ମାଲକାନଗିରି ରୁ ସୁରେନ୍ଦ୍ର ବେମାଳ: ମାଲକାନଗିରି ବିଧାୟକ ନରସିଂହ ମାଡକାମୀ ଗତକାଲି ବିଧାନସଭାରେ ମାଲକାନଗିରି ଜିଲ୍ଲାର ମୋବାଇଲ ଟାୱାର ର ସ୍ଥିତି ନେଇ ତଥ୍ୟ ମାଗିଛନ୍ତି। ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗିୟ ମନ୍ତ୍ରୀଙ୍କୁ ଏହାର ତଥ୍ୟ ଦେବାକୁ ସେ ଅନୁରୋଧ କରିଛନ୍ତି। ବୁଧବାର ବିଧାୟକ ଶ୍ରୀ ମାଡକାମୀ ବିଧାନସଭାରେ ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ମାଲକାନଗିରି ଜିଲ୍ଲାରେ କେତୋଟି ମୋବାଇଲ ଟାୱାର ବସିଛି କେଉଁ କମ୍ପାନୀ ୪ଜି ଓ ୫ଜି ସେବା ଯୋଗାଉଛନ୍ତି ତାହା ଜାଣିବାକୁ ସେ ଚାହିଁଛନ୍ତି । ସେହିପରି କେଉଁ କେଉଁ ଗାଁରେ ମୋବାଇଲ ନେଟୱାର୍କ ନାହିଁ ତା'ର ତାଲିକା ଦେବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି। ବାଚସ୍ପତି ସୁରମା ପାଢୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ବିଧାୟକ ଶ୍ରୀ ମାଡକାମୀ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବିଭାଗ ପକ୍ଷରୁ ସମ୍ପୂର୍ଣ ତଥ୍ୟ ଚାହିଁଛନ୍ତି।
ରାଜ୍ୟ
ମାଲକାନଗିରି ଜିଲ୍ଲା ରେ ମୋବାଇଲ ଟାୱାର କେତେଟା ?
- Hits: 4








