ହେଡଲାଇନସ୍:

ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଉପାଧ୍ୟକ୍ଷ ହେଲେ ପ୍ରସାଦ ରାଓ ଦୋରା

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଭୁବନେଶ୍ୱର: ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟ ମହାସଂଘର ଉପାଧ୍ୟକ୍ଷ ଭାବେ ଓଡ଼ିଶା ତଥା ଭାରତ ଫିସ୍‍କୋଫେଡ୍‍ର ସଭାପତି ଟି.ପ୍ରସାଦ ରାଓ ଦୋରା ନିର୍ବାଚିତ ହୋଇଛନ୍ତି  । ତାଙ୍କର ଏହି ସଫଳତା ପାଇଁ ବିଜୁ ଜନତା ଦଳ ତରଫରୁ ତାଙ୍କୁ ହାର୍ଦ୍ଧିକ ଅଭିନନ୍ଦନ ଓ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ କହିଛନ୍ତି ଯେ, ଶ୍ରୀ ଦୋରା ହେଉଛନ୍ତି ପ୍ରଥମ ଓଡ଼ିଆ ଭାବେ ଅନ୍ତର୍ଜାତୀୟ ମତ୍ସ୍ୟ ସମବାୟର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜୁ ଜନତା ଦଳର ଜଣେ ସକ୍ରୀୟ ଦୃଢ ସଂଗଠକ ଭାବେ ଶ୍ରୀ ଦୋରା ପରିଚିତ । ଶ୍ରୀ ଦୋରା ଗତ ୧୪ତାରିଖ ଦିନ ଇଣ୍ଟରନ୍ୟାସ୍‍ନାଲ କୋ-ଅପରେଟିଭ୍‍ ଆଲିୟାନ୍ସ ଦ୍ୱାରା ନିର୍ବାଚିତ ହେବାପରେ ଦଳୀୟ କର୍ମୀ, ଶୁଭେଚ୍ଛୁ, ନେତୃମଣ୍ଡଳୀ ତାଙ୍କୁ ବିପୁଳ ସଂଖ୍ୟାରେ ଅଭିନନ୍ଦନ ଜଣାଇବାରେ ଲାଗିଛନ୍ତି । ଶ୍ରୀ ଦୋରାଙ୍କ ନେତୃତ୍ୱକୁ ପ୍ରଥମେ ଜାତୀୟ ସ୍ତରରେ ଏବଂ ବର୍ତ୍ତମାନ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକାର କରାଯିବା ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ । ଏହା ଓଡ଼ିଶାର ମତ୍ସ୍ୟଜୀବୀମାନଙ୍କର ଜୀବନ ଓ ଜୀବିକାକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ ବୋଲି ଶ୍ରୀ ନାୟକ କହିଛନ୍ତି ।

0
0
0
s2sdefault