ହେଡଲାଇନସ୍:

ତୈଳ ଓ ରନ୍ଧନ ଗ୍ୟାସ ଆବଶ୍ୟକୀୟ ଗଚ୍ଛିତ ର ନିଶ୍ଚିତତା ଉପରେ ଜରୁରୀକାଳୀନ ବୈଠକ

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

ଜଗତସିଂହପୁର,ତା-୧୩.୦୩.୨୦୨୬/ସୁମନ୍ତ କୁମାର ଦାସ: ଗତକାଲି ଅପରାହ୍ନରେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲଙ୍କ ଅଧ୍ୟକ୍ଷତାରେ ତୈଳ ଓ ରନ୍ଧନ ଗ୍ୟାସର ଆବଶ୍ୟକୀୟ ଗଚ୍ଛିତର ନିଶ୍ଚିତତା କୁ ନେଇ ଏକ ଜରୁରକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ବୈଠକ ରେ କହିଥିଲେ ଯେ ବର୍ତ୍ତମାନ ସମୟ ଏକ ଗୁରୁତ୍ବପୂର୍ଣ୍ଣ ସମୟ ଆମେ ଭୟଭୀତ ନ ହୋଇ ସଚେତନ ରହିବା ।ଓଡ଼ିଶାରେ ଆସନ୍ତା ୧୫/୨୦ଦିନ ଯାଏଁ ରନ୍ଧନ ଗ୍ୟାସର ଅଭାବ ରହିବ ନାହିଁ । ବର୍ତ୍ତମାନ ଓଡିଶାରେ ଆବଶ୍ୟକ ପରିମାଣର ରନ୍ଧନ ଗ୍ୟାସ ଗଚ୍ଛିତ ରହିଛି । ରନ୍ଧନ ଗ୍ୟାସ ଅଭାବକୁ ନେଇ ଗୁଜବ ରେ ଭୟଭୀତ ନ ହେବା ପାଇଁ ସାଧାରଣ ଜନତାଙ୍କୁ ସଚେତନ କରାଇବା ପାଇଁ କହିଥିଲେ । ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବର୍ତ୍ତମାନ ଗ୍ୟାସ ବୁକିଂ ର ବ୍ୟବଧାନ କୁ ୨୧ ଦିନ ରୁ ବଢ଼ାଯାଇ ୨୫ ଦିନ ରଖାଯାଇଛି । ଯଦି ଭବିଷ୍ୟତରେ କିଛି ଅଭାବନୀୟ ପରିସ୍ଥିତି ଆସେ ପ୍ରଥମତଃ ଜନମଙ୍ଗଳକାରୀ ଯୋଜନାରେ ଜଡ଼ିତ ଯଥା ଡାକ୍ତରଖାନା, ବିଦ୍ୟାଳୟ, ଛାତ୍ରାବାସ, ଆହାର କେନ୍ଦ୍ର, ଜେଲ, ଅଙ୍ଗନୱାଡ଼ି କେନ୍ଦ୍ର ଓ ବୃଦ୍ଧାଶ୍ରମ ଭଳି ସ୍ଥାନ କୁ ପ୍ରାଥମିକତା ଦିଆଯିବ ବୋଲି ସେ କହିଥିଲେ । ତୈଳ ଅଭାବ କୁ ନେଇ ଆମେ ସ୍ୱଳ୍ପ ମାତ୍ର ଭୟଭୀତ ହେବାର ଆବଶ୍ୟକତା ନାହିଁ ବୋଲି କହିଥିଲେ ଯଥେଷ୍ଟ ପରିମାଣର ତୈଳ ଗଚ୍ଛିତ ରହିଛି । କଳାବଜାରୀ କୁ ପ୍ରଶୟ ଦିଆଯିବ ନାହିଁ । ଯେଉଁ ଡିଷ୍ଟ୍ରିବ୍ୟୁଟର ଓ ଓରମାସ ପକ୍ଷର ସ୍ଵୟଂ ସହାୟକ ଗୋଷ୍ଠୀ ମାନେ କଳାବଜାରୀ କରିବେ ବା ବେଆଇନ ଭାବେ ଗଚ୍ଛିତ ରଖିବେ ତାଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦେଇଥିଲେ । ବୈଠକରେ ଉପସ୍ଥିତ ରହି ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଙ୍କିତ କୁମାର ବର୍ମା କହିଥିଲେ ବର୍ତ୍ତମାନ ଗଚ୍ଛିତ ଥିବା ରନ୍ଧନ ଗ୍ୟାସ ଚାହିଦା ପୁରଣ ପାଇଁ ଯଥେଷ୍ଟ । ଭୟଭୀତ ନ ହୋଇ ସାଧାରଣ ଜନତା ସଚେତନ ରୁହନ୍ତୁ । ଏହି ସମୟ ଏକ ଗୁରୁତ୍ବପୂର୍ଣ୍ଣ ସମୟ ହୋଇଥିବାରୁ ସାଇବର ଅପରାଧ ର ଆଶଙ୍କା ରହିଛି ଏବଂ ଏଥି ପ୍ରତି ସମସ୍ତେ ସଜାଗ ରହିବାକୁ ସେ ଉପଦେଶ ଦେଇଥିଲେ । ଭାରତ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ନୀଳ ରଙ୍ଗର ସିଲିଣ୍ଡର ର ପୁନଃପୁରଣ କୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି ବର୍ତ୍ତମାନ କେବଳ ଘରୋଇ ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିବା ନାଲି ରଙ୍ଗର ସିଲିଣ୍ଡର ର ପୁନଃପୁରଣ କରାଯାଉଛି । କୌଣସି ଅଶୋଚନୀୟ ପରିସ୍ଥିତି ପାଇଁ ନିକଟସ୍ଥ ଥାନା କୁ ଯୋଗାଯୋଗ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ସହଯୋଗ ରହିଛି ଏବଂ ସମସ୍ତ ଙ୍କ ସହଯୋଗରେ ପରିସ୍ଥିତିକୁ ସାମନା କରିବାକୁ ସେ କହିଥିଲେ । ବୈଠକରେ ଉପ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଜିଙ୍କ୍ୟା ମାଣେ, ଜିଲ୍ଲା ଯୋଗାଣ ଅଧିକାରୀ, ଅତିରିକ୍ତ ଜିଲ୍ଲା ଯୋଗାଣ ଅଧିକାରୀ, ଡେପୁଟି ସିଇଓ, ଓରମାସ୍, ଜିଲ୍ଲା ସ୍ତରୀୟ ଅଧିକାରୀ, ଯୋଗାଣ ବିଭାଗର ଏମ ଆଇ,କର୍ମଚାରୀ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ର ଡିଷ୍ଟ୍ରିବ୍ୟୁଟର ସମସ୍ତ ଉପସ୍ଥିତ ଥିଲେ ।

0
0
0
s2sdefault