ହେଡଲାଇନସ୍:

ଜିନ୍ଦଲ ପାନ୍ଥର ପକ୍ଷରୁ ‘ଶାନ୍ତ ସିଟି, ସେଫ୍ ସିଟି’ ଅଭିଯାନର ଶୁଭାରମ୍ଭ: ଏକ ସର୍ଭେ ଅନୁସାରେ ଭୁବନେଶ୍ୱରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ଏକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ବୋଲି ଭାବନ୍ତି

User Rating: 0 / 5

Star InactiveStar InactiveStar InactiveStar InactiveStar Inactive
 

 

  • · ଏକ ଜିନ୍ଦଲ ପାନ୍ଥର – ୟୁଗଭ୍ ସର୍ଭେ ଅନୁଯାୟୀ ଭୁବନେଶ୍ୱରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ଏକ ଗମ୍ଭିର ସ୍ୱାସ୍ଥ୍ୟ ବିପତି ବୋଲି ମାନୁଛନ୍ତି, ଏଥିସହିତ ୭୧% ଲୋକ ଶବ୍ଦ ପ୍ରଦୁଷଣଜନିତ ବିଭ୍ରାଟ ଯୋଗୁଁ ଦୁର୍ଘଟଣା ବା ଦୁର୍ଘଟଣାରୁ ଅଳ୍ପକେ ବର୍ତି ଥିବା ପ୍ରକାଶ କରିଛନ୍ତି ।

  • · ପ୍ରାୟ ୯୪% ଲୋକ ଏହା ଦ୍ଵାରା ବିରକ୍ତିଭାବ ଏବଂ ୯୧% ଲୋକ ଏକାଗ୍ରତାରେ ସମସ୍ୟା ଅନୁଭବ କରିଥିବା କହିଛନ୍ତି । ଆଶ୍ଚର୍ଯ୍ୟଜନକ ଭାବରେ ୬୪% ଲୋକ ଏହି ଅତ୍ୟଧିକ ଶବ୍ଦକୁ ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ଭାବେ ଗ୍ରହଣ କରିନେଇଛନ୍ତି, ଯାହା ବିପଜ୍ଜନକ ।

 

ଭୁବନେଶ୍ଵର, ୧୩ ମାର୍ଚ୍ଚ ୨୦୨୬: ଜିନ୍ଦଲ ପାନ୍ଥର, ଜିନ୍ଦଲ ଷ୍ଟିଲର ରିଟେଲ ବ୍ରାଣ୍ଡ ପକ୍ଷରୁ ଆଜି ଭୁବନେଶ୍ଵରରେ ‘ଶାନ୍ତ ସିଟି, ସେଫ ସିଟି’ ଅଭିଯାନର ଶୁଭାରମ୍ଭ କରାଯାଇଛି । ସହରର ୮୭% ବାସିନ୍ଦା ଟ୍ରାଫିକ୍ ଶବ୍ଦକୁ ସ୍ୱାସ୍ଥ୍ୟ ପାଇଁ ବିପଜ୍ଜନକ ବୋଲି ମାନୁଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିବା ପରେ ଏହି ପଦକ୍ଷେପ ନିଆଯାଇଛି । ଏହି ଅଭିଯାନର ଲକ୍ଷ୍ୟ ହେଉଛି ସହରାଞ୍ଚଳର ଦୁଇଟି ପ୍ରମୁଖ ସମସ୍ଯା ଶବ୍ଦ ପ୍ରଦୁଷଣ ଏବଂ ସଡ଼କ ସୁରକ୍ଷାକୁ ମୁକାବିଲା କରିବା । ଏହି ବିଷୟରେ ଗଭୀର ଅନୁଧ୍ୟାନ ପାଇଁ ଜିନ୍ଦଲ ପାନ୍ଥର ୟୁଗଭ୍ ସହ ମିଶି ଭୁବନେଶ୍ୱରରେ ଏକ ସର୍ଭେ କରିଥିଲା, ଯାହା ଶବ୍ଦ ପ୍ରଦୁଷଣ କିଭଳି ଜନଜୀବନ ଏବଂ ଶାରୀରିକ ସୁସ୍ଥତା ଉପରେ ପ୍ରଭାବ ପକାଉଛି, ତାହାର ଏକ ଚିନ୍ତାଜନକ ଚିତ୍ର ପ୍ରଦାନ କରିଛି ।

ଜିନ୍ଦଲ ପାନ୍ଥର ଏବଂ ୟୁଜିଓଭି ସର୍ଭେର ମୁଖ୍ୟ ତଥ୍ୟ:

Ê ବଢୁଥିବା ଶବ୍ଦ ସ୍ତର: ୮୬% ଉତ୍ତରଦାତା କହିଛନ୍ତି ଯେ ବିଗତ ୨-୩ ବର୍ଷ ମଧ୍ୟରେ ଯାନବାହନ ଶବ୍ଦ ଯଥେଷ୍ଟ ବୁଦ୍ଧି ପାଇଛି ।

Ê ମାନସିକ ସ୍ବାସ୍ଥ୍ୟ ଉପରେ ପ୍ରଭାବ: ଦୀର୍ଘ ସମୟ ଧରି ଶବ୍ଦ ସଂସ୍ପର୍ଶରେ ରହିବା ଦ୍ୱାରା ୯୪% ବାସିନ୍ଦା ବିରକ୍ତି ପ୍ରକାଶ କରୁଥିବା ବେଳେ, ୯୧% ଏକାଗ୍ରତାରେ ଅସୁବିଧା ଏବଂ ମାନସିକ ଚାପ ବଢୁଥିବା କହିଛନ୍ତି ।

Ê ସୁରକ୍ଷା ସହ ସମ୍ପର୍କ: ୭୧% ଉତ୍ତରଦାତା ଶବ୍ଦଜନିତ ବିଭ୍ରାଟ ଯୋଗୁଁ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି ତଥା ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ଷିଛନ୍ତି । ସେଥିମଧ୍ୟରୁ ୩୮% ପ୍ରକୃତରେ ଦୁର୍ଘଟଣାର ସ୍ଵୀକାର ହୋଇଛନ୍ତି ।

ଅଭିଯାନ ସମ୍ପର୍କରେ ମତବ୍ୟକ୍ତ କରି ଗୌତମ ମାଲହୋତ୍ରା, ସିଇଓ, ଜିନ୍ଦଲ ଷ୍ଟିଲ କହିଛନ୍ତି, “ଭାରତୀୟ ସହର ଗୁଡ଼ିକରେ ଟ୍ରାଫିକର ଘନତ୍ବ ବୃଦ୍ଧି ପାଇଛି, ତଥାପି ଶବ୍ଦ ପ୍ରଦୁଷଣ ସହରୀ ସ୍ଵାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଏକ ବଡ଼ ବିପଦ ହୋଇ ରହିଥିଲେ ମଧ୍ୟ ଏହା ଉପରେ ଆଲୋଚନା ଖୁବ୍ କମ୍ ହେଉଛି । ‘ଶାନ୍ତ ସିଟି, ସେଫ ସିଟି’ ହେଉଛି ଏହି ଆଲୋଚନାରେ ସାଧାରଣ ଜନତାଙ୍କୁ ସାମିଲ କରିବାର ଏକ ବଡ଼ ପ୍ରୟାସ । ଭୁବନେଶ୍ଵରର ନାଗରିକମାନଙ୍କୁ ଆମେ ଏହି ଅଭ୍ୟାସଗତ ଅସ୍ୱାସ୍ଥ୍ୟକର ପରିବେଶ ବିଷୟରେ ସଚେତନ କରିବା ସହିତ ରାସ୍ତାରେ କିଭଳି ଅଧିକ ଦାୟିତ୍ବବାନ ହୋଇପାରିବା, ତାହା ଆମେ ଜଣାଇବାକୁ ଚାହୁଁ। ଏହାର କାରଣ ଏକ ମଜବୁତ ସହର ଆମ ସମସ୍ତଙ୍କର ଦାୟିତ୍ଵପୂର୍ଣ କାର୍ଯ୍ୟ ଦ୍ୱାରା ହିଁ ଗଠିତ ହୋଇଥାଏ ।”

ବିପଦର ଚିହ୍ନଟ ସତ୍ତ୍ୱେ, ୬୪% ଦାୟିତ୍ଵବାନ ବ୍ୟକ୍ତିମାନେ ମତବ୍ୟକ୍ତ କରି କହିଛନ୍ତି, ଭୁବନେଶ୍ଵରରେ ଟ୍ରାଫିକର କୋଳାହଳତା ଭୁବନେଶ୍ୱରର ଦୈନନ୍ଦିନ ଜୀବନ ଏକ ସାଧାରଣ ଅଂଶବିଶେଷ ହୋଇଯାଇଛି । ତଥାପି, ଲୋକମାନେ ଏହାର ସଂସ୍କାର ପାଇଁ ଦୃଢ଼ ଭାବରେ ସମର୍ଥନ କରିଛନ୍ତି: ପାଖାପାଖୂ ୭୦% ଲୋକ ବିଶ୍ଵାସ କରନ୍ତି ଯେ ଶବ୍ଦ ପ୍ରଦୂଷଣ କମିଲେ ଦୁର୍ଘଟଣା ଏବଂ ମୃତ୍ୟୁହାର ହ୍ରାସ ପାଇବ ଏବଂ ୫୮% ଲୋକ ଶାନ୍ତ ସହରକୁ ମାନସିକ ଚାପମୁକ୍ତ ଏବଂ ପଥଚାରୀଙ୍କ ପାଇଁ ନିରାପଦ ବୋଲି ମାନନ୍ତି ।

‘ଶାନ୍ତ ସିଟି, ସେଫ ସିଟି’ ଏହି ଅଭିଯାନ ମାଧ୍ୟମରେ ପ୍ରଭାବଶାଳୀ ପରିବର୍ତ୍ତନ ଆଣିବା ପାଇଁ ଅଧୂକ ଟ୍ରାଫିକ ଥିବା ଅଞ୍ଚଳରେ ବିଭିନ୍ନ କାର୍ଯ୍ୟକ୍ରମ, ରେଡ଼ିଓ ବିଜ୍ଞାପନ ଏବଂ ଗୋଷ୍ଠୀଗତ ଅଂଶଗ୍ରହଣ ଭଳି ଅନେକଗୁଡ଼ିଏ ପଦକ୍ଷେପ ନିଆଯିବ । ଭୁବନେଶ୍ୱରରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ପରବର୍ତ୍ତୀ ସମୟରେ ଜିନ୍ଦଲ ପାନ୍ଥର ଦେଶର ଅନ୍ୟାନ୍ୟ ଦ୍ବିତୀୟ ସ୍ତରୀୟ ସହର ଗୁଡ଼ିକୁ ସମ୍ପ୍ରସାରଣ କରିବ ।

 

* ୟୁଗଭ୍ ଭୁବନେଶ୍ୱରରେ ୧୮-୬୫ ବର୍ଷ ବୟସ୍କ ପ୍ରାୟ ୩୬୫ ଜଣ ଯାନବାହନ ମାଲିକ ତଥା ଯାତ୍ରୀଙ୍କୁ ନେଇ ଏକ ସର୍ଭେ କରିଥିଲା।

0
0
0
s2sdefault