ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ, ତାରିଖ-13/3/26- : ବାଲିମେଳାର ନିଲାଦ୍ରୀନଗର ବ୍ୟରେଜ ଠାରେ ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତରଫରୁ ଗତକାଲି ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏଥିରେ କଳିଙ୍ଗ ବୈଶ୍ୟର ମିଗ୍ ଅଞ୍ଚଳ କୁହାଯାଉଥିବା ୮ଟି ସଂଘର ସମସ୍ତ ସଦସ୍ୟ ସଦସ୍ୟା ମାନେ ଯୋଗ ଦେଇଥିଲେ ଯଥା: ଦାମନଯୋଡି, ସେମିଳିଗୁଡା, ଜୟପୁର, କାଲିମେଳା, ଲମତାପୁଟ, ବାଲିମେଳା ଓ ଅନ୍ୟାନ୍ୟ ପେଣ୍ଠ ରୁ ଯୋଗ ଦେଇଥିଲେ। ପ୍ରଥମେ ସକାଳ ୧୦ଘଟିକା ସମୟରେ ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘର ସଭାପତି ସିମାଦ୍ରି ଶ୍ରୀପତି ପୃଷ୍ଟି, ସଂପାଦକ ବି ବସନ୍ତ ପାତ୍ର, ଓ ଅନ୍ୟ ସଦସ୍ୟ ମାନେ ମିଗ୍ ଅଞ୍ଚଳରୁ ଆସିଥିବା ଅଞ୍ଚଳ ସଭାପତି ଚିନାରି ରବି ନାରାୟଣ ପାତ୍ର, ଉପସଭାପତି ଟି ବିରଞ୍ଚି ନାରାୟଣ ପାତ୍ର, ସଂପାଦକ ଚିନାରୀ ଟୁନା ପାତ୍ର, ଉପ ସଂପାଦକ ପି ସନ୍ତୋଷ କୁମାର ପାତ୍ର, କୋଷଧ୍ୟାକ ଯାମି ଟୁନା ପାତ୍ର ସମେତ ମହିଳା ସଂଘର ଅଞ୍ଚଳ ସଭାପତି ଚିନାରି ଗୀତାଞ୍ଜଳି ପାତ୍ର ଓ ସଂପାଦକ ରିଙ୍କି ସେନାପତି ସମେତ ଆସିଥିବା ୮ଟି ପେଣ୍ଠର ସଭାପତି , ସଂପାଦକ, ବୟୋଜ୍ୟେଷ୍ଠ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କୁ ଉତ୍ତରୀୟ ଓ ଫୁଲ ଗୁଛା ଦେଇ ସ୍ବାଗତ କରିବା ପରେ କଳିଙ୍ଗ ବୈଶ୍ୟର କୁଳଦେବି ମା ଶ୍ରୀ ଶ୍ରୀ କନ୍ୟାକା ପରମେଶ୍ୱରିଙ୍କୁ ପୁଷ୍ପ ଅର୍ପଣ କରି ପୂଜା ପରେ ଅତିଥି ମାନେ ନିଜ ନିଜ ଆସନ ଗ୍ରହଣ କରିଥିଲେ। ଏହା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି ସଭାରେ ବୈଶ୍ୟ ଜାତିର ଉନ୍ନତି, ସଙ୍ଘର ଉନ୍ନତି, ପରସ୍ପର ମଧ୍ୟରେ ଏକାଠି ହୋଇ ରହିବା, ଏପରି ଅନେକ ସମସ୍ୟା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ବର୍ତ୍ତମାନ ସମୟରେ ଵିଵାହ ଯୋଗ୍ୟ ହୋଇଥିବା ପୁଅ କିମ୍ୱା ଝିଅ ମାନଙ୍କ ପାଇଁ ଉପଯୁକ୍ତ ବର କନ୍ୟା ନେଇ ବିଶେଷ ଆଲୋଚନା ହୋଇଥିଲା। ବାଲିମେଳା କଳିଙ୍ଗ ବୈଶ୍ୟର ସଂଘର ସମସ୍ତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ନେଇ ମହିଳା ସଂଘ ଓ ଯୁବକ ସଂଘର ନିର୍ବାଚନ ହୋଇଥିଲା। ଏଥିରେ ଯୁବକ ସଂଘର ସଭାପତି ଭାବେ ବି ଅରୁଣ କୁମାର ପାତ୍ର, ସଂପାଦକ ଟି ସତ୍ୟ ନାରାୟଣ ପାତ୍ର ଓ କୋଷାଧ୍ୟକ୍ଷ ଭାବେ ଏସ ସନ୍ତୋଷ ପାତ୍ର ନିର୍ବାଚିତ ହୋଇଥିବା ବେଳେ ମହିଳା ସଂଘର ବି ତାରାବାଇ ପାତ୍ର, ସଂପାଦକ ଡି ସନ୍ତୋଷି ପାତ୍ର ଓ କୋଷାଧ୍ୟକ୍ଷ ଭାବେ ପି ବୈଜନ୍ତି ପାତ୍ର ନିର୍ବାଚିତ ହୋଇଥିଲେ। ସମସ୍ତ ନବ ନିର୍ବାଚିତ ସଦସ୍ୟ ଓ ସଦସ୍ୟା ମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା। ଏହାପରେ ନାଚ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ସବୁ ଆରମ୍ଭ ହୋଇଥିଲା, ଶେଷରେ ମିଗ୍ ଅଞ୍ଚଳରୁ ଆସିଥିବା ସମସ୍ତ ଅତିଥି ମାନଙ୍କୁ ବାଲିମେଳା କଳିଙ୍ଗ ବୈଶ୍ୟ ତରଫରୁ ଧନ୍ୟବାଦ୍ ଜଣାଇବା ସହ ପ୍ରସାଦ ସେବନ ପରେ ସଭା ସଙ୍ଗ କରାଯାଇଥିଲା ।
ରାଜ୍ୟ
ବାଲିମେଳା କଳିଙ୍ଗ ବୈଶ୍ୟ ସଙ୍ଘ ତତଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।
- Hits: 6








