ଅସ୍ତରଙ୍ଗ (ଦୁଃଶାସନ ନାୟକ )ପୁରୀ ଜିଲ୍ଲା ଅସ୍ତରଙ୍ଗ ମୁଖ୍ୟ ବଜାର ମଧ୍ୟ ଭାଗରେ ଆକ୍ସିସ ବ୍ୟାଙ୍କ୍ ର ଏକ ନୂତନଶାଖା ଇତିମଧ୍ୟରେ ଉଦଘାଟିତ ହୋଇ ଯାଇଅଛି।ଶାଖାକୁ ଉଦଘାଟିତ କରିଥିଲେ,ଭୁବନେଶ୍ୱର କେନ୍ଦ୍ରୀୟ ଯୋନ ର ସର୍କଲ ମୁଖ୍ୟ ଦେବେନ୍ଦ୍ରକୁମାର ସାହୁ ଓ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷା ଆରତୀ ନାୟକ । ଅନ୍ୟ ମାନଙ୍କ ମଧ୍ୟରେ କ୍ଲଷ୍ଟର ମୁଖ୍ୟ ସୌମଦିତ ଚନ୍ଦ୍ର, ସଂସଦ ପ୍ରତିନିଧି ଦିବାକର ଛାଟୋଇ,ଶାଖା ମୁଖ୍ୟ ରୁପଶ୍ରି ସାହୁ ପ୍ରମୁଖ ଉପସ୍ଥିତ ରହି ଶାଖା ଖୋଲିବା ଓ ତାର କାର୍ଯ୍ୟକ୍ରମ ର ସୂଚନା ଦେବାସହ,ସବୁ ପ୍ରକାର ଲୋନ,ଯଥା ସମସ୍ତ ଚାରି ଓ ଦୁଇ ଚକିଆ ଯାନ ର ଋଣ,କେସିସି,ଗ୍ରୁପ ଋଣ,ବିଜନେସ ଋଣ, ପର୍ଶନାଲ ଋଣ ଆଦି ସୁବିଧାରେ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । ଏହି ସବୁ କାର୍ଯ୍ୟକ୍ରମ କୁ ବ୍ୟାଙ୍କ ର ଅପରେସନ ମୁଖ୍ୟ ଦିବ୍ୟ ଜ୍ୟୋତି ସାହୁ, କିରାନି ସୌମରଞ୍ଜନ ଦାସ,ପ୍ରମୁଖ ପରିଚାଳନା କରିଥିଲେ ।
ରାଜ୍ୟ
ଆକ୍ସିସ ବ୍ୟାଙ୍କ୍ ର ଅସ୍ତରଙ୍ଗ ଶାଖା ଉଦଘାଟିତ।
- Hits: 62








