ଜ୍ଞାନ କୌଶଳରେ ନିର୍ମିତ କେକ୍‍ ଶିତଳୀକରଣ ପଦ୍ଧତି କୌଶଳ ସ୍ଥାପିତ କରାଯାଇଛି, ଯାହାର ଘଣ୍ଟା ପ୍ରତି ୨୦୦ ମ୍ୟାଟ୍ରିକ୍ଟନ୍ ପରିଚାଳନା କ୍ଷମତା ରହିଛି । ଉକ୍ତ ପରିବେଶ ଉପଯୋଗୀ କୌଶଳ ଜଳ ସଂଚୟ କରିବା ସହିତ ଅଙ୍ଗାରକାମ୍ଳ ଓ ଧୂଳି ନର୍ଗମନ କମ୍ କରିବା ସହିତ ଜଳବାୟୁ ପରିବର୍ତ୍ତନ ପ୍ରଭାବକୁ କମ୍ କରିବାରେ ସହଯୋଗ କରିବ ।

ଏହି ଅବସରରେ ଟାଟାଷ୍ଟିଲ କଳିଙ୍ଗନଗର ଅପରେସନ୍ ବିଭାଗ ଭାଇସପ୍ରେସିଡେଣ୍ଟ ରାଜୀବ କୁମାର, ଟାଟାଷ୍ଟିଲ ଇଞ୍ଜିନିୟରିଂ ଓ ପ୍ରକଳ୍ପ ବିଭାଗ ଭାଇସ ପ୍ରେସିଡେଣ୍ଟଣ୍ଟ ରାଜେଶ ରଞ୍ଜନ ଝା, ପ୍ରମୁଖ କାର୍ଯ୍ୟନିର୍ବାହୀ ଅଧିକାରୀ (ପିଇଓ)  ଡି ବି ସୁନ୍ଦରରମମ୍ ଓ ଟାଟାଷ୍ଟିଲ କଳିଙ୍ଗନଗରର ଅଧିକାରୀମାନେ ଉପସ୍ଥିତ ଥିଲେ ।

 

 

0
0
0
s2sdefault