ଭୁବନେଶ୍ୱର, ମାର୍ଚ୍ଚ ୧୨: ବୃକକ୍ ଜନିତ ରୋଗର ଉପଯୁକ୍ତ ଚିକିତ୍ସା ଓ ଉପଯୁକ୍ତ ଜୀବନଶୈଳୀ ମାଧ୍ୟମରେ କିଭଳି ମଣିଷ ନିଜକୁ ସୁସ୍ଥ ରଖିପାରିବ ସେ ନେଇ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ ସାଇନ୍ସେସ୍ ଆଣ୍ଡ ସମ ହସ୍ପିଟାଲ୍, ଭୁବନେଶ୍ୱର ପକ୍ଷରୁ ଗୁରୁବାର ବିଶ୍ୱ କିଡ୍ନୀ ଦିବସ ପାଳିତ ହୋଇଯାଇଛି ।
ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ଦ୍ୱିତୀୟ ଗୁରୁବାରକୁ ବିଶ୍ୱ କିଡ଼ନୀ ଦିବସ ରୂପେ ପାଳନ କରାଯାଉଥିବା ବେଳେ ଚଳିତ ବର୍ଷର ପ୍ରସଙ୍ଗ ‘କିଡ଼ନୀ ହେଲଥ ଫର ଅଲ- କେୟାରିଂ ଫର ପିପୁଲ ପ୍ରୋଟେକ୍ସସ ଦ ପ୍ଲାନେଟ’ ରହିଛି । ପରିବେଶ କିପରି କିଡ଼ନୀ ଉପରେ ପ୍ରଭାବ ପକାଉଛି ଓ କିଡ଼ନୀ ରୋଗର ଚିକିତ୍ସା କିପରି ପରିବେଶେକୁ ଦୂଷିତ କରୁଛି ସେ ନେଇ ଏହି ଅବସରରେ ସମ୍ ହସ୍ପିଟାଲ୍ରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ଏ ସମ୍ପର୍କିତ ଆଲୋଚନା କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ ହସ୍ପିଟାଲ୍ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କିଡ୍ନୀ ରୋଗ ଏକ ଗୁରୁତର ଶାରୀରିକ ସମସ୍ୟା ବୋଲି କହିଥିଲେ । ଏହି ସମସ୍ୟାରୁ ବାହାରିବା ନିମନ୍ତେ ଜନସାଧାରଣଙ୍କୁ କିଡ୍ନୀ ଜନିତ ରୋଗ ସମ୍ପର୍କରେ ସଚେତନ ହେବାକୁ ପଡ଼ିବ ବୋଲି ସେ କହିଥିଲେ ।
କାର୍ଯ୍ୟକ୍ରମରେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ମେଡିକାଲ୍ ସୁପରିଟେଣ୍ଡେଂଟ୍ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସୁସ୍ଥ କିଡ୍ନୀ ନିମନ୍ତେ ସଚେତନତାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ।
ଏହି ଅବସରରେ ସମ୍ ହସ୍ପିଟାଲ୍ର ୟୁରୋଲୋଜି ବିଭାଗର ପ୍ରଫେସର (ଡାକ୍ତର) ଦେବବ୍ରତ ସାବତ, ନେଫ୍ରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର) ବିଶ୍ୱରଞ୍ଜନ ମହାନ୍ତି. ପ୍ରଫେସର (ଡାକ୍ତର) ଦେବ ପ୍ରସାଦ କର, ଆସୋସିଏଟ୍ ପ୍ରଫେସର (ଡକ୍ଟର) ବିଶ୍ୱଜିତ ମିଶ୍ର ଓ ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ଅମୃତା ଦେବୀ ନିଜର ବକ୍ତବ୍ୟ ରଖିଥିଲେ । ସେହିପରି ସମ୍ ହସ୍ପିଟାଲର ଆଡିସ୍ନାଲ୍ ନର୍ସିଂ ସୁପରିଟେଣ୍ଡେଂଟ ଶ୍ରୀମତି ଶୋଭାମଞ୍ଜରୀ ସାମଲ୍ ଓ ଡିଜିଏମ୍ (ଓ) ଶ୍ରୀମତି ପୁଷ୍ପାଞ୍ଜଳୀ ରାଉତ ମଧ୍ୟ ଯୋଗ ଦେଇ ନିଜର ମତ ରଖିଥିଲେ ।
ଏହି କାର୍ଯ୍ୟକ୍ରମରେ ହସ୍ପିଟାଲର ସମସ୍ତ ବିଭାଗର ଫ୍ୟାକଲ୍ଟି, ଛାତ୍ରଛାତ୍ରୀ ଓ ଡାକ୍ତରମାନେ ଯୋଗ ଦେଇଥିଲେ । ଶେଷରେ ଡକ୍ଟର ଅମୃତା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ । ବିଶ୍ୱ କିଡ଼ନୀ ଦିବସ ପରିପ୍ରେକ୍ଷୀରେ ସମ ହସ୍ପିଟାଲ୍ ପକ୍ଷରୁ ଗୁରୁବାର ସକାଳେ ଏକ ସଚେତନତା ୱାକାଥନର ମଧ୍ୟ ଆୟୋଜନ କରାଯାଇଥିଲା ।
ରାଜ୍ୟ
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ପକ୍ଷରୁ ବିଶ୍ୱ କିଡ୍ନୀ ଦିବସ ପାଳିତ
- Hits: 103








